ଦେଶ ବିଦେଶ

୪୦ ଲକ୍ଷର ମଇଁଷି ସୁଲତାନ; ଖାଉଛି ୬୦ ହଜାର ଟଙ୍କାର ଖାଦ୍ୟ, ମାଲିକକୁ କରୁଛି ଲାଲେ ଲାଲ – Utkal Mail



ପାଟନା: ସାଧାରଣତଃ ଗାଈ, ମଇଁଷିଙ୍କୁ ଲୋକମାନେ ଘରେ ରଖିଥାନ୍ତି। ଏମାନଙ୍କ ଦୁଗ୍ଧରୁ ଦହି, ଛେନା ଓ ଘିଅ ତିଆରି କରି ଟଙ୍କା ରୋଜଗାର କରିଥାନ୍ତି ଗୋପାଳକ। ଆଜି ଆମେ ବିହାରର ଏକ ମଇଁଷି ବିଷୟରେ କହିବାକୁ ଯାଉଛୁ, ଯିଏକି ତା ମାଲିକକୁ ହଜାର ହଜାର ଟଙ୍କାର ରୋଜଗାର ଯୋଗାଇ ଦେଇ ମାଲାମାଲ କରିଛି। ଆଉ ଯେଉଁଥିପାଇଁ ଏହି ମଇଁଷି ଆଜି ଚର୍ଚ୍ଚାରେ। ମଇଁଷି ନାଁ ହେଉଛି ସୁଲତାନ। ତାର ଦାମ ୪୦ ଲକ୍ଷ ଟଙ୍କା। ସୁଲତାନକୁ ମାତ୍ର ଚାରି ବର୍ଷ ବୟସ। ଆଉ ଏହି ମଇଁଷିନର ଶୁକ୍ରାଣୁ ପାଇଁ ଆଜି ସେ କୈମୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୁଲତାନର ମାଲିକ କୃଷକ ରାମ ଅୱାଦ ଯାଦବ କୈମୁର ଜିଲ୍ଲା ଅନ୍ତର୍ଗତ ମୋହନିଆ ବ୍ଲକସ୍ଥିତ ଦଣ୍ଡୱାସ୍ ଗାଁର ବାସିନ୍ଦା। ଗତ ଚାରି ବର୍ଷରୁ ପ୍ରଜନନ ମାଧ୍ୟମରେ ସୁଲତାନର ଅନେକ ପିଲା ଜନ୍ମ ହୋଇଛି। ମୁରା ପ୍ରଜାତିର ୫.୧୦ ଫୁଟ ଉଚ୍ଚର ସୁଲତାନର ଓଜନ ୫୦୦ କିଲୋଗ୍ରାମରୁ ଅଧିକ।

ସୁଲତାନର ଖାଦ୍ୟ ପାଇଁ ପ୍ରତି ମାସରେ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ସୁଲତାନର ମାଲିକ ରାମ ଯାଦବ କହିଛନ୍ତି ଯେ ସୁଲତାନର ଖାଦ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହିତ ପ୍ରତ୍ୟେକ ମାସରେ ୬୦ ହଜାର ଟଙ୍କା ଖର୍ଚ୍ଚ ହୁଏ। ସୁଲତାନର ଯତ୍ନ ନେବା ପାଇଁ ଚାରି ଜଣଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଯେପରି ଲୋକଙ୍କ ପାଇଁ ଖାଦ୍ୟ ଚାର୍ଟ ଅଛି, ସେହି ଅନୁଯାୟୀ ସୁଲତାନକୁ ମଧ୍ୟ ଖାଦ୍ୟ ଦିଆଯାଏ। ପ୍ରତିଦିନ ସୁଲତାନକୁ ଗୋଟିଏ ରୁଟି, ଦେଶୀ ଘିଅ, ଅଧା କିଲୋ ବଟର, ୨୦୦ ଗ୍ରାମ ମହୁ, ୫ଲିଟର କ୍ଷୀର, ଅଧା କିଲୋ କାଜୁ ବାଦାମ ଏବଂ ବାଦାମ ଖାଇବାକୁ ଦିଆଯାଏ।

ଏହା ବ୍ୟତୀତ ସବୁଜ ଚାରା ଖାଇବାକୁ ଅଲଗା ଦିଆଯାଏ। ସେ କହିଛନ୍ତି ଯେ ସୁଲତାନର ଶରୀରକୁ ପ୍ରତିଦିନ ଏକ କିଲୋଗ୍ରାମ ସୋରିଷ ତେଲରେ ମାଲିସ୍ କରାଯାଏ। ନିକଟରେ କୈମୁରରେ ଆୟୋଜିତ ହୋଇଥିବା ମେଳାରେ ସୁଲତାନ ସବୁଠାରୁ ଶକ୍ତିଶାଳୀ ମଇଁଷି ଭାବେ ପ୍ରମାଣିତ ହୋଇଛି। ଏଥିପାଇଁ ୪୦ ଲକ୍ଷ ଟଙ୍କାର ବିଡ୍ ମଧ୍ୟ କରାଯାଇଛି। ସୁଲତାନର ବୀଜରୁ ଏହି ଅଞ୍ଚଳରେ ଏକ ନୂତନ ପ୍ରଜାତି ସୃଷ୍ଟି ହୋଇଛି। ଗୋପାଳକ ରାମ କହିଛନ୍ତି ଯେ ସେ ମୁରା ପ୍ରଜାତିର ସୁଲତାନ ପାଳିବାକୁ ଭଲ ପାଆନ୍ତି। ବର୍ତ୍ତମାନ ସୁଲତାନ ବୀଜ ବିକ୍ରୟ କରି ଦୈନିକ ଏକରୁ ଦୁଇ ହଜାର ଟଙ୍କା ରୋଜଗାର କରୁଛନ୍ତି ସୁଲତାନର ମାଲିକ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button