ସ୍ୱାସ୍ଥ୍ୟ

ଡାଇବେଟିସ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ଫଳ, ଗମ୍ଭୀର ହୋଇପାରେ ପରିଣାମ, ଜାଣନ୍ତୁ କେଉଁ ଫଳ ଖାଇବା ଉଚିତ କେଉଁଟି ଅନୁଚିତ, Dr Saleem Zaidi

ନିୟମିତ ଫଳମୂଳ ସେବନ କରିବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଫଳରୁ ଅନେକ ପ୍ରକାର ଭିଟାମିନ, ମିନେରାଲ ଓ ଫାଇବାର ମିଳିଥାଏ । କିନ୍ତୁ ସୁଗାର ବଢିଯିବା ଭୟରେ ଡାଇବେଟିସ ରୋଗୀମାନେ ଫଳ ଖାଇବାକୁ ଡରିଥାନ୍ତି । ତେବେ ଡାଇବେଟିସ ରୋଗୀମାନେ ମଧ୍ୟ ଫଳମୂଳ ଖାଇପାରିବେ । ସେମାନଙ୍କୁ କେବଳ ସଠିକ ଫଳର ଚୟନ କରିବା ଆବଶ୍ୟକ ରହିଛି । ତେବେ ଆସନ୍ତୁ ଜାଣିବା ଡାକ୍ତର ସଲିମ ଜେଦୀଙ୍କ ଠାରୁ ଡାଇବେଟିସ ରୋଗୀ କେଉଁ ଖାଇବା ଉଚିତ ଓ କେଉଁ ଫଳ ଖାଇବା ଅନୁଚିତ ।

ଡାଇବେଟିସ ରୋଗୀ ଯେଉଁ ଫଳ ଖାଉଛନ୍ତି ତା’ର ଗ୍ଲାଇସିମିକ ଇଣ୍ଡେକ୍ସ କେତେ ଓ ଗ୍ଲାଇସିମିକ ଲୋଡ କେତେ ତାହା ଜାଣିବା ରଖିବା ଉଚିତ । ଅର୍ଥାତ ଆପଣ ଖାଉଥିବା ଫଳରୁ ସୁଗାର କେତେ ସମୟ ମଧ୍ୟରେ ଆପଣଙ୍କ ରକ୍ତରେ ମିଶୁଛି ଏବଂ କେତେ ପରିମାଣରେ ମିଶୁଛି । କଦଳୀରେ ଥିବା ସୁଗାର ବହୁତ ଶୀଘ୍ର ରକ୍ତରେ ମିଶେ ତେଣୁ ଡାଇବେଟିସ ରୋଗୀମାନେ ଏହାକୁ ଖାଇପାରିବେ, କିନ୍ତୁ କମ୍ ପରିମାଣରେ ଖାଇବା ଉଚିତ ।

ଅର୍ଥାତ ଏକ ସମୟରେ ମାତ୍ର ଗୋଟିଏ କଦଳୀ ଖାଇବେ ଓ ଅଧିକ ପାଚି ଯାଇଥିବା କଦଳୀ ବିଲକୁଲ ଖାଇବେ ନାହିଁ । ସେହିଭଳି ଆମ୍ବ ମଧ୍ୟ ମାତ୍ର 100 ଗ୍ରାମ ଖାଇପାରିବେ ଏବଂ ଦିନକୁ କେବଳ ଗୋଟିଏ ଥର ହିଁ ଖାଇବେ । ଅଙ୍ଗୁରରେ ଉଚ୍ଚ ମାତ୍ରର ସୁଗାର ରହିଥାଏ ଓ ଫାଇବର ନଥାଏ । ତେଣୁ ଏହା ତୀବ୍ର ଗତିରେ ଆପଣଙ୍କ ବ୍ଲଡ଼ ସୁଗାର ବଢାଇଦିଏ । ତେଣୁ ଆପଣ ଅଙ୍ଗୁର ବିଲକୁଲ ଖାଇବା ଉଚିତ ନୁହେଁ ।

