ମନୋରଞ୍ଜନ

କଙ୍ଗନା ଭାରତର ପ୍ରତିଭାଶାଳୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ: ଜ୍ୟୋତିକା – Utkal Mail


ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ସେ ଏବେ ଫିଲ୍ମର ପ୍ରଚାର କରିବାରେ ବ୍ୟସ୍ତ। ଏମଧ୍ୟରେ ସାଉଥ ଅଭିନେତ୍ରୀ ଜ୍ୟୋତିକା ତଥା ଫିଲ୍ମର ପ୍ରଥମ ଭାଗରେ ଚନ୍ଦ୍ରମୁଖୀ ହୋଇଥିବା ଅଭିନେତ୍ରୀ, କଙ୍ଗନାଙ୍କ ପ୍ରଶଂସା କରିଛନ୍ତି।

‘ଚନ୍ଦ୍ରମୁଖୀ’ର ପ୍ରଥମ ଭାଗ ୨୦୦୫ରେ ରିଲିଜ୍ ହୋଇଥିଲା। ଏବେ ଏହାର ସିକ୍ବେଲ ନିର୍ମାଣ କରାଯାଇଥିବା ବେଳେ ଏଥିରେ ଜ୍ୟୋତିକାଙ୍କ ସ୍ଥାନ ନେଇଛନ୍ତି କଙ୍ଗନା। ଏହା ସହ ରାଘବ ଲରେନ୍ସ,ବେଟ୍ଟିୟନ ରାଜାଙ୍କ ଚରିତ୍ରରେ ନଜର ଆସି ରଜନୀକାନ୍ତଙ୍କ ସ୍ଥାନ ନେଇଛନ୍ତି। ପ୍ରଥମ ଭାଗରେ ରଜନୀକାନ୍ତ ବେଟ୍ଟିୟନ ରାଜାଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ଚନ୍ଦ୍ରମୁଖୀ ଚରିତ୍ରରେ କଙ୍ଗନା କରିଥିବା ଅଭିନୟକୁ ପ୍ରଶଂସା କରି ଜ୍ୟୋତିକା କହିଛନ୍ତି, “ଭାରତୀୟ ସିନେମାର ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଚନ୍ଦ୍ରମୁଖୀ ଭୂମିକାରେ ଅଭିନୟ କରିଥିବାରୁ ଅତ୍ୟନ୍ତ ଗର୍ବିତ। ଆପଣ ଚନ୍ଦ୍ରମୁଖୀଙ୍କ ଚରିତ୍ରରେ ବହୁତ ସୁନ୍ଦର ଦିଶୁଛନ୍ତି। ମୁଁ ଆପଣଙ୍କ ଅଭିନୟର ବହୁତ ବଡ଼ ପ୍ରଶଂସକ ଏବଂ ଏହି ଫିଲ୍ମରେ ଆପଣଙ୍କୁ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛି। ଆଉ ଏକ ସଫଳତା ପାଇଁ ଲରେନ୍ସ ମାଷ୍ଟର ଏବଂ ପି ବାସୁ ସାରଙ୍କୁ ଶୁଭେଚ୍ଛା।

ଜ୍ୟୋତିକାଙ୍କଠାରୁ ଏତେ ପ୍ରଶଂସା ଶୁଣିବା ପରେ ‘ମୁଁ ମଧ୍ୟ ଆପଣଙ୍କର ବହୁତ ବଡ଼ ପ୍ରଶଂସକ’ ବୋଲି କହିଛନ୍ତି ‌କଙ୍ଗନା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button