ନୀତି

ଗେଣ୍ଡୁ ଆଇସ୍‌କ୍ରିମ୍‌! – Utkal Mail


ଲୋକେ ଖାଦ୍ୟକୁ ନେଇ ନୂଆ ନୂଆ ପରୀକ୍ଷାନିରୀକ୍ଷା କରି ସାମାଜିକ ଗଣମାଧ୍ୟମରେ ପ୍ରସାର କରୁଛନ୍ତି। ନାନା ସାମଗ୍ରୀ ମିଶାଇ ଅଭିନବ ପ୍ରୟୋଗ ଠାରୁ ଆରମ୍ଭ କରି ଅସ୍ବାଭାବିକ ରୋଷେଇ କୌଶଳ ଦେଖାଇ ସେମାନେ ଖାଦ୍ୟପ୍ରେମୀଙ୍କୁ ଆକୃଷ୍ଟ କରୁଛନ୍ତି। ଏହି କ୍ରମରେ ନିକଟରେ ଜଣେ ମହିଳା ଗେଣ୍ଡୁ ଫୁଲ ବ୍ୟବହାର କରି ଆଇସ୍‌କ୍ରିମ୍‌ର ନୂଆ ସ୍ବାଦ ବାହାର କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଛଡ଼ାଯାଇଥିବା ଏହି ବ୍ୟଞ୍ଜନ ଭିଡିଓରେ ମହିଳା ଜଣକ ଗେଣ୍ଡୁ ଫୁଲ ଛିଣ୍ଡାଉଥିବା ଦେଖାଯାଇଛି। ପରେ ଏକ ପାତ୍ରରେ ତାହାକୁ ରଖି ସେ ତାହା ଉପରେ ଗରମ ପାଣି ଢାଳୁଛନ୍ତି। କିଛି ସମୟ ପରେ ସେ ଫୁଲଗୁଡ଼ିକୁ ଭଲଭାବରେ ଧୋଇ ପାଖୁଡ଼ାଗୁଡ଼ିକ ଅଲଗା କରୁଛନ୍ତି। ତା’ପରେ ପାଖୁଡ଼ାଗୁଡ଼ିକୁ ଏକ ବ୍ଲେଣ୍ଡରରେ ରଖି ସେଥିରେ ପାଣି ଓ କ୍ଷୀର ମିଶାଉଛନ୍ତି।

ଏହି ମିଶ୍ରଣକୁ ଅନ୍ୟ ଏକ ପାତ୍ରକୁ ଢାଳି ସେଥିରେ ଚିନି, କିଛି ମସଲା ଓ ଭାନିଲା ଅର୍କ ସମେତ ବହଳିଆ କ୍ରିମ୍‌ ପକାଉଛନ୍ତି। ଏସବୁର ମିଶ୍ରଣକୁ ଭଲରେ ଘାଣ୍ଟି ଏକ ଆଇସ୍‌କ୍ରିମ୍‌ ମେକରରେ ଢାଳୁଛନ୍ତି। ଉକ୍ତ ମିଷ୍ଟାନ୍ନଟି ସଂପୂର୍ଣ୍ଣ ହେବା ପରେ ତାହାକୁ ଅଲଗା ଅଲଗା ବାକ୍ସରେ ରଖି ବରଫୀକୃତ କରୁଛନ୍ତି। ଏଭଳି ଏକ ଅଭିନବ ସ୍ବାଦର ଆଇସ୍‌କ୍ରିମ୍‌ର ପର୍ଯ୍ୟାୟକ୍ରମ ପ୍ରସ୍ତୁତିର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହେଲା ପରେ ନାନା ପ୍ରକାର ରୋଚକ ଟିପ୍ପଣୀ ସବୁ ଆସିବାରେ ଲାଗିଛି। କେହି କେହି ଏପରି ପରିକଳ୍ପନାକୁ ଅସ୍ବାଭାବିକ କହୁଥିବା ବେଳେ କେହି କେହି ଗେଣ୍ଡୁ ଫୁଲକୁ ଖାଦ୍ୟ ଉପଯୋଗୀ କରିଥିବା କଥାକୁ ପ୍ରଶଂସା କରିଛନ୍ତି। ଫୁଲ ଚାଷ ବେଳେ କରାଯାଉଥିବା କୀଟନାଶକ ସିଞ୍ଚନ ପ୍ରତି ସତର୍କ ରହିବାକୁ ଜଣେ ବିଶେଷଜ୍ଞ ପରାମର୍ଶ କରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button