ଓଡିଶା

ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ତୃତୀୟ ଦିନରେ ପ୍ରଯୋଜିକା ସନଲିସାଙ୍କ ଧାରଣା – Utkal Mail



ଭୁବନେଶ୍ଵର: ତୃତୀୟ ଦିନରେ ପହଞ୍ଚିଲା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ । ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସାଙ୍କ ସହ କଳାକାରମାନେ । ଦୀର୍ଘ ଦୁଇ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ ନ୍ୟାୟ ନମିଳିବାରୁ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସା । ସେପଟେ ଦାବି ପୂରଣ ନେଇ କୌଣସି ପ୍ରତିଶୃତି ନମିଳିବା ଯାଏଁ ସେ ଧାରଣା ଜାରି ରଖିବେ ବୋଲି କହିଛନ୍ତି ପ୍ରଯୋଜିକା ସନଲିସା ।

ସୂଚନା ଅନୁସାରେ, ଗତ ନଭେମ୍ବର ୨୩ ତାରିଖରୁ ୫ ଦଫା ଦାବି ନେଇ ଧାରଣାରେ ବସିଥିଲେ ପ୍ରଯୋଜିକା ସନଲିସା । ତାଙ୍କୁ ସମର୍ଥନ କରି ଅନେକ କଳାକାର ମଧ୍ୟ ଧାରଣାରେ ବସିଥିଲେ । ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ଧାରଣାକୁ ଓହ୍ଲାଇଥିଲେ ସନଲିସା । ପଶ୍ଚିମ ଓଡ଼ିଶା ଚଳଚ୍ଚିତ୍ର ବିବାଦ ଯୋଗୁଁ ସେ ଅନେକ କ୍ଷତି ସହିଥିବା ନେଇ କହିଛନ୍ତି । ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ, ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରିବା, ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯିବା ପରି ୫ଟି ଦାବି ରହିଛି ଧାରଣାରେ ବସିଥିବା କଳାକାର ମାନଙ୍କର । ତେବେ ଯଦି ସରକାର ୫ଦଫା ଦାବିର କୌଣସି ସମାଧାନ ନକରନ୍ତି ଆସନ୍ତା କାଲିଠାରୁ ପ୍ରଥା ଚଳଚ୍ଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନରେ ବସିବେ ଓ ଯଦି ତାଙ୍କର କିଛି ହୁଏ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ପ୍ରଯୋଜିକା ସନଲିସା ପଟେଲ୍ ।




Related Articles

Leave a Reply

Your email address will not be published. Required fields are marked *

Back to top button