ଜୀବନଶୈଳୀ

ଧଳା ବାଘୁଣୀ ମୌସୁମୀ ଠାରୁ ଅଲଗା ହେଲେ ୨ ଶାବକ

ଭୁବନେଶ୍ୱର : ମା’ ଠାରୁ ଅଲଗା ହେଲେ ଦୁଇ ଛୁଆ । କ୍ଷୀର ପିଆଇଲା ନାହିଁ ମାଆ । ନନ୍ଦନକାନନରେ ଗତ ଶନିବାର ଧଳା ବାଘୁଣୀ ମୌସୁମୀ ଦ୍ୱିତୀୟ ଥର ମାଆ ହୋଇଥିଲା । ଗୋଟିଏ ଧଳା ଅଣ୍ଡିରା ଓ ଗୋଟିଏ ନାଲି ମାଇ ଶାବକ ଜନ୍ମ ଦେଇଥିଲା । ଜନ୍ମ ଦେବା ପରେ ଦୁଇ ଶାବକଙ୍କୁ ମାଆ ଠିକରେ ଲାଳନ ପାଳନ କରୁଥିଲା । ହେଲେ ହଠାତ ଦୁଇ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିବା ସିସିଟିଭିରେ ଦେଖାଯାଇଥିଲା । ମାଆ ମଧ୍ୟ ତାକୁ କ୍ଷୀର ପାନ କରାଇନଥିଲା ।

ଶାବକଙ୍କ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୁପକ୍ଷ ମାଆ ଠାରୁ ଦୁଇ ଶାବକଙ୍କୁ ଅଲଗା କରି ପ୍ରାଣୀ ଚିକିତ୍ସାଳୟର ଶିସୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ଶାବକଟି ଅସୁସ୍ଥ ଥିବାରୁ ତାକୁ ଇନକ୍ୟୁବେଟରରେ ରଖାଯାଇ ତା ଉପରେ ନଜର ରଖାଯାଇଛି । ଧଳା ଅଣ୍ଡିରା ଶାବକର ଓଜନ ୬୫୦ ଗ୍ରାମ ରହିଛି । ସେପଟେ ମାଇ ଶାବକ ସୁସ୍ଥ ରହିଛି । ନନ୍ଦନକାନନ କର୍ତ୍ତୃପକ୍ଷ ଉଭୟ ଶାବକଙ୍କୁ ନିକଟରୁ ପର୍ଯ୍ୟବେକ୍ଷଣ କରୁଛନ୍ତି ।

ସୂଚନା ଥାଉକି, ନନ୍ଦନକାନନରେ ଦୁଇ ଶାବକଙ୍କୁ ଜନ୍ମଦେଇଥିଲା ବାଘୁଣୀ ମୌସୁମୀ । ଯାହାପରେ ନନ୍ଦନକାନନରେ ବାଘସଂଖ୍ୟା ୨୯କୁ ବୃଦ୍ଧି ହୋଇଥିଲା । ନନ୍ଦନକାନନର ୨୮ବି ଖୁଆଡ଼ରେ ରହୁଥିବା ଧଳା ବାଘୁଣୀ ମୌସୁମୀ ଦୁଇ ଶାବକ ଜନ୍ମ ଦେଇଥିଲା । ଗୋଟିଏ ଛୁଆ ଧଳା ହୋଇଥିବାବେଳେ ଅନ୍ୟଟି ସାଧାରଣ ରଙ୍ଗର ହୋଇଥିଲା । ୩୦ ଜୁଲାଇ ୨୦୨୪ ରେ ମୌସୁମୀ ପ୍ରଥମ ଥର ମାଆ ହୋଇଥିଲା । ତିନୋଟି ଶାବକ ଜନ୍ମ ଦେଇଥିଲା । ତେବେ ସେମାନଙ୍କର ଠିକ୍ ଭାବରେ ଯତ୍ନ ନେଇ ନପାରିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button