ସ୍ୱାସ୍ଥ୍ୟ
ପିଠି କିମ୍ବା ଅଣ୍ଟାରେ ଯନ୍ତ୍ରଣା ହେଉଥିଲେ କରନ୍ତୁନି ଅଣଦେଖା, ହେଇପାରେ ବୋନ କ୍ୟାନ୍ସର

ବୋନ କ୍ୟାନ୍ସର ଗୋଟିଏ ଦୁର୍ଲଭ କ୍ୟାନ୍ସରl ଏହା ଖୁବ କମ ଦେଖିବାକୁ ମିଳିଥାଏ କିନ୍ତୁ ସମସ୍ତ କ୍ୟାନ୍ସର ଭଳି ଏହା ଶୀଘ୍ର ଜଣା ପଡିବା ଜରୁରୀl ହାଡ଼ରେ ଲଗାତାର ଯନ୍ତ୍ରଣା, ହାଡ଼ ଫୁଲିଯିବା, ସାଧାରଣ ଫ୍ୟାକ୍ଚର , ଏବଂ ଗଣ୍ଠି ଯନ୍ତ୍ରଣା ବୋନ କ୍ୟାନ୍ସରର ସାଧାରଣ ସମସ୍ୟା ହୋଇପାରେl ଗୋଟିଏ ତଥ୍ୟ ଆଧାରରେ କୁହାଯାଇଛି ଯେ ଯଦି ପିଠି ଯନ୍ତ୍ରଣା ଏବଂ ଅଣ୍ଟାର ତଳ ପାର୍ଶ୍ୱରେ ଯଦି ଯନ୍ତ୍ରଣା ହୋଇଥାଏ ଆମେ ତାହାକୁ ଖୁବ ହାଲୁକାରେ ନେଇ ଯାଇଥାଉ କିନ୍ତୁ ଏହା ଠିକ ନୁହେଁ l
ଏଭଳି ୩ଟି ଲକ୍ଷଣ ରହିଛି ଯାହାକି ବୋନ୍ କ୍ୟାନ୍ସରର ସାଧାରଣ ଲକ୍ଷଣ :-
- ଏହି ଗବେଷଣା ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପିଠିରେ ଯନ୍ତ୍ରଣା ହେଉଛି ଏବଂ ଏହି ଯନ୍ତ୍ରଣା ମେରୁଦଣ୍ଡରେ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l ଏହାକୁ ସାଧାରଣ ଅଣ୍ଟା ବିନ୍ଧା ଭାବି ଅଣଦେଖା କରନ୍ତୁ ନାହିଁ l
- ଯଦି କୌଣସି ବ୍ୟକ୍ତିଙ୍କ ର ରାତିରେ ଶୋଇବା ସମୟରେ ଅତ୍ୟଧିକ ପିଠି ଯନ୍ତ୍ରଣା ହୋଇଥାଏ କିମ୍ବା ଗୋଡ଼ ର ହାଡ଼ ଗୁଡିକ ଯନ୍ତ୍ରଣା ହୋଇଥାଏ ତେବେ ତାହାକୁ ଅତ୍ୟଧିକ ସହିବା ପରିବର୍ତ୍ତେ ଖୁବ ଶୀଘ୍ର ଡାକ୍ତର ଙ୍କୁ ଦେଖାନ୍ତୁ l
- ଯଦି ଶରୀରର ମସଲସ କିମ୍ବା ହାଡ଼ ନିକଟରେ କିମ୍ବା ଅଣ୍ଟା ରେ କୌଣସି ଗେଟା ଦେଖା ଦେଉଛି ତେବେ ଏହା ଭବିଷ୍ୟତରେ ଶରୀର ପାଇଁ ପ୍ରାଣ ଘାତକ କ୍ୟାନ୍ସର ସମସ୍ୟା ହୋଇଥାଏ l
ଅନ୍ୟମାନଙ୍କୁ ଜଣାନ୍ତୁ।