ସପୁରିରେ ମଧ୍ୟ ଖୁବ ଅଧିକ ସୁଗାର ରହିଥାଏ ଓ ଏହ ଅଙ୍ଗୁରୁ ଠାରୁ ମଧ୍ୟ ଅଧିକ ତୀବ୍ରଗତିରେ ରକ୍ତରେ ମିଶେ । ତେଣୁ ଡାଇବେଟିସ ଥିଲେ ସପୁରି ବିଲକୁଲ ଖାଇବା ଉଚିତ ନୁହେଁ । ଯେଉଁ ସବୁ ଫଳ ମାନଙ୍କର ଗ୍ଲାଇସିମିକ ଇଣ୍ଡେକ୍ସ 50 କିମ୍ବା 55ରୁ ଅଧିକ ଥାଏ ସେହିସବୁ ଫଳ ଡାଇବେଟିସ ରୋଗୀ ଖାଇବା ଉଚିତ ନୁହେଁ । ଏହାସହ ଡାଇବେଟିସ ରୋଗୀ ଧ୍ୟାନ ରଖିବା ଉଚିତ କି, ଏକସାଥେ ବହୁତ ପ୍ରକାର ଫଳ ମିଶାଇ ଖାଇବା ଉଚିତ ନୁହେଁ ।

ଗୋଟିଏ ଥରରେ କେବଳ ଗୋଟିଏ ଫଳ ଖାଆନ୍ତୁ ଓ କମ୍ ପରିମାଣରେ ଖାଆନ୍ତୁ । ଫଳରେ ଥିବା ସୁଗାର କମ୍ ପରିମାଣରେ ରକ୍ତରେ ମିଶିବା ପାଇଁ ଖାଦ୍ଯରେ କୌଣସି ହାଇପ୍ରୋଟିନ ଡାଏଟ ସାମିଲ କରନ୍ତୁ । ଏଥିପାଇଁ ଫଳ ସହ ପିନଟ୍ ବଟର୍, ପନିର, ଆଲମଣ୍ଡ କିମ୍ବା ଅଣ୍ଡାର ଧଳା ଅଂଶ ଆପଣ ଫଳ ସହିତ ଖାଇପାରିବେ ।

କିୱିରେ ଥିବା ପୋଷାକତତ୍ତ୍ଵ ଡାଇବେଟିସ ରୋଗୀଙ୍କୁ ଖୁବ ଫାଇଦା ଦେଇଥାଏ । ଏହା ଆପଣଙ୍କ ଶରୀରରେ ଥିବା ସୁଗାରକୁ ବଢାଇବା ପରିବର୍ତ୍ତେ କମ୍ କରିବାର କାମ କରିଥାଏ । ବିଶେଷ କରି ଏହାର ଚୋପା ସବୁଠୁ ଅଧିକ ଲାଭଦାୟକ ହୋଇଥାଏ । ଡାଇବେଟିସ ରୋଗୀ ସନ୍ଧ୍ୟା ସମୟରେ କିୱି ଖାଇବା ଫାଇଦାଜନକ ହୋଇଥାଏ । ଏହାସହ ପପେୟା ବା ଅମୃତଭଣ୍ଡା ଡାଇବେଟିସ ରୋଗୀଙ୍କ ପାଇଁ ଅମୃତ ହୋଇଥାଏ ।

ଦ୍ଵିପ୍ରହର 12ଟାରୁ 2ଟା ମଧ୍ୟରେ ଅମୃତଭଣ୍ଡା ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ । ସେଓ ବା ଆପେଲ ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଉତ୍ତମ ହୋଇଥାଏ । ସେଓରେ ଥିବା ପଲିଫିନୋଲ୍ସ ଆପଣଙ୍କ ଶରୀରରେ ଡାଇବେଟିସ ହେବାର ଆଶଙ୍କାକୁ 28 ପ୍ରତିଶତ କମ୍ କରିଥାଏ ।

ପ୍ରତିଦିନ ସକାଳ ଜଳଖିଆ ପୂର୍ବରୁ କିମ୍ବା ପରେ ଆପଣ ଗୋଟିଏ ସେଓ ଖାଇପାରିବେ । କମଳା ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଏକ ସୁରକ୍ଷିତ ଫଳ । କିନ୍ତୁ ଖାଲିପେଟରେ କିମ୍ବା ଖାଦ୍ଯ ଖାଇବାର ତୁରନ୍ତ ପରେ କେବେବି କମଳା ଖାଆନ୍ତୁ ନାହିଁ । ଖାଇବାର 2-3 ଘଣ୍ଟା ପରେ କମଳା ଖାଇବା ସବୁଠୁ ଲାଭଦାୟକ ।

ଏହାବ୍ୟତୀତ ପିଜୁଳି, ଚେରି, ନାସପାତି, ପ୍ଲମ, ଜାମୁକୋଳି ଓ ପିଚ୍ ଆଦି ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଡାଇବେଟିସ ଥିଲେ କେବେବି କୌଣସି ଫଳକୁ ଜୁସ୍ ପ୍ରସ୍ତୁତ କରି ସେବନ କରିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button