ନୀତି

୧୦, ୨୦, ୫୦ ଓ ୫୦୦ଟଙ୍କିଆ ନୋଟରେ ସଜ୍ଜିତ ହେଲା ଶ୍ରୀଗଣେଶଙ୍କ ମନ୍ଦିର – Utkal Mail


ବେଙ୍ଗାଲୁରୁ: ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ରାତି ପାହିଲେ ଗଣେଶ ଚତୁର୍ଥୀ ମହୋତ୍ସବ ହେତୁ ଚାରିଆଡ଼େ ଜୋର‌ସୋର ପ୍ରସ୍ତୁତି ଚାଲିଛି। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଉଥିବା ବେଳେ ମଣ୍ଡପ ଓ ମନ୍ଦିରଗୁଡ଼ିକୁ ବି ଆକର୍ଷଣୀୟ ଭାବେ ସଜା ଯାଇଛି।

ଏହି କ୍ରମରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଥିବା ଏକ ଗଣେଶଙ୍କ ମନ୍ଦିରକୁ ଟଙ୍କାରେ ସଜ୍ଜା ଯାଇଛି। ଯାହାର ମୂଲ୍ୟ ପାଖାପାଖି ୬୫ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଗଣେଶ ଚତୁର୍ଥୀ ପାଇଁ ଏଭଳି ସ୍ବତନ୍ତ୍ର ଭାବେ ସାଜ୍ଜସଜ୍ଜା ବେଙ୍ଗାଲୁରୁର ‌ଜେ.ପି ନଗର ଅଞ୍ଚଳରେ ନିର୍ମିତ ହୋଇଥିବ‌ା ଶ୍ରୀ ସତ୍ୟ ଗଣପତି ମନ୍ଦିରରେ ଦେଖିବାକୁ ମିଳିଛି। ତେବେ ଏହି ମନ୍ଦିରରେ ପ୍ରତିବର୍ଷ ଗଣେଶ ଚତୁ୍ର୍ଥୀ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି ଓ ସାଜ୍ଜସଜ୍ଜା ହୋଇଥାଏ।

ଚଳିତଥର ଶ୍ରୀ ସତ୍ୟ ଗଣପତି ମନ୍ଦିରରେ ୧୦, ୨୦, ୫୦ ଓ ୫୦୦ଟଙ୍କାର ନୋଟ ଓ କିଛି କଏନ ବ୍ୟବହାର କରି ସାଜସଜ୍ଜା କରାଯାଇଛି। ଟଙ୍କାରେ ସଜ୍ଜିତ ହୋଇଥିବା ମନ୍ଦିର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଏହା ଭାଇରାଲ ହୋଇଯାଇଛି। କିଛିବର୍ଷ ହେବ ଗଣେଶ ପୂଜା ପାଇଁ ମନ୍ଦିରକୁ ସଜେଇବା ପାଇଁ ବିଭିନ୍ନ ଫୁଲ, ମକାଦାନା, କଞ୍ଚା କଦଳୀଭଳି ସାମଗ୍ରୀକୁ ବ୍ୟବହାର କରାଯାଉଥିଲା। ଏହାକୁ ବ୍ୟବହାର କରି ଖୁବ ଆକର୍ଷଣୀୟ ଭାବେ ମନ୍ଦିରକୁ ସଜା ଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button