ଏହି ତେଲ ଆପଣଙ୍କର ସବୁ ଧଳା ବାଳକୁ ମୂଳରୁ ଏମିତି ପ୍ରକୃତିକ କଳା ବନେଇ ଦେବ କି ଆପଣ ହେୟାର ଡାଇ କୁ ବି ଭୁଲିଯିବେ
ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର କେସ ଧଳା ହେବା, କେସ ରୁଖା ହେବା ଓ କେସ ଝଡିଆ ଆଦି ବିଭିନ୍ନ ସମସ୍ଯା ଦେଖିବାକୁ ମିଳୁଛି । ବନ୍ଧୁଗଣ ବହୁତ କମ ବର୍ଷ ବୟସରେ ଲୋକମାନଙ୍କର କେସ ଧଳା ହେବାର ସମସ୍ଯା ହେଉଛି । ଯାହାକୁ ଦୂର କରିବା ପାଇଁ ଲୋକମାନେ ବଜାରରୁ ମିଳୁଥିବା କେତେକ ସାମ୍ପୁ ଓ ହେୟାର ଡ୍ରାଇର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସବୁ ଜିନିଷରେ ବହୁତ ମାତ୍ରାରେ କେମିକାଲ ମିଶି ରହିଥାଏ ଯାହା ଆମ କେସକୁ ଅଧିକ ଡ୍ୟାମେଜ କରିଦେଇଥାଏ ।
କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରି ଆପଣ ନିଜ କେସ ଜନିତ ସମସ୍ତ ସମସ୍ଯାକୁ ବହୁତ ଶୀଘ୍ର ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ନିଜ ଘର ମଧ୍ୟରେ ବହୁତ ସହଜରେ ପ୍ରସ୍ତୁତ ମଧ୍ୟ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ପାଇଁ ।
ଏହି ଉପଚାର ପାଇଁ ଆପଣ ପ୍ରଥମେ ଗ୍ଯାସରେ ଏକ ଲୁହା କଡେଇ ବସାନ୍ତୁ । ଏହାପରେ ଆପଣ ଏହି ଗରମ କଡେଇରେ ଏକ କପ ସୋରିଷ ତେଲ ମିଶାଇ ଦିଅନ୍ତୁ । ବନ୍ଧୁଗଣ ସୋରିଷ ତେଲରେ ଅମେଗା ୩ ଫେଟି ଏସିଡ ରହିଥାଏ ଯାହା ଆମର କେସ ଜନିତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ତେଲରେ ଏକ ଚାମଚ ମେଥି ପାଉଡରର ପ୍ରୟୋଗ କରନ୍ତୁ । ଯଦି ଆପଣଙ୍କ ପାଖରେ ମେଥିର ପାଉଡର ନାହିଁ ତା ହେଲେ ଆପଣ ସାଧାରଣ ମେଥିକୁ ଗୁଣ୍ଡ କରି ଏଥିରେ ପ୍ରୟୋଗ କରିପାରିବେ ।
ମେଥି ଆମ କେସକୁ ମଝବୁତ କରିବା ସହ ସୁସ୍ଥ ମଧ୍ୟ ରଖିଥାଏ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଏକ ଚାମଚ ଆମଲା ପାଉଡର ମିଶାଇ ଦିଅନ୍ତୁ । ଆମଲା ଆମ ଶରୀର ସହ ଆମ କେସ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏହାପରେ ଆପଣ ଏଥିରେ ଏକ ଚାମଚ ମେହେନ୍ଦି ପାଉଡର ପକାଇ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଏହି ସମସ୍ତ ଜିନିଷକୁ ଭଲ ଭାବରେ ତେଲରେ ମିକ୍ସ କରିଦିଅନ୍ତୁ ଓ ଧିମ ଆଞ୍ଚରେ ଏହାକୁ ଗରମ କରନ୍ତୁ । ପାଞ୍ଚ ମିନିଟ ଗରମ କରିବା ପରେ ଆପଣ ଗ୍ଯାସ ବନ୍ଦ କରିଦିଅନ୍ତୁ ଓ ଏହି ତେଲକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।
ବନ୍ଧୁଗଣ ଆପଣ ମାନେ ଏହି ତେଲକୁ ଏକ କାଚ ଜାରରେ ରଖି ବ୍ୟବହାର କରିପାରିବେ । ସପ୍ତାହକୁ ଆପଣ ଦୁଇ ଥର ଏହି ତେଲକୁ ନିଜ କେସରେ ନିଶ୍ଚୟ ଲଗାନ୍ତୁ । ଆପଣ ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ନିଜ କେସରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ ଓ ସଖାଳ ହେବା ପରେ ଯେକୌଣସି ସାମ୍ପୁ ଦ୍ଵାରା କେସକୁ ଧୋଇ ଦିଅନ୍ତୁ ।
ହେଲେ ବନ୍ଧୁଗଣ ରାତିରେ ଶୋଇବା ସମୟରେ ଆପଣ ଏକ ଜରି ବା କ୍ୟାପ ନିଜ ମୁଣ୍ଡରେ ନିଶ୍ଚୟ ଲଗାନ୍ତୁ । ଯଦି ଆପଣ ଏହି ତେଲକୁ ଏକ ମାସ ପର୍ଯ୍ୟନ୍ତ ଲଗାଇବେ ଦେଖିବେ ଆପଣଙ୍କୁ ଏହାର ଫରକ ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଏହି ଉପଚାରକୁ ଆପଣ ମାନେ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