ଦେଶ ବିଦେଶ
ମେକ୍ସିକୋ ସଂସଦରେ ପ୍ରଦର୍ଶିତ ‘ଏଲିଅନ୍’ଙ୍କ ଦେହାବଶେଷ ଉପରେ ସନ୍ଦେହ ପ୍ରକାଶ କଲେ ବୈଜ୍ଞାନିକ – Utkal Mail
ନୂଆଦିଲ୍ଲୀ: ମେକ୍ସିକୋ କଂଗ୍ରେସ (ସଂସଦ)ରେ ପ୍ରଦର୍ଶିତ ‘ଏଲିଅନ୍’ଙ୍କ ଦେହାବଶେଷ ଉପରେ ସନ୍ଦେହ ବ୍ୟକ୍ତ କରି କେତେକ ଗବେଷକ ଓ ବୈଜ୍ଞାନିକ ଏହାକୁ ଅବାନ୍ତର ବା ଅଯୌକ୍ତିକ କଥା ବୋଲି କହିଛନ୍ତି।
ମେକ୍ସିକୋରେ ଥିବା ‘ନ୍ୟାସ୍ନାଲ୍ ଅଟୋନମସ୍ ୟୁନିଭର୍ସିଟି’ର ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋନୋମି’ର ଗବେଷିକା ଜୁଲିଏଟା ଫିଏରୋ କହିଛନ୍ତି, ଏ ଆବିଷ୍କାର ମିଥ୍ୟା। କାଲ୍ସିୟମ୍ ପାଲଟି ଯାଇଥିବା ଉକ୍ତ ଶବଗୁଡ଼ିକ ପ୍ରକୃତରେ ‘ଅଣ-ମାନବ’ ବା ‘ଏଲିଅନ୍’ଙ୍କର ବୋଲି ନିର୍ଦ୍ଧାରଣ କରିବା ଲାଗି କେବଳ ‘ଏକ୍ସ୍ରେ’ ଯଥେଷ୍ଟ ନୁହେଁ। ଏଥିପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯିବା ଆବଶ୍ୟକ।