ନୀତି

ଯୁଦ୍ଧ ପାଇଁ କେମିତି କୁକୁରଙ୍କୁ ଚୟନ କରି ତାଲିମ ଦିଏ ଭାରତୀୟ ସେନା – Utkal Mail


ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ତାରିଖରେ ଜମ୍ମୁ ଓ କଶ୍ମୀରର ରାଜୌରିରେ ନିଜ ମୁନିବଙ୍କୁ (ହ୍ୟାଣ୍ଡ୍‌ଲର୍‌) ରକ୍ଷା କରିବାକୁ ଯାଇ ସେନାର ୬ ବର୍ଷୀୟ କୁକୁର କେଣ୍ଟ୍‌ ଆତଙ୍କବାଦୀଙ୍କ ଗୁଳିଚୋଟରେ ପ୍ରାଣ ହରାଇଛି।

କେଣ୍ଟ୍‌ ଥିଲା ‘୨୧ ଆର୍ମି ଡଗ୍‌ ୟୁନିଟ୍‌’ର ‘ଲାବ୍ରାଡର୍‌ ରିଟ୍ରାଇଭର୍‌ ବ୍ରିଡ୍‌’ ଜାତିର କୁକୁର। କେବଳ କେଣ୍ଟ୍‌ ନୁହେଁ ତା’ ଭଳି ଅନେକ କୁକୁର ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରି ସେନା ଅଭିଯାନରେ ସହାୟତା କରିବା ସହିତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଛନ୍ତି।

‘ଗାର୍ଡ ଡିୟୁଟି’, ‘ପାଟ୍ରୋଲିଙ୍ଗ୍‌’, ‘ବିସ୍ଫୋରକ ଆଘ୍ରାଣ’ ଆଦି କାର୍ଯ୍ୟ ସମ୍ପାଦନ କରିବା ଲାଗି ଏହି କୁକୁମାନଙ୍କୁ ଉତ୍ତମ ରୂପେ ତାଲିମ ଦିଆଯାଇଥାଏ। ଏଥିପାଇଁ ତାଲିମ ଗ୍ରହଣ କରିପାରୁଥିବା ‘ଗ୍ରେଟ୍‌ ସ୍ବିସ୍‌ ମାଉଣ୍ଟେନ୍‌’, ‘ଜର୍ମାନ୍‌ ସେଫର୍ଡ’, ‘ବେଲ୍‌ଜିଆନ୍‌ ମାଲିନୋଇସ୍‌’, ‘ଲାବ୍ରାଡର୍‌ ରିଟ୍ରାଇଭର୍‌’, ‘କକର୍‌ ସ୍ପାନିଏଲ୍‌’ ଓ ‘ଲାବ୍ରାଡର୍‌’ ବ୍ରିଡ୍‌ର ବିଚକ୍ଷଣ କୁକୁରମାନଙ୍କୁ ଚୟନ କରାଯାଇଥାଏ। ଚୟନ କରାଯାଇଥିବା କୁକୁରମାନଙ୍କର ଦୈହିକ ସାମର୍ଥ୍ୟ ଉପରେ ସୁନିଶ୍ଚିତ ହେବା ପାଇଁ ଆବଶ୍ୟକ ଡାକ୍ତରୀ ପରୀକ୍ଷା ବି କରାଯାଏ।

Image Courtesy of India Today

ତା’ପରେ ଏହି କୁକୁରମାନଙ୍କୁ କଠୋର ଓ ବ୍ୟାପକ ତାଲିମ ଦିଆଯାଏ। ପ୍ରମୁଖ ତାଲିମ ଆରମ୍ଭ ହୁଏ ମିରଟ୍‌ସ୍ଥିତ ‘ରିମାଉଣ୍ଟ୍‌ ଆଣ୍ଡ୍‌ ଭେଟରିନାରି କର୍ପସ୍‌ ସେଣ୍ଟର୍‌ ଆଣ୍ଡ୍‌ କଲେଜ୍‌’ରେ। ସେଠାରେ ୧୯୬୦ରେ କୁକୁର ତାଲିମ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ସେଠାରେ ଏହି କୁକୁରମାନେ ଅନ୍ୟୂନ ୧୦ ମାସ ତାଲିମ ନିଅନ୍ତି। କେବଳ ଏତିକି ନୁହେଁ, ସେନାବାହିନୀରେ ସାମିଲ କରିବା ପୂର୍ବରୁ ତାଲିମପ୍ରାପ୍ତ କୁକୁରମାନଙ୍କର ଲଢ଼େଇ କରିବା ଦକ୍ଷତା ଓ ବିଶ୍ବସ୍ତତା ମଧ୍ୟ ପରଖା ଯାଇଥାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button