ବିଚାର

Vastu Shastra- ଘର ପାଇଁ ବହୁତ ଶୁଭ ହୋଇଥାଏ ଏହି 4 ଟି ଗଛ, ସବୁବେଳେ ଲାଗି ରହିଥାଏ ମା’ ଲକ୍ଷ୍ମୀ ଙ୍କ କୃପା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି କିଛି ଗଛ ବିଷୟରେ ଯାହାକୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ସର୍ବଦା ବନି ରହିବ ଏବଂ ସେହି ଗଛ ଘର ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।ବନ୍ଧୁଗଣ ଗଛ ଲଗାଇବା ହେଉଛି ସବୁଠାରୁ ପୂଣ୍ୟ କାର୍ଯ୍ୟ। ଘରେ ଗଛ ଲଗାଇବା ଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ସ୍ଥାପନ ହୋଇଥାଏ ଏବଂ ଏହାସହିତ ଘରେ ଗଛ ଲଗାଇବା ଦ୍ୱାରା ପରିବାର ର ସମସ୍ତ ସଦସ୍ୟ ସୁସ୍ଥ ମଧ୍ୟ ରହିଥାନ୍ତି। ଘରେ ଗଛ ଲଗାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମିଳିଥାଏ ଏବଂ କେବଳ ଏତିକି ନୁହେଁ ଏହାସହିତ ଗଛ ଘରର ସୌନ୍ଦର୍ଯ୍ୟ କୁ ବଢ଼ାଇ ଥାଏ ଏବଂ ଆକର୍ଷିତ କରିଥାଏ।

କିନ୍ତୁ ବନ୍ଧୁଗଣ ଘରେ ଗଛ ଲଗାଇବା ନିମନ୍ତେ କିଛି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଆପଣଙ୍କ ଅଜାଣତରେ ଆପଣ ଲଗାଇଥିବା କିଛି ଏପରି ଗଛ ମଧ୍ୟ ରହିଛି ଯାହା ଆପଣଙ୍କ ଘର ର ସୁଖ ଶାନ୍ତି କୁ ନଷ୍ଟ କରିଦେଇଥାଏ ଏବଂ ଆପଣ ବିପଦ ରେ ମଧ୍ୟ ପଡ଼ିପାରନ୍ତି।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘର ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହୋଇଯାଏ ଏବଂ କିଛି ଏଭଳି ଗଛ ମଧ୍ୟ ରହିଛି ଯାହା ଘରେ ଲଗାଇବା ଦ୍ୱାରା ତାହା ଘର ର ସମସ୍ତ ସୁଖ ଶାନ୍ତି କୁ ନଷ୍ଟ କରିଥାଏ ଏବଂ ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ମଧ୍ୟ ହୋଇଥାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ହିଁ ଘରେ ଗଛ ଲଗାଇବା ଉଚିତ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଗଛ ଦ୍ୱାରା ଘରେ ସକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ।

୧. ବନ୍ଧୁଗଣ ପ୍ରଥମ ଗଛ ଟି ହେଉଛି ତୁଳସୀ ଗଛ। ବନ୍ଧୁଗୁଣ ତୁଳସୀ ଗଛ କୁ ସବୁଠାରୁ ପବିତ୍ର ବୋଲି କୁହାଯାଏ। ତୁଳସୀ ଗଛ ଘରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏହି ଗଛ ଘରେ ଲଗାଇବା ଦ୍ୱାରା ପରିବାର ର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ କାରଣ ଏହି ଗଛ ଘରେ ଲଗାଇଲେ ଏହା ଏକ ଶୁଦ୍ଧ ବାତାବରଣ ସୃଷ୍ଟି କରିଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ। ଏହାର ପତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ଗଛ ଖରା ରେ ବହୁତ ଶୀଘ୍ର ବଢ଼ିଥାଏ। କେବଳ ଥଣ୍ଡା ରୁ ଏହି ବୃକ୍ଷ କୁ ବଞ୍ଚାଇ ରଖିବାକୁ ପଡ଼ିଥାଏ ନଚେତ ଏହି ଗଛ ମଉଳି ଯାଇଥାଏ।

୨. ବନ୍ଧୁଗଣ ମନିପ୍ଲାଣ୍ଟ ଘର ପାଇଁ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏହି ଗଛ ଘରେ ସୁଖ ସମୃଦ୍ଧି ସ୍ଥାପନ କରିଥାଏ ଏବଂ ଏହି ଗଛ ଘରେ ଲଗାଇବା ଦ୍ଵାରା ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ। କିନ୍ତୁ ବନ୍ଧୁଗଣ ଆପଣଂକୁ କେବଳ ଗୋଟିଏ ଜିନିଷ ର ଧ୍ୟାନ ରଖିବାର ଅଛି ଯେ ଏହି ଗଛ ଲଗାଇବା ପରେ ଏହାର ଲତା ଯେପରି ଅଧିକ ବୃଦ୍ଧି ନହେଉ।ଏହା ହେବା ଆପଣଙ୍କ ପାଇଁ ଏକ ଚିନ୍ତା ର ବିଷୟ ହୋଇଯାଏ। ତେବେ ବନ୍ଧୁଗଣ ଏଥି ନିମନ୍ତେ ସାବଧାନ ରୁହନ୍ତୁ ଏବଂ ଆପଣ ଆପଣଂକ ଘର ସମ୍ନା ତଥା ଘର ର ମୁଖ୍ୟ ଦ୍ୱାର ରେ ଏହି ଗଛକୁ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ହୋଇଥାଏ ଏବଂ ଆପଣଙ୍କ ଘର ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହୋଇଯାଏ।

୩. ବନ୍ଧୁଗଣ ତୃତୀୟ ଗଛ ଟି ହେଉଛି ପାନ ଗଛ। ଏହି ଗଛକୁ ଆମେ କୁଣ୍ଡରେ ଲଗାଇ ଘରେ ମଧ୍ୟ ରଖି ପାରିବା।ଏହି ଗଛ କମ ସୂର୍ଯ୍ୟ କିରଣ ରେ ମଧ୍ୟ ବଢ଼ିଥାଏ। ଏହି ଗଛ ଘରେ ଲଗାଇବା ଦ୍ଵାରା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏହା ଦ୍ଵାରା ଘରେ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ। ଏହା ସହିତ ପାନ ପତ୍ର ବ୍ୟବହାର ରେ ମଧ୍ୟ ଆସିଥାଏ।

୪. ବନ୍ଧୁଗଣ ଘରେ କଦଳୀ ଗଛ ଲଗାଇବା ବହୁତ ଶୁଭ ବୋଲି କୁହାଯାଏ। ଏହି ଗଛକୁ ଘର ଦ୍ୱାର ରେ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହାର ପତ୍ର ପୂଜା ରେ ହୋମ ନିମନ୍ତେ ଆବଶ୍ୟକ ହୋଇଥାଏ। ତେଣୁ ଏହି ଗଛ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button