ବ୍ୟବସାୟ

ଆକାଶରେ ୨୦ଟି ଯାତ୍ରୀବାହୀ ବିମାନ ବାଟବଣା କରିଦେଲା ମିଥ୍ୟା ‘ଜିପିଏସ୍‌’ ସିଗ୍‌ନାଲ୍‌ – Utkal Mail


ନୂଆଦିଲ୍ଲୀ: ଦୁଇ ସପ୍ତାହ ହେବ ମିଥ୍ୟା ‘ଜିପିଏସ୍’ ସିଗ୍‌ନାଲ୍‌ ବା ସ‌ଙ୍କେତ ଯୋଗୁଁ ଇରାନ ଆକାଶରେ ଅନ୍ୟୂନ ୨୦ଟି ଯାତ୍ରୀବାହୀ ବିମାନ ବାଟବଣା ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସ୍ଥଳଭାଗରୁ ଉକ୍ତ ସିଗ୍‌ନାଲ୍‌ ଏତେ ଶକ୍ତିଶାଳୀ ଥିଲା ଯେ, ତାହା ବିମାନର ଦିଗବାରେଣୀ ବ୍ୟବସ୍ଥାକୁ ନିୟନ୍ତ୍ରଣ କରି ବିମାନର ଗତିପଥ ବଦଳାଇ ଦେଉଥିଲା। ଫଳତଃ, ଚଳାଉଥିବା ବିମାନର ଅବସ୍ଥିତି ଜାଣିବା ଲାଗି ପାଇଲଟ୍‌ମାନେ ‘ଏଟିସି’ ପରାମର୍ଶ ଲୋଡୁଥିଲେ।

ବିମାନ ଚଳାଚଳ ବିଶେଷଜ୍ଞମାନେ କହିଛନ୍ତି ଯେ, ଯାତ୍ରୀବାହୀ ବିମାନ ଉପରେ ଏ ଧରଣର ଟାର୍ଗେଟ୍‌ କରାଯିବାରେ ଏହା ହେଉଛି ପ୍ରଥମ ଘଟଣା। ଏହା ପୂର୍ବରୁ ପ୍ରାୟ ଏକ ଦଶନ୍ଧି ହେବ ‘ଜିପିଏସ୍’ ସିଗ୍‌ନାଲ୍‌ ବଳରେ ଅନ୍ୟାନ୍ୟ ବିମାନଗୁଡ଼ିକର ଦିଗଭ୍ରଷ୍ଟ କରାଯାଇ ପାରୁଥିଲା।

Image Courtesy of Times of India

ଏହି ମିଥ୍ୟା ‘ଜିପିଏସ୍‌’ଦ୍ବାରା ପ୍ରଭାବିତ ହୋଇ ଦିଗଭ୍ରଷ୍ଟ ହୋଇଥିବା ବିମାନ ସବୁ ହେଉଛି, ବୋଇଙ୍ଗ୍‌ ୭୭୭. ୭୩୭ ଓ ୭୪୭। ଏଥିରୁ ‘୭୭୭’ ବିମାନ ଏଭଳି ପଥଭ୍ରଷ୍ଟ ହୋଇଥିଲା ଯେ, ପାଇଲଟ୍‌ମାନେ ବାଗ୍‌ଦାଦ୍‌ ‘ଏଟିସି’କୁ ‘କେତେଟା ବାଜିଛି, ଆମେ କେଉଁଠି ଅଛୁ’ ବୋଲି ପଚାରିବାକୁ ବାଧ୍ୟ ହୋଇଥିଲେ।

ଇରାକ୍‌ ଓ ଆଜରବୈଜାନ୍‌ରେ ‌ ବିମାନ ଦିଗଭ୍ରଷ୍ଟ କରାଯିବା ଆଶଙ୍କା ଥିବା ସତର୍କ କରାଇ ଆମେରିକାର ‘‌ଫେଡେରାଲ୍‌ ଆଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ସମସ୍ତ ଏୟାର୍‌ଲାଇନ୍‌ଙ୍କୁ ‘ମେମୋ’ ଜାରି କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button