ଓଡିଶା

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା, ଆଉ ଜଣେ ସେବାୟତ ନିଲମ୍ବିତ

ପୁରୀ,୦୭/୧୧: ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଅକ୍ଟୋବର ୧୮ ତାରିଖରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ସେବାୟତଙ୍କୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନିଲମ୍ବିତ ସେବାୟତ ଅମ୍ରିତ୍ରାଂଶୁ ସାମନ୍ତରାୟଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ବାରଣ କରାଯାଇଛି । ପୂର୍ବରୁ ମଧ୍ୟ ଆକ୍ରମଣ ଘଟଣାରେ ଅନ୍ୟଜଣେ ସେବାୟତ ତାଙ୍କ ଭାଇ ସୁମନ ସାମନ୍ତରାୟ ଓରଫ ଚନ୍ଦନଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିଲା ।

 

ଶ୍ରୀମନ୍ଦିରରେ ଏହି ଦୁଇ ସେବାୟତଙ୍କର ଏକ ଭୋଗ ଦୋକାନ ରହିଛି । ସେମାନଙ୍କ ଭୋଗ ଦୋକାନରେ ଅମୁଣିଆ ଖିରା ବିକ୍ରିକୁ ରାମଚନ୍ଦ୍ର ବିରୋଧ କରଥିଲେ । ତେବେ ଏହି ସେବାୟତଙ୍କ ପ୍ରରୋଚନାରେ ସେମାନଙ୍କ ଭୋଗ ଦୋକାନରେ କାମ କରୁଥିବା ଦୁର୍ବୃତ୍ତ ଜଣକ ରାଗ ରଖି ପଶ୍ଚିମ ଦ୍ୱାର ପରିକ୍ରମାରେ ରାମଚନ୍ଦ୍ରଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ସେବାୟତଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା । ପୁଲିସର ତଦନ୍ତ ରିପୋର୍ଟ ଓ ଗିରଫଦାରୀକୁ ଆଧାର କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଶୃଙ୍ଖଳାକାରୀ ସେବାୟତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ମାମଲାରେ ସମ୍ପୃକ୍ତ ଏହି ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରି ଜେଲ୍ ପଠାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button