ଦେଶ ବିଦେଶ

ପ୍ରଥମ ଥର ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଶାଇଲର ସଫଳ ପରୀକ୍ଷଣ କଲା DRDO ; ଚୀନ ଠାରୁ ପାକିସ୍ତାନ ଯାଏ କରି ପାରିବ ଟାର୍ଗେଟ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ମଙ୍ଗଳବାର ଏକ ବଡ଼ ସଫଳତା ହାସଲ କରିଛି। ଏହା ପ୍ରଥମ ଥର ମୋବାଇଲ୍ ଆର୍ଟିକୁଲେଟେଡ୍ ଲଞ୍ଚରରୁ ଲଙ୍ଗ୍ ରେଞ୍ଜ ଆଟାକ୍ କ୍ରୁଜ୍ ମିସାଇଲ୍ (LRLACM)ର ସଫଳ ଉଡା଼ଣ ପରୀକ୍ଷଣ କରିଛି। ଏହି ପରିକ୍ଷଣ ଓଡ଼ିଶାର ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରରୁ କରାଯାଇଛି।

କ୍ରୁଜ ମିସାଇଲ ପରୀକ୍ଷଣ ସମୟରେ ସବୁ ଉପ-ପ୍ରଣାଳୀଗୁଡ଼ିକ ଆଶାନୁରୂପ ପ୍ରଦର୍ଶନ କରିଛି ଏବଂ ମିସାଇଲ୍ ନିଜ ଲକ୍ଷ୍ୟକୁ ଭେଦ କରିବାରେ ସଫଳ ହୋଇଛି।

LRLACMକୁ ଦୀର୍ଘ ଦୂରରେ ଭୂମିରେ ଥିବା ଲକ୍ଷ୍ୟକୁ ଭେଦ କରିବା କ୍ଷମତା ସହ ଡିଜାଇନ୍ କରାଯାଇଛି ।

ମିସାଇଲ୍ ପରୀକ୍ଷଣକୁ ରଡାର, ଇଲେକ୍ଟ୍ରୋ-ଆପ୍ଟିକଲ ଟ୍ରାକିଂ ସିଷ୍ଟମ ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ମତୟନ ଥିବା ଟେଲିମେଟ୍ରି ପରି ଅନେକ ରେଞ୍ଜ ସେନସର ଦ୍ୱାରା ନରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ଶକ୍ତିକୁ ବଢାଇବା ପାଇଁ ଡଜାଇନ କରାଯାଇଥିବା ସ୍ୱଦେଶୀ ମିସାଇଲ ପ୍ରଣାଳୀର ବିକାଶ ପାଇଁ ଏକ ମାଇଲ୍ ଖୁଣ୍ଟ ।

ସୂତ୍ର ଅନୁସାରେ ଆଣ୍ଟି ଶିପ୍ ବାଲିଷ୍ଟିକ୍ କ୍ରୁଜ ମିସାଇଲର ରେଞ୍ଜ ୧୦୦୦ କିଲୋମିଟର । ଅର୍ଥାତ୍ ଏହି ମିସାଇଲ୍ ୧୦୦୦ କିଲୋମିଟରରୁ ଅଧିକ ଦୂରରେ ଚାଲୁଥିବା ଯୁଦ୍ଧପୋତ ଏବଂ ବିମାନ ବାହାକକୁ ନଷ୍ଟ କରିବାରେ ସକ୍ଷମ । ଏହି ମିସାଇଲ୍ ଭାରତ ମହାସାଗରୁ ଆରବ ସାଗର ଯାଏ ଏବଂ ଚୀନରୁ ପାକିସ୍ତାନ ଯାଏ ଟାର୍ଗେଟ୍ କରିପାରିବ । ଏହି ମିସାଇଲକୁ ଯୋଦ୍ଧପୋତ ଏବଂ ଉପକୂଳ ଉଭୟ ସ୍ଥାନରୁ ପ୍ରକ୍ଷେପଣ କରାଯାଇ ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button