କ୍ରୀଡା

ପାକିସ୍ତାନକୁ ହରାଇବା ପରେ ସୁଇମିଂ ପୁଲରେ ନାଚି‌ବା ସହ ଏସବୁ କାମ କ‌ରିଥିଲେ ଭାରତୀୟ କ୍ରିକେଟର – Utkal Mail


କଲମ୍ବେ‌ା: ଚଳିତ ଏସିଆ କପ୍‌ରେ ସୋମବାର ଭାରତ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଥିଲା। ବର୍ଷା ପାଇଁ ପୂର୍ବ ଦିନଠାରୁ ଲମ୍ବିଥିବା ଏହି ମ୍ୟାଚ୍‌ରେ ବିରାଟ କୋହଲି (୧୨୨*) ଓ କେଏଲ୍ ରାହୁଲ (୧୧୧*)ଙ୍କ ବ୍ୟକ୍ତିଗତ ଶତକ ଏବଂ ଦ୍ବିଶତକ ଭାଗୀଦାରି (୨୩୩*) ବଳରେ ଭାରତ ୩୫୬ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ପାକିସ୍ତାନକୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢ଼ିବାକୁ ଦେଇନଥିଲେ। କୁଲଦୀପ ଯାଦବଙ୍କ ୫ ୱିକେଟ୍‌ ସଫଳତା ଭାରତକୁ ସହଜ ବିଜୟ ଦେଇଥିଲା। ୨୨୮ ରନ୍‌ ବ୍ୟବଧାନ ବିଜୟ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ସର୍ବବୃହତ ବିଜୟ। ତେବେ ପାକିସ୍ତାନକୁ ହରାଇବା ପରେ ଭାରତୀୟ ଖେଳାଳିମା‌ନେ କ’ଣ ସବୁ କରିଥିଲେ, ତାହାର ଏକ ଭିଡିଓ ସେୟାର କରିଛି ବିସିସିଆଇ।

‌ଏକ୍ସରେ ବିସିସିଆଇ ପୋଷ୍ଟ କରିଥିବା ଭିଡିଓରେ ଦେଖାଯାଇଛି ଯେ, ପାକିସ୍ତାନକୁ ହରାଇବା ପରେ ରହୁଥିବା ହୋଟେଲକୁ ଆସି କେକ୍ କାଟିବା ସହ ସୁଇମିଂ ପୁଲରେ ଗାଧୋଇଥିଲେ ଭାରତୀୟ କ୍ରିକେଟର। ଏହି ସମୟରେ ସେମାନଙ୍କୁ ସୁଇମିଂ ପୁଲରେ ନାଚୁଥିବାର ମଧ୍ୟ ଦେଖାଯାଇଥିଲା। ଭିଡିଓରେ ବିରାଟ କୋହଲି, ରବିନ୍ଦ୍ର ଜାଦେଜା, ରୋହିତ ଶର୍ମା, ଶୁଭମନ ଗିଲ୍ ଏବଂ ଅନ୍ୟ ଖେଳାଳିମାନେ ସୁଇମିଂ ପୁଲରେ ମଉଜ କରୁଥିବା ଦେଖିବାକୁ ମିଳିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button