ସ୍ୱାସ୍ଥ୍ୟ

ବାରମ୍ବାର ଗରମ କଲେ ତେଲ ହୋଇଯାଏ ବିଷ, ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ହେବ ହୃଦରୋଗ ସମସ୍ୟା, ଜାଣନ୍ତୁ ପୁରା ଖବର

କଣ ଆପଣ ନିଜର ନିତି ଦିନିଆ ଜୀବନରେ ଏହି ଭୁଲ କରୁଛନ୍ତି କି ତେବେ ହୋଇ ଯାଆନ୍ତୁ ସତର୍କ । ଏଭଳି ଏକ ଛୋଟ ଭୁଲ ବି ନେଇପାରେ ଆପଣଙ୍କ ଜୀବନ । ସୃଷ୍ଟି କରିପାରେ ଆପଣଙ୍କ ଶରୀରରେ ରୋଗ ।

ଭୂଲଟି ହେଉଛି ତେଲକୁ ବାରମ୍ବାର ଗରମ କରିବା । ଆମେ ଅନେକ ସମୟରେ ତେଲକୁ ବାରମ୍ବାର ଗରମ କରିଥାଏ । ବିଶେଷ କରି ଦୋକାନ କିମ୍ୱା ଘରେ ଛଣା ଛଣି ତେଲକୁ ।

E

ଯାହା ସଂପୂର୍ଣ୍ଣ ଭୂଲ୍ ଅଟେ । ତେବେ ତେଲକୁ ବାରମ୍ବାର ଗରମ କରିବା ଦ୍ଵାରା ସେଥିରୁ ଏକ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ । ଭାରତୀୟ ମେଡିକାଲ ଗବେଷଣା ପକ୍ଷରୁ ଏହି ସତର୍କ ସୂଚନା ଦିଆ ଯାଇଛି ।

ତେଲକୁ ଉଚ୍ଚ ତାପମାତ୍ରାରେ ବାରମ୍ବାର ଗରମ କରିବା ଦ୍ବାରା ସେଥିରେ ଥିବା କିଛି ଚର୍ବି ଅଂଶ ଟ୍ରାନ୍ସ ଫ୍ୟାଟ୍ସ ଓ ଆକ୍ରିଲାମାଇଟ ପରି ବିଷାକ୍ତ ଯୌଗିକରେ ପରିଣତ ହୋଇଥାଏ । ଏହା ଶରୀରରେ କର୍କଟ ଓ ହୃଦରୋଗ ସୃଷ୍ଟି କରିବାର ଏକ ବଡ କାରଣ ଅଟେ ।

ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ତାହା ଆମର ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଭାରତୀୟ ମେଡିକାଲ ଗବେଷଣା ପରିଷଦ (ICMR) ପକ୍ଷରୁ ସତର୍କ କରାଯାଇଛି । ତେଲକୁ ଏପରି ବାରମ୍ବାର ବ୍ୟବହାର କରିବା ଦ୍ୱାରା ସେଥିରୁ ନିର୍ଗତ ହେଉଥିବା ବିଷାକ୍ତ ପଦାର୍ଥ ଶରୀରରେ ‘ଫି ରାଡିକାଲ୍ସ’ ବଢ଼ାଇଥାଏ । ଫଳରେ ପ୍ରଦାହ ବଢ଼ିବା ସହ ନାନା ପ୍ରକାରର ଦୀର୍ଘମିଆଦୀ ରୋଗ ସୃଷ୍ଟି ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button