ମନୋରଞ୍ଜନ

ମୁଁ ବର୍ଷାର ଅନୁଭବ ନୁହେଁ, ମୁଁ ହେଉଛି ସ୍ୱପ୍ନାର ପ୍ରେମ ..ମୁଁ ପ୍ରେମୀ ନମ୍ବର 1 ପ୍ରେମ

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ହିରୋ ଅନୁଭବ ମହାନ୍ତି ବର୍ତ୍ତମାନ ତାଙ୍କ ଅପ କମିଙ୍ଗ ଫିଲ୍ମ ଲଭ ଇନ ଲଣ୍ଡନ କୁ ନେଇ ବହୁତ ବ୍ୟସ୍ତ ରହିଛନ୍ତି । ଆପଣ ମାନେ ଏହା ନିଶ୍ଚିତ ଭାବରେ ଜାଣିଥିବେ ଗୋଟିଏ ନାମରେ କଳାକାର ମାନଙ୍କର ଅନେକ ଫିଲ୍ମ ଆସିଥାଏ, ସେ ଅମିତାଭ ବଚ୍ଚନ ହୁଅନ୍ତୁ କି ସଲମନ ଖାନ ଅଥବା ଶାହରୁଖ, ଅଜୟ ଦେବଗନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ନିର୍ଦ୍ଧିଷ୍ଟ ନାମରେ ଏକାଧିକ ଚଳଚିତ୍ର କରିଛନ୍ତି, ଏହା ଏଥିପାଇଁ ହୋଇଛି କାରଣ ସେମାନଙ୍କୁ ସେହି ନାମଟି ବହୁତ ପସନ୍ଦ ।

ଅମିତାଭ ଙ୍କର ସ୍କ୍ରିନିଙ୍ଗ ନେମ ରହିଛି ବିଜୟ, ଏହି ନାମରେ ସେ ଅନେକ ଚଳଚିତ୍ର କରିଛନ୍ତି । ଠିକ ସେହିଭଳି ସଲମାନଙ୍କର ସ୍କ୍ରିନିଙ୍ଗ ନେମ ହେଉଛି ପ୍ରେମ, ଆପଣ ମାନେ ନିଶ୍ଚିତ ଭାବରେ ଏହା ଦେଖିଥିବେ ଯେ ପ୍ରେମ ନାମରେ ସେ ଅନେକ ଫିଲ୍ମ କରିଛନ୍ତି । କଳାକାର ମାନଙ୍କର ଏହି ସ୍କ୍ରିନିଙ୍ଗ ନେମ କୁ ସିନେପ୍ରେମୀ ବହୁତ ପସନ୍ଦ କରିଥାନ୍ତି । ଏହି ସ୍କ୍ରିନିଙ୍ଗ ନେମ କୁ ନେଇ ଫିଲ୍ମ ସଫଳ ହୁଏ ।

ଆପଣ ଏହା ଜାଣି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ଅନୁଭବ ହେଉଛନ୍ତି ବଲିଉଡ ହିରୋ ସଲମାନ ଖାନ ଙ୍କର ଏକ ବଡ ପ୍ରଶଂସକ । ସଲମାନ ଙ୍କ ଭଳି ସେ ଫିଟନେସ ରଖିବାକୁ ବହୁତ ପସନ୍ଦ କରିଥାନ୍ତି । ସଲମାନ ଙ୍କୁ ଦେଖି ସେ ମଧ୍ୟ ଜିମ ଜାଆନ୍ତି ଏବଂ ନିଜକୁ ସବୁବେଳେ ଏଭର ଗ୍ରୀନ ରଖିବା ପାଇଁ ପ୍ରୟାସ କରନ୍ତି । ତାଙ୍କ ଚାଲିଠାରୁ ଆରମ୍ଭ କରି ତାଙ୍କ ଚାହାଣୀ ସବୁକିଛି ସଲମାନ ଙ୍କ ସହିତ ମ୍ୟାଚ କରିଥାଏ ।

ସଲମାନ ବଲିଉଡର ଭାଇଜାନ ହୋଇଥିବା ବେଳେ, ଅନୁଭବ ମହାନ୍ତି ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀର ଭାଇଜାନ । ତେଣୁ ସେ ସଲମାନ ଙ୍କ ଫ୍ୟାନ ହୋଇଥିବାରୁ ତାଙ୍କ ପସନ୍ଦ ର ସ୍କ୍ରିନିଙ୍ଗ ନେମ ପ୍ରେମ ରଖିଛନ୍ତି ଅନୁଭବ । ଅନୁଭବ ଙ୍କର ଏହି ଚଳଚିତ୍ର ରେ ତାଙ୍କ ବିପକ୍ଷରେ ବର୍ଷା ପ୍ରିୟଦର୍ଶନୀ ନାହାଁନ୍ତି ବରଂ ରହିଛନ୍ତି ସ୍ଵପ୍ନା ପ୍ରିୟଦର୍ଶନୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button