ଓଡିଶା

​​​​ମୋହନ ସରକାରଙ୍କ ବଡ଼ ଭେଟି, ଭତ୍ତାରେ କରାଗଲା ବୃଦ୍ଧି ସମସ୍ତଙ୍କୁ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ ପୁରା ଖବର

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ । ପୂର୍ବରୁ ମିଳୁଥିବା ଭତ୍ତାର ପରିମାଣରେ ହେବାକୁ ଯାଉଛି ବୃଦ୍ଧି । ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଘୋଷଣା କରା ଯାଇଥିଲା କି ଯଦି ବିଜେପି ଓଡ଼ିଶାରେ ସରକାର ଗଢେ ତେବେ ଭତ୍ତାରେ ମଧ୍ୟ ବୃଦ୍ଧି ହେବ ବୋଲି ।

ବର୍ତ୍ତମାନ ବିଜେପି ଓଡ଼ିଶାରେ ସରକାର ଗଢ଼ିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଭତ୍ତା ବୃଦ୍ଧିକୁ ନେଇ ବଡ଼ ଘୋଷଣା କରା ଯାଇଛି । ପୂର୍ବରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ୭୦୦ ଟଙ୍କା ଭତ୍ତା ମିଳୁଥିବା ସମୟରେ ୮୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ୧୨୦୦ ଟଙ୍କା ମିଳୁଥିଲା ।

Ay

କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ଵାରା ଏଥିରେ ବଡ଼ ପରିବର୍ତ୍ତନ କରା ଯାଇଛି । ସରକାରଙ୍କ ଘୋଷଣା ଅନୁଯାୟୀ , ବର୍ତ୍ତମାନ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩୦୦୦ ଟଙ୍କା ଭତ୍ତା ମିଳିବାକୁ ଯାଉଛି । ଏହା ସହିତ ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବାକୁ ଯାଉଛି ।

ତେବେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ , ତୁରନ୍ତ ଏହି ଯୋଜନା ଲାଗୁ ହେବାକୁ ଯାଉଛି । ଏପରିକି ପୂର୍ବରୁ ଅନ୍ୟ କେତେ ଗୁଡିଏ ରାଜ୍ୟରେ ମଧ୍ୟ ଭତ୍ତା ପରିମାଣରେ ବୃଦ୍ଧି ହୋଇ ସାରିଛି । ତେବେ କେବଳ ବାର୍ଦ୍ଧକ୍ୟ ଭତ୍ତା ନୁହେଁ ବରଂ ବିକଳାଙ୍ଗ ଭତ୍ତାରେ ମଧ୍ୟ ବୃଦ୍ଧି କରାଯାଇ ମାସକୁ ୩୦୦୦ ମିଳିବ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button