ଦେଶ ବିଦେଶ

ମରକଜ ରେ ଥିବା ୬୦୦୦ ଲୋକଙ୍କ ଚିହ୍ନଟ ହୋଇଛି, ସଂକ୍ରମିତ ଲୋକ ଡାକ୍ତରଙ୍କ ଉପରେ ପାକଉଛନ୍ତି ଛେପ

ଦିଲ୍ଲୀ ରେ ନିଜାମୁଦିନ ସ୍ଥିତ ମରକଜ ରେ ତବଲିଗି ଜମାତ ଆୟୋଜନ ରେ ୬୦୦୦ ଲୋକ ସମ୍ମେଳିତ ହୋଇଥିଲେ ଯେଉଁଠି ଲକଡାଉନ ବେଳକୁ ୧୭୦୦ରୁ ଅଧିକା ଲୋକ ଥିଲେ । ଜମାତରେ ଏକାଠି ହୋଇଥିବା ୫୦୦୦ ଲୋକଙ୍କୁ ଅଲଗା ରଖା ଯାଇଛି । ଏଥିରୁ କିଛି ଲୋକଙ୍କୁ ଅଲଗା ଅଲଗା ରାଜ୍ୟ ହସ୍ପିଟଲ ରେ ଭର୍ତି କରା ଯାଇଛି, ଏହା ସହ ଗୁଜରାତ, ତାମିଲନାଡୁ ଓ ତେଲେଙ୍ଗାନା ସହିତ ଅନ୍ୟ କେତେକ ଜାଗା ରେ ୨୦୦୦ ଅନ୍ୟ ଲୋକଙ୍କ ଜଣା ପଡିଛି ।

ଏହି ଲିଷ୍ଟରେ ବିଦେଶୀ ମଧ୍ୟ ସାମିଲ ଅଛନ୍ତି ତେବେ ରାଜ୍ୟ ଅଧିକାରୀ ଏମିତି କିଛି ଲୋକଙ୍କ ଚିହ୍ନଟ କରିଛନ୍ତି ଯିଏ ଦିଲ୍ଲୀ ରୁ ନିଜ ନିଜ ଗାଁକୁ ଫେରି ଯାଇ ନାହାନ୍ତି ।

ପ୍ରଶାସନ କହିବା ଅନୁଯାଇ ଏହି ଘଟଣା ବୃଦ୍ଧି ତବଲିଗି ଜମାତ କାରଣରୁ ହୋଇଛି, ଦେଶରେ ବୁଧବାର ଦିନ କରୋନା ୪୫୦ ସଂକ୍ରମଣ କଥା ସାମ୍ନାକୁ ଆସିଛି, ଏହା ସହ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଯାଇ ୨୦୩୨ ହୋଇଯାଇଛି ଓ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ଦେଶରେ ୫୮ ଲୋକଙ୍କ ମୃତ୍ୟୁ ହୋଇଚ୍ଚି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଂଖ୍ୟା :

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ୨୪ ଘଣ୍ଟା ରେ ୪୩୭ ନୂଆ କୋରୋନା ସଂକ୍ରମିତ ଲୋକଙ୍କ ଚିହ୍ନଟ କରିଛନ୍ତି, ପିଟିଆଇ ଖବର ଅନୁଯାଇ କରୋନା ଭାଇରସ ସଂକ୍ରମଣ ଲୋକଙ୍କ କଥା ୧୮୩୪ ହୋଇଯାଇଛି ଓ ୪୧ ଲୋକଙ୍କ ମୃତ୍ୟୁ ହୋଇଛି କିନ୍ତୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଦ୍ଵାରା ଘୋଷିତ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦେଶରେ ୨୦୩୨ ହୋଇଯାଇଛି ଓ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୫୮ ଅଟେ ।

ଏହି ରାଜ୍ୟ ରେ ନୂଆ କରୋନା ସଂକ୍ରମିତ ଲୋକଙ୍କ କଥା ଜଣା ପଡିଛି :

ମହାରାଷ୍ଟ୍ର, ତାମିଲନାଡୁ ଓ ଦିଲ୍ଲୀ ରେ କରୋନା ସଂକ୍ରମିତ ନୂଆ ଲୋକଙ୍କ ଚିହ୍ନଟ କରା ଯାଇଛି, ଦିଲ୍ଲୀ ରେ ଅଧିକାରୀମାନଙ୍କ କହିବା ଅନୁଯାଇ ୧୫୨ ନୂଆ ସଂକ୍ରମଣ କଥା ସାମ୍ନାକୁ ଆସିଛି ଯେଉଁଥିରୁ ୫୩ ଲୋକ ସେହି ଥିଲେ ଯିଏ ନିଜାମୁଦିନ ଆୟୋଜନ ରେ ସାମିଲ ହୋଇଥିଲେ । ମହାରାଷ୍ଟ୍ର ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩ ରୁ ବଢି ଯାଇ ୩୩୫ ହୋଇଯାଇଛି, ଯେଉଁଥିରେ କେବଳ ମୁମ୍ବାଇ ଲୋକ ୩୦ ଜଣ ଅଟନ୍ତି ।

ଦିଲ୍ଲୀ ରେ ହୋଇଥିବା ନିଜାମୁଦିନ ଆୟୋଜନ ଠାରୁ ଫେରିଥିବା ୧୧୦ ଲୋକଙ୍କ ତାମିଲନାଡୁ ଫେରିଲା ପରେ କରୋନା ସଂକ୍ରମଣ ଚିହ୍ନଟ କରା ଯାଇଛି ତେବେ ତାମିଲନାଡୁ ରେ ଏହା ବଢିଯାଇ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୩୪ ହୋଇଯାଇ । ତେବେ ଏମାନଙ୍କ ମଧ୍ୟରୁ ଯେଉଁ ମାନେ ହସ୍ପିଟାଲରେ ଭର୍ତି ଅଛନ୍ତି ଓ ପଜେଟିଭ ଅଛନ୍ତି ସେମାନେ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି । ସେଠାରୁ ଫେରିଥିବା କିଛି ଲୋକ ଏବେ ଓଡିଶାରେ ମଧ୍ୟ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button