ବ୍ୟବସାୟ

ୟୁପିଆଇ ସାମ୍ନାରେ ଡେବିଟ୍ କାର୍ଡ ଚମକ ଫିକା – Utkal Mail


ବେଙ୍ଗାଲୁରୁ: ପେମେଣ୍ଟ୍‌ କ୍ଷେତ୍ରରେ ୟୁପିଆଇ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଫଳରେ ପାରମ୍ପରିକ କାର୍ଡ ପେମେଣ୍ଟ୍‌ ଗୁରୁତ୍ବହୀନ ହୋଇପଡ଼ିଛି। ବିଶେଷ କରି ଇ-କମର୍ସ କଂପାନିରେ ହେଉଥିବା ପେମେଣ୍ଟ୍‌ରେ ୟୁପିଆଇ ଭାଗ ବହୁତ ବଢ଼ିଯାଇଥିବାରୁ ଡେବିଟ୍ କାର୍ଡର ବ୍ୟବହାର କମ୍ ହୋଇଛି। ଭରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୨ ଏପ୍ରିଲ୍‌ରେ ଇ-କମର୍ସ କାରବାର ପାଇଁ ଡେବିଟ୍ କାର୍ଡରେ ୨୧,୦୦୦ କୋଟି ଟଙ୍କାର ‌ପେମେଣ୍ଟ ହୋଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ତାହା ୨୩ ପ୍ରତିଶତ ହ୍ରାସ ପାଇ ୧୬,୧୨୭ କୋଟି ଟଙ୍କା ହୋଇଛି। ଏହି ସମୟରେ ୟୁପିଆଇ ପେମେଣ୍ଟରେ ତିନି ଗୁଣା ବୃଦ୍ଧି ଘଟିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button