ନୀତି

ଭୁଲାମନ କର୍ମଚାରୀ ଚଳାନ୍ତି ‘ରେସ୍ତୋରାଁ ଅଫ୍‌ ମିଷ୍ଟେକନ୍‌ ଅର୍ଡର୍ସ’ – Utkal Mail


ରେସ୍ତୋରାଁରେ ଆମର ବରାଦ ମୁତାବକ ମନପସନ୍ଦର ଖାଦ୍ୟ ମିଳିଗଲେ ଆମକୁ ଭାରି ସନ୍ତୋଷ ମିଳିଥାଏ। ମାତ୍ର ଖାଇବା ଟେବୁଲରେ ଯଦି ଆମର ଚାହିଦା ଭିନ୍ନ ଅନ୍ୟ କିଛି ଖାଦ୍ୟ ପହଞ୍ଚିଯାଏ, ତାହା ଘୋର ଅସନ୍ତୋଷର କାରଣ ହେବା ସ୍ବାଭାବିକ। ମାତ୍ର ଜାପାନର ଟୋକିଓ ଠାରେ ‘ରେସ୍ତୋରାଁ ଅଫ୍‌ ମିଷ୍ଟେକନ୍‌ ଅର୍ଡର୍ସ’ ନାମକ ଏକ ବିଚିତ୍ର ରେସ୍ତୋରାଁ ଅଛି, ଯେଉଁଠି ଗରାଖ ଯାହା ବରାଦ କରିଥା’ନ୍ତି, ତା’ ଠାରୁ ସଂପୂର୍ଣ୍ଣ ଅଲଗା ବ୍ୟଞ୍ଜନ ସେମାନଙ୍କୁ ଖାଇବାକୁ ପଡ଼େ। ମାତ୍ର ଏଥିରେ କୌଣସି ଗ୍ରାହକ ଅସନ୍ତୁଷ୍ଟ ହୁଅନ୍ତି ନାହିଁ। ବରଂ ଏକ ଭିନ୍ନ ସ୍ବାଦର ଭୋଜନ ଅନୁଭୂତି ମିଳୁଥିବାରୁ ସେମାନେ ସନ୍ତୋଷବ୍ୟକ୍ତ କରିଥା’ନ୍ତି ବୋଲି ଏହାର ମାଲିକ ସିରୋ ଓଗୁନି କହିଛନ୍ତି। ଏହାର କାରଣ ହେଉଛି, ଉକ୍ତ ଭୋଜନାଳୟର ପରିଚାରକମାନଙ୍କର ଭୁଲିଯିବା ଗୁଣ।

ଏଠାରେ କେବଳ ଡିମେନ୍‌ସିଆ ରୋଗରେ ପୀଡ଼ିତ ପରିଚାରକମାନଙ୍କୁ ନିଯୁକ୍ତ କରାଯାଇଥାଏ। ତେଣୁ ଅନେକ ସମୟରେ ବରାଦ କରିଥିବା ଖାଇବା ଭୁଲ୍ ଲୋକଙ୍କ ପାଖରେ ପହଞ୍ଚିଯାଏ। ଏକ ପରିସଂଖ୍ୟାନ ଅନୁଯାୟୀ, ଏଠାରେ ଖାଇବା ଅର୍ଡର କଲେ ଆପଣଙ୍କ ଟେବୁଲ୍‌ରେ ଭୁଲ୍ ଖାଇବା ଆସି ପହଞ୍ଚିବାର ସମ୍ଭବନା ହେଉଛି ୩୭ ପ୍ରତିଶତ। ତଥାପି ଏହା ନେଇ ୯୯% ଗ୍ରାହକ ସନ୍ତୋଷ ବ୍ୟକ୍ତ କରିଥାନ୍ତି।

ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ବିଶ୍ବରେ ୩୫ ନିୟୁତ ଡିମେନ୍‌ସିଆ ପୀଡ଼ିତ ଥିବା ବେଳେ ୨୦୫୦ ବେଳକୁ ଏହି ସଂଖ୍ୟା ୧୧୫ ନିୟୁତ ଟପିଯିବାର ଆଶଙ୍କା ରହିଛି। ଡିମେନ୍‌ସିଆ ପୀଡ଼ିତମାନେ ନିଜ କାମ ନିଜେ କରିପାରନ୍ତି ନାହିଁ ବୋଲି ଲୋକଙ୍କର ଏକ ଭ୍ରାନ୍ତ ଧାରଣା ରହିଛି। ତେଣୁ ସେମାନଙ୍କୁ ବେଳେ ବେଳେ ସମାଜଠାରୁ ସଂପୂର୍ଣ୍ଣ ପୃଥକ୍‌ କରି ରଖାଯାଉଛି। ସେମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ ପୂର୍ବକ ଅଧିକ ଯତ୍ନଶୀଳ ହେବା ଉଦ୍ଦେଶ୍ୟରେ ୨୦୧୭ ମସିହାରେ ଓଗୁନି ଏହି ରେସ୍ତୋରାଁ ଆରମ୍ଭ କରିଥିଲେ। ଏହାଦ୍ବାରା ସେମାନଙ୍କ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି ସେ ଆଶା ରଖିଛନ୍ତି।


Related Articles

Leave a Reply

Your email address will not be published. Required fields are marked *

Back to top button