୧ରୁ ଫାର୍ମାସିଷ୍ଟ ସେବା ସଂଘର ଆନ୍ଦୋଳନ ନିଷ୍ପତି
କଟକ, ୨୫/୮ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ମେଡିକାଲ କଲେଜ ଓ ଚିକିତ୍ସାଳୟ ପର୍ଯ୍ୟନ୍ତ ଫାର୍ମାସିଷ୍ଟମାନେ ନିଜ ବୃିଗତ କ୍ଷେତ୍ର ବ୍ୟତୀତ ଅନେକ ଆନୁସଙ୍ଗିକ ଦାୟିତ୍ୱ ନିଷ୍ଠାର ସହ କରିଆସୁଛନ୍ତି । ଚିକିତ୍ସକମାନଙ୍କ ଅନୁପସ୍ଥିତିରେ ଜନସାଧାରଣଙ୍କୁ ସେବା ମଧ୍ୟ ଯୋଗାଇଆସୁଥିଲା ବେଳେ ଫାର୍ମାସିଷ୍ଟମାନଙ୍କ ପ୍ରତି ସରକାର ସର୍ବଦା ଅଣଦେଖା କରୁଥିବା ଆଜି ଏସସିବି ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ମୂଳ ଦରମାର ବୃଦ୍ଧି କରି ଗ୍ରେଡ୍ ପେ ୨୪୦୦ ସ୍ଥାନରେ ୨୮୦୦ କରାଯିବା, ଚାକିରି ନିୟମିତ ହେବାର ଦୁଇ ବର୍ଷ ପରେ ସମସ୍ତଙ୍କୁ ପିବି-୨, ଜି.ପି-୪୨୦୦ ଦିଆଯିବା, ପଦୋନ୍ନତି ପରେ ସିନିଅର ଫାର୍ମାସିଷ୍ଟମାନଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯିବା, ଫାର୍ମାସିଷ୍ଟ କ୍ୟାଡର ରିଜୋଲ୍ୟୁସନ ୦୧.୦୧.୨୦୧୬ ବଦଳରେ ୨୪.୦୮.୨୦୧୩ରୁ ଲାଗୁ କରାଯିବା, ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଅଧିକ ପଦବୀ ସୃଷ୍ଟି କରାଯିବା, ଏମଏଚୟୁ, ଆରବିଏସକେ ସ୍କିମ୍ର ଫାର୍ମାସିଷ୍ଟମାନଙ୍କୁ ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ଅଗ୍ରାଧିôକାର ଭିିରେ ଦିଆଯିବା, ଫାର୍ମାସିଷ୍ଟ ପଦବୀର ନାମ ପରିର୍ବନ କରାଯାଇ ଫାର୍ମାସୀ ଅଫିସର୍ କରାଯିବା ଓ ଶିକ୍ଷାଗତ ଯୋଗ୍ୟତା ଭିିରେ ଫାର୍ମାସିଷ୍ଟ ଜବ୍ ଚାର୍ଟ ପ୍ରକାଶ କରିବାକୁ ଦାବି କରାଯାଇଛି । ଉପରୋକ୍ତ ଦାବି ପୂରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ କିଛି ପଦକ୍ଷେପ ନ ନେଲେ ଫାର୍ମାସିଷ୍ଟମାନେ ଆସନ୍ତା ୧ ତାରିଖ ଠାରୁ ଅସହଯୋଗ ପନ୍ଥା ଅବଲମ୍ବନ କରି ଔଷଧ ସଂରକ୍ଷଣ ଏବଂ ବଣ୍ଟନ ତଥା ସେହି ସଂପର୍କୀୟ ଆନୁସଙ୍ଗିକ କାର୍ଯ୍ୟ ବ୍ୟତୀତ କୈାଣସି ରିପୋର୍ଟ ରିଟର୍ଣ୍ଣ କାମ କରିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଚିନ୍ମୟ କୁମାର ସିହ୍ନା, ଉପସଭାପତି ସୁଧାଂଶୁ ଶେଖର ପଣ୍ଡା, ସାଧାରଣ ସଂପାଦକ ଶ୍ରୀକାନ୍ତ ଜେନା, କୋଷାଧ୍ୟକ୍ଷ ଅନିଲ କୁମାର ସାହୁ, ଯୁଗ୍ମ ସଂପାଦକ ସୋମନାଥ ସାହୁ, ଶୁଭଲକ୍ଷ୍ମୀ ସ୍ୱାଇଁ, ପ୍ରଭାତ କୁମାର ସାହୁଙ୍କ ସମେତ ସାରଦା ପ୍ରସନ୍ନ ବେହେରା, ଅନ୍ତୁ ମୁର୍ମୁ, ନଳିନୀ ସାହୁ, ନିରଂଜନ ସାହୁନ ଲକ୍ଷ୍ମୀଧର ସାହୁ, ଦିଲ୍ିପ ସାହୁ, ନାରାୟଣ ପ୍ରସାଦ ତିୱାରି, ସୁବ୍ରତ ଶତପଥୀ, ପ୍ରବୋଧ ପଣ୍ଡା, ଅନ୍ତର୍ଯ୍ୟାମୀ ଲେଙ୍କା, ରିଆଜଉଦ୍ଦିନ ଖାଁ ଓ ସୁଧାଂଶୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।