ମନୋରଞ୍ଜନ

ମୋ କାମ କପଡ଼ା ପିନ୍ଧାଇବା, ଉତାରିବା ନୁହେଁ: ରାଜ କୁନ୍ଦ୍ରା – Utkal Mail


ମୁମ୍ବାଇ: ମୋ କାମ କପଡ଼ା ପିନ୍ଧାଇବା, ଉତାରିବା ନୁହେଁ। ଭିଡିଓ ସେୟାର କରି ଏଭଳି କହିଲେ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଇନଷ୍ଟାରେ ରାଜ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଷ୍ଟାଣ୍ଡ ଅପ୍ କମେଡି କରୁଥିବାର ନଜର ଆସିଛନ୍ତି। କମେଡି ଜରିଆରେ ସେ ନିଜ ସହ ଅତୀତରେ ଘଟିଥିବା ଘଟଣା ବିଷୟରେ କହିଛନ୍ତି।

ବିବାଦରେ ଛନ୍ଦି ହେବା ପରଠାରୁ ମୁହଁରେ ମାସ୍କ ପିନ୍ଧି ନଜର ଆସୁଥିବା ରାଜ କୁନ୍ଦ୍ରା ପ୍ରଥମ ଥର ପାଇଁ ମାସ୍କ ପିନ୍ଧି ଷ୍ଟାଣ୍ଡ ଅପ୍ କମେଡି କରିଥିବା ଦେଖାଯାଇଛି। ଷ୍ଟାଣ୍ଡ ଅପ୍ କମେଡି କରୁଥିବାବେଳେ ରାଜ କୁନ୍ଦ୍ରା ନିଜକୁ ‘ମାସ୍କମ୍ୟାନ୍’ ଏବଂ ‘ଶିଳ୍ପା କା ପତି’ ବୋଲି କହି ସୋ’ ଆରମ୍ଭ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ସେ ୧୮ବର୍ଷ ବୟସରେ ଲଣ୍ଡନରେ କ୍ୟାବ ଚଳାଇ କିପରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ତାହା ଜଣାଇବା ସହ ମୋ କାମ କପଡ଼ା ପିନ୍ଧାଇବା, ଉତାରିବା ନୁହେଁ ବୋଲି କହିଛନ୍ତି।

ଭିଡିଓ ଆରମ୍ଭରେ ରାଜ୍ କହୁଛନ୍ତି ଯେ, ଯେଉଁମାନଙ୍କୁ ଅଶ୍ଲୀଳ ମଜାକଥା ଶୁଣିବାରେ ଅସୁବିଧା ଅଛି ସେମାନେ ଯାଇପାରନ୍ତି। ଏହା ଶୁଣି ଉପସ୍ଥିତ ଲୋକେ ଉଠୁନାହାନ୍ତି। କେହି ନଉଠିବାରୁ ରାଜ୍ ନିଜର କମେଡି ଆରମ୍ଭ କରୁଛନ୍ତି। ପ୍ରଥମେ ସେ କହୁଛନ୍ତି, ମୁଁ ହେଉଛି ରାଜ୍ କୁନ୍ଦ୍ରା ଓରଫ ‘ମାସ୍କମ୍ୟାନ୍’ ଓରଫ ‘ଶିଳ୍ପା କା ପତି’। ୧୮ବର୍ଷ ବୟସରେ ଲଣ୍ଡନରେ କ୍ୟାବ ଚଳାଉଥିଲି। ୨୧ବର୍ଷ ବୟସ ବେଳକୁ ପଶମିନା ସାଲ୍ ବିକ୍ରି କରି କୋଟିପତି ହୋଇସାରିଥିଲି। ମୋ କାମ ସବୁବେଳେ କପଡା ପିନ୍ଧାଇବାର ଥିଲା, ଉତାରିବାର ନୁହଁ।

ଉଲ୍ଲେଖଯୋଗ୍ୟ, ମୋବାଇଲ୍ ଆପ ପାଇଁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଅପଲୋଡ୍ କରୁଥିବାର ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୦୨୧ରେ ଗିରଫ କରାଯାଇଥିଲା। ପ୍ରାୟ ଦୁଇମାସ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହା ପରଠାରୁ ସେ ମୁହଁରେ ମାସ୍କ ଲଗାଇ ବାହାରକୁ ବାହାରୁଥିବା ଦେଖାଯାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button