ବିଚାର

ଚାଣକ୍ୟ ନୀତି : ସଙ୍କଟ ସମୟରେ କେମିତି କରିବେ ସାମ୍ନା ?, ଜାଣନ୍ତୁ ଚାଣକ୍ୟଙ୍କ କିଛି ଟିପ୍ସ

କରୋନା ଭାଇରସ ଦ୍ଵାରା ପୁରା ଦୁନିଆ ଲୋକ ହଇରାଣ ଅଛନ୍ତି ତେବେ ଲୋକଙ୍କୁ ଘରୁ ବାହାରିବା ପାଇଁ ମନା କରା ଯାଇଛି, ପ୍ରତି ଦେଶ ଏହାଠାରୁ ବଞ୍ଚିବା ପାଇଁ ଉପାୟ ଖୋଜୁଛନ୍ତି । ଏମିତି ସମୟରେ ବିଶେଷଜ୍ଞମାନେ ଲୋକଙ୍କୁ ଏହି ଭାଇରସ ସଂକ୍ରମଣ ଠାରୁ ବଞ୍ଚି ରହିବା ପାଇଁ ଘରେ ରହିବା ପାଇଁ କହିଛନ୍ତି ।ତେବେ ଆସନ୍ତୁ ଜାଣିବା ଏହି ଭଳି ସମସ୍ୟା ଠାରୁ ବଞ୍ଚିବା ପାଇଁ ଚାଣକ୍ୟ ନୀତି କଣ କହିଥାଏ ଓ କେମିତି ଏହା ଦ୍ଵାରା ଆମକୁ ସାହାସ ମିଳି ଥାଏ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ବୁଦ୍ଧି ଓ ବିଦ୍ୟା ପାଇଁ ସର୍ବଶ୍ରେଷ୍ଠ ବିଦ୍ଵାନ କୁହା ଯାଉଥିଲେ, ଚାଣକ୍ୟ ସମାଜରେ ପ୍ରଭାବିତ ପ୍ରତିଟି ଜିନିଷ ବିଷୟରେ ବହୁତ ଗମ୍ଭୀରଟା ସହ ଅଧ୍ୟୟନ କରୁଥିଲେ ।

ଅଧ୍ୟୟନ ପରେ ଏହାକୁ ଚାଣକ୍ୟ ନୀତିରେ ସ୍ଥାନ ଦଉଥିଲେ ଯାହା ପଢି ଲୋକଙ୍କୁ ଜ୍ଞାନ ପ୍ରାପ୍ତ ହେଉ, କୌଣସି ବଡ ସଙ୍କଟ ଠାରୁ ନିଜକୁ କେମିତି ବଞ୍ଚାଇ ରଖିବା ଉଚିତ ଏହି କଥା ଉପରେ ଚାଣକ୍ୟ ପ୍ରକାଶ ପକେଇଥିଲେ ।

ଘରେ ବସି ସଙ୍କଟ ଠାରୁ କେମିତି ଲଢିବା ଉଚିତ ଅଟେ :

– ଚାଣକ୍ୟ ଅନୁଯାଇ ଯେତେବେଳେ ସଙ୍କଟ ବହୁତ ବଡ ହୋଇଥାଏ ଓ ଏହାର କିଛି ଉପାୟ ନଥାଏ ତେବେ ଏହାକୁ ଘରେ ବସି ଟଳି ଯିବାର ଅପେକ୍ଷା କରିବା ଉଚିତ ଅଟେ ।

– ଘରେ ବସି ମଧ୍ୟ ରାଷ୍ଟ୍ରକୁ ବଞ୍ଚେଇ ପାରିବେ, ଚାଣକ୍ୟ ଅନୁଯାଇ ସବୁ ସଙ୍କଟ ଅଲଗା ଅଲଗା ସ୍ୱରୂପ ହୋଇଥାଏ । ଯେତେବେଳେ ଶତ୍ରୁ ଦେଖା ଦିଏ ନାହିଁ ସେତେବେଳେ ଘରେ ବସି ରାଷ୍ଟ୍ର ଆଦେଶ ପାଳନ କରିବା ଉଚିତ ।

– ଶାସନ ଓ ସତ୍ତା ରେ ଥିବା ଦାଇତ୍ଵବାନ ଲୋକଙ୍କ ନିର୍ଦେଶ ଅନୁଯାଇ କାମ କଲେ ସଙ୍କଟ କମ ହବାର ଆଶା ହୋଇଥାଏ, ଯେଉଁ ଲୋକ ଶାସନ ରେ ଥିବା ଲୋକଙ୍କ ଉପରେ ପ୍ରଶ୍ନ କରିଥାଏ ଓ ତାଙ୍କ କଥା ମାନେ ନାହିଁ ଏହି ଭଳି ଲୋକ ନିଜେ ଅସୁବିଧାରେ ପଡିଥାନ୍ତି ଓ ଅନ୍ୟ ଲୋକଙ୍କୁ ମଧ୍ୟ ନିଜ ସହ ଅସୁବିଧାରେ ପକେଇ ଥାନ୍ତି ।

– ସଙ୍କଟ ସମୟରେ ନିଜ ସମ୍ପର୍କରେ ଥିବା ଦ୍ଵେଷ ଭଲି ରାଷ୍ଟ୍ର ହିତ ପାଇଁ ଏହି ସମସ୍ୟା ର ସମାଧାନ ଖୋଜିବା ଉଚିତ ଅଟେ ।

– ମହାମାରୀ ଓ ଗମ୍ଭୀର ରୋଗ ପାଇଁ ଯଦି ସଠିକ ଭାବରେ ପ୍ରୟାଶ ନ କରା ଗଲା ତେବେ କିଛି ଲୋକଙ୍କ ପାଇଁ ପୁରା ସମାଜ ନଷ୍ଟ ହୋଇଥାଏ ସେଥିପାଇଁ ସ୍ଵଛତା, ସଜାଗ ରହିବା ଓ ସୁରକ୍ଷାରେ ରହିବା ଅତ୍ୟନ୍ତ ଜରୁରୀ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button