ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ମହୋଷଧି ଅଁଳା: ମୋଟାପଣ ହ୍ରାସ କରିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରେ

ଉପକାରୀ ଅଁଳା । ଅଁଳା ପାଟିକୁ ଖଟା ଲାଗେ । କିଛି ଲୋକ ଅଁଳା ଖାଇବାକୁ ପସନ୍ଦ କରିଥା’ନ୍ତି ତ ଅନ୍ୟ କିଛି ଲୋକ ଅଁଳା ଖାଇବାକୁ ପସନ୍ଦ କରି ନ ଥା’ନ୍ତି। ବହୁତ ଲୋକ ପ୍ରତିଦିନ ସକାଳୁ ଅଁଳା ଖାଇବାର ଅଭ୍ୟାସ ରଖି ଥାଆନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ମହୋଷଧି ଭଳି କାମ ଦେଇଥାଏ। ଅଁଳାରେ ପ୍ରଚୁର ପରିମାଣରେ ରହିଛି ଭିଟାମିନ୍‌ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ନିୟମିତ ଏହି ଅଁଳାର ସେବନ କରିବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଅଁଳା ଖାଇବା ଦ୍ୱାରା କ’ଣ ଲାଭ ହୋଇଥାଏ ।

ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି  ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ । ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଶରୀରକୁ ଅନେକ ସଂକ୍ରମଣରୁ ଦୂରେଇ ରଖିଥାଏ। ଏହା ଶରୀରକୁ ଥଣ୍ଡା, ଜ୍ୱର, ଅନେକ ସଂକ୍ରମଣରୁ ରକ୍ଷା କରିଥାଏ।

ଆପଣଙ୍କୁ ଥଣ୍ଡା ହୋଇଥିଲେ ୨ ଚାମଚ ଅଁଳା ଗୁଣ୍ଡରେ ୨ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଖୁବ ଲାଭ ମିଳିଥାଏ।

ଅଁଳାରେ ଏକ ବିଶେଷ ପ୍ରକାରର ପ୍ରୋଟିନ ରହିଛି। ଯାହା ଦ୍ୱାରା ବାରମ୍ବାର ଭୋକ ଅନୁଭବ ହୋଇନଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିଥାଏ। ଏଥିରେ କୋଲେଷ୍ଟ୍ରୋଲ ମାତ୍ରା ମଧ୍ୟ ଖୁବ କମ୍‌ ଥାଏ। ଏହା ପେଟରୁ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ ଓ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ।

ଯଦି ଆପଣଙ୍କୁ ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭଳି ଅନୁଭବ ହେଉଛି, ନିୟମିତ ଗୋଟିଏ ଅଁଳାର ସେବନ ନିଶ୍ଚୟ କରନ୍ତୁ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହାସହ ଆଖିରେ କୁଣ୍ଡାଇ ହେବା ଭଳି ଅନୁଭବ ହେଉଥିବା,ଆଖି ପୋଡା ସମସ୍ୟାକୁ ମଧ୍ୟ ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button