ଜୀବନଶୈଳୀ
ଭାରତରେ ବଢ଼ିବାରେ ଲାଗିଛି ଫୁସ୍ଫୁସ୍ ରୋଗୀଙ୍କ ସଂଖ୍ୟା, ଆଜିଠୁ ଏହିସବୁ ଖାଇବା ଓ ଅଭ୍ୟାସ ଛାଡ଼ନ୍ତୁ

ଦେଶରେ ବଢ଼ିବାରେ ଲାଗିଛି ସିଓପିଡି ରୋଗ ! ଯାହା ଲୋକ ମାନଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରିଛନ୍ତି । କେବଳ ସାଧାରଣ ଲୋକେ ନୁହେଁ ବରଂ ଡାକ୍ତରମାନେ ମଧ୍ୟ ସିଓପିଡିର ବୃଦ୍ଧିକୁ ନେଇ ଅତ୍ୟନ୍ତ ଚିନ୍ତିତ ।
ସିଓପିଡି ଏକ ଫୁସଫୁସ୍ ଜନିତ ରୋଗ । ଯାହାକି ଶରୀର ଭିତରକୁ ବାୟୁ ପ୍ରବାହରେ ବାଧା ସୃଷ୍ଟି କରିଥାଏ । ଡାକ୍ତରଙ୍କ କହିବା ଅନୁସାରେ, ଏହି ରୋଗର ମୁଖ୍ୟ ଲକ୍ଷଣ ହେଉଛି ତମାଖୁ ସେବନ ଏବଂ ପ୍ରଦୁଷିତ ବାୟୁ ।

ଡକ୍ଟର ଅରବିନ୍ଦ କୁମାରଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ସିଓପିଡି ଏକ ସଂକ୍ରାମକ ରୋଗ ଭାବେ ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଧୀରେ ଧୀରେ ଏହି ରୋଗରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଏବଂ ଏଥିରେ ସଂକ୍ରମିତ ଲୋକମାନଙ୍କର ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି ।



