ସନ୍ଦିଗ୍ଧ ‘ଆଇଏସ୍ଆଇଏସ୍’ ଆତଙ୍କବାଦୀ ଓ ଆଉ ୨ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ – Utkal Mail
ନୂଆଦିଲ୍ଲୀ: ଜଣେ ସନ୍ଦିଗ୍ଧ ‘ଇସ୍ଲାମିକ୍ ଷ୍ଟେଟ୍’ (ଆଇଏସ୍ଆଇଏସ୍) ଆତଙ୍କବାଦୀ ଓ ଆତଙ୍କବାଦ ସହିତ ସମ୍ପୃକ୍ତ ଥିବା ଆଉ ୨ଜଣଙ୍କୁ ଆଜି ଦିଲ୍ଲୀ ପୁଲିସ ସ୍ପେସାଲ୍ ସେଲ୍ ଗିରଫ କରିଛି।
ସନ୍ଦିଗ୍ଧ ‘ଇସ୍ଲାମିକ୍ ଷ୍ଟେଟ୍’ ଆତଙ୍କବାଦୀ ହେଉଛନ୍ତି, ମହମ୍ମଦ୍ ଶାହନୱାଜ୍ ଓରଫ୍ ଶାଫି ଉଜ୍ଜାମା। ସେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ର (ଏନ୍ଆଇଏ) ‘ମୋଷ୍ଟ୍ ୱାଣ୍ଟେଡ୍’ ତାଲିକାରେ ଥିଲେ। ତାଙ୍କ ଉପରେ ୩ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିଲା।
ସମ୍ପ୍ରତି ଶାହନୱାଜ୍ ଓ ଆଉ ୨ଜଣଙ୍କୁ ଜେରା କରାଯାଉଛି। ତାଙ୍କ ଛଡ଼ା, ଆଉ ୩ଜଣ ଆତଙ୍କବାଦୀ ମଧ୍ୟ ଏହି ତାଲିକାରେ ଅଛନ୍ତି। ସେମାନେ ହେଉଛନ୍ତି, ରିଜ୍ୱାନ୍ ଅବ୍ଦୁଲ୍ ହାଜି ଅଲି ଓ ଅବ୍ଦୁଲ୍ଲା ଫୈୟାଜ୍ ଓରଫ୍ ଦିଆପେର୍ୱାଲା ଏବଂ ତଲ୍ହା ଲିୟାକତ୍ ଖାଁ।

ବିଶେଷ ସୂତ୍ରରୁ ସୂଚନା ପାଇ ଦିଲ୍ଲୀରେ ଏକ ‘ଆଇଏସ୍ଆଇଏସ୍’ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ଉପରୋକ୍ତ ଗିରଫଦାରି କରାଯାଇଥିଲା। ଏହି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ବିଦେଶୀ ଆତଙ୍କବାଦୀଙ୍କ ନିର୍ଦେଶରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା।
ବୃତ୍ତିରେ ଇଞ୍ଜିନିୟର୍ ଥିବା ଶାହନୱାଜ୍ଙ୍କୁ ପୁଣେରେ ବି ଖୋଜା ଚାଲିଥିଲା। ଦିଲ୍ଲୀର ବାସିନ୍ଦା ଶାହନୱାଜ୍ ପୁଣେ ପୁଲିସ ହାଜତରୁ ଖସି ପଳାଇ ଆସି ଦିଲ୍ଲୀରେ ଆତ୍ମଗୋପନ କରିଥିଲେ।
ସମ୍ପ୍ରତି ଶାହନୱାଜ୍ ଓ ଆଉ ୨ଜଣଙ୍କୁ ଜେରା କରାଯାଉଛି।