‘କୋର୍ଟ ମାଷ୍ଟରଙ୍କୁ ପଚାରିବାକୁ ସାହସ ହେଲା କେମିତି’; ଓକିଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସିଜେଆଇ

ନୂଆଦିଲ୍ଲା: କୋର୍ଟ ନିୟମ ଏବଂ ଶୃଙ୍ଖଳାକୁ ନେଇ କଠୋର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ । ଅଦାଲତରେ କୌଣସି ପ୍ରକାର ଦାୟିତ୍ବହୀନ ନୀତିକୁ ବରଦାସ୍ତ କରାଯିବ ନାହିଁ । ବିଶୃଙ୍ଖଳାକାରୀଙ୍କ ଉପରେ ଶକ୍ତ ହେଉଛନ୍ତି ସିଜେଆଇ । ଗୁରୁବାର ଏଭଳି ଏକ ଘଟଣା ସୁପ୍ରିମକୋର୍ଟରେ ଦେଖିବାକୁ ମିଳିଛି । ପୁଣିଥରେ ଜଣେ ଓକିଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼।
ଅଦାଲତଙ୍କ ଆଦେଶକୁ ଓକିଲ ଜଣଙ୍କ ବିସ୍ତୃତ ଭାବେ କୋର୍ଟ ମାଷ୍ଟରଙ୍କ ଠାରୁ ଆଣି ଯାଞ୍ଚ କରିଥିବା କହିଥିଲେ। ବାସ୍ ଏହାଶୁଣି ପୂରା ରାଗି ଯାଇଥିଲେ ସିଜେଆଇ। ସେ କହିଥିଲେ, “ମୁଁ କୋର୍ଟ ରୁମରେ କ’ଣ ଡାକିଥିଲି ବା ରାୟରେ ଉଲ୍ଲେଖ କରିବାକୁ କହିଥିଲି, ସେକଥା କୋର୍ଟ ମାଷ୍ଟରଙ୍କୁ ପଚାରିବାକୁ ଆପଣଙ୍କର ସାହସ କେମିତି ହେଲା ବୋଲି ପ୍ରଶ୍ନ କରିଥିଲେ । ଏହାଛଡ଼ା ସିଜେଆଇ କହିଥିଲେ, କାଲି ଆପଣ ମୋ ଘରକୁ ଆସିବେ ଏବଂ ମୋ ବ୍ୟକ୍ତିଗତ ସଚିବଙ୍କୁ ପଚାରିବେ ମୁଁ କ’ଣ କରୁଛି” । ଆଇନଜୀବୀମାନେ ସେମାନଙ୍କ ହିତାହିତ ଜ୍ଞାନ ହରାଇ ସାରିଲେଣି ବୋଧେ କହିଲେ ପ୍ରଶ୍ନ କରିଥିଲେ ।
ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, “ମୋର କାର୍ଯ୍ୟକାଳ ଆଉ ଅଳ୍ପ ସମୟ ଅଛି । ହେଲେ ଏବେ ବି ମୁଁ ଚାର୍ଚ୍ଚରେ ଆଛି । ଏପରି କୌଶଳ ଆପଣାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଏବେ କୋର୍ଟରେ ମୋର ଶେଷ ଦିନଗୁଡ଼ିକ ଚାଲିଛି” । ଏକ ମଧ୍ୟସ୍ଥତା ନିର୍ଦ୍ଦେଶର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଏଭଳି କହିଛନ୍ତି ସିଜେଆଇ ।
ଆସନ୍ତା ନଭେମ୍ବର ୧୦ରେ ସିଜେଆଇ ପଦରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ଅବସର ନେବେ। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଦୁଇ ବର୍ଷ ଧରି ସିଜେଆଇ ପଦରେ ଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ସବୁବେଳେ କୋର୍ଟର ଶୃଙ୍ଖଳା ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ଏଥିସହ ଓକିଲମାନଙ୍କୁ ଅନେକ ସମୟରେ ତାଗିଦ୍ ମଧ୍ୟ କରିବାର ନିଜର ରହିଛି ।