ଜୀବନଶୈଳୀ

ମହାଦେବଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି ଲକ୍ଷଣ ଥିବା ବ୍ୟକ୍ତିମାନେ, ଏମାନଙ୍କ ସହିତ ମହାଦେବ ସଦା ସର୍ବଦା ରହି ଥାନ୍ତି , ଆଜି ହିଁ ଜାଣି ନିଅନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଏମିତି ଲକ୍ଷଣ ବିଷୟରେ କହିବୁ ଯଦି କେହି ବ୍ୟକ୍ତି ପାଖରେ ଏହି ସବୁ ଲକ୍ଷଣ ଥାଏ ତାହେଲେ ବୁଝିଯିବେ କି ସ୍ୱୟଂ ଭଗବାନ ଶିବଙ୍କର ଆଶୀର୍ବାଦ ସେହି ଲୋକ ଉପରେ ଅଛି। ସେହି ବ୍ୟକ୍ତିର କେହି କିଛିବି କ୍ଷତି କରିପାରିବ ନାହିଁ। ଭଗବାନ ଶିବ ଯିଏକି ଦେବଙ୍କର ଦେବ ମହାଦେବ ଅଟନ୍ତି। ଏହି ସଂସାରରେ କୋଣ ଅନୁକୋଣରେ ସେ ବସିଛନ୍ତି। ଭଗବାନ ଶିବଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ। କାହିଁକିନା ଭଗବାନ ଶିବ ତାଙ୍କ ଭକ୍ତ ମାନଙ୍କ ମଧ୍ୟରେ କୌଣସି ବି ପ୍ରକାରର ଭେଦ ଭାବ ରଖନ୍ତି ନାହିଁ। ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ବିଷୟରେ।

Google

ବନ୍ଧୁଗଣ ଭଗବାନ ଶିବଙ୍କର କୃପା ପ୍ରାପ୍ତି ବ୍ୟକ୍ତି ସାଧାରଣ ଜୀବନ ଯାପନ କରିବା ପାଇଁ ପସନ୍ଦ କରିଥାନ୍ତି। ଏହିପରି ଲୋକ ମାନେ ଅନ୍ୟ ମାନଙ୍କୁ କେବେବି ନିଚା ଦେଖାଇବାକୁ ପ୍ରୟାସ କରି ନଥାନ୍ତି। ଭଲରେ ବି ମଧ୍ୟ କାହା ସହିତ କଟୁ କଥା ବ୍ୟବହାର କରି କଥାବାର୍ତା କରିନଥାନ୍ତି ଏବଂ ଜାଣିଶୁଣି କେବେବି କାହାର ଅପମାନ କରି ନଥାନ୍ତି। ଭଗବାନ ମହାଦେବଙ୍କ କୃପା ପ୍ରାପ୍ତି ବ୍ୟକ୍ତି ପଶୁ ପ୍ରେମୀ ହୋଇଥାଆନ୍ତି। କେବେବି କୌଣସି ଜୀବଜନ୍ତୁ ଉପରେ ଅତ୍ୟାଚାର କରି ନଥାନ୍ତି। ଯେଉଁ ବ୍ୟକ୍ତି ଅଧିକ ଧନ ସମ୍ପତ୍ତି ଏବଂ ଜ୍ଞାନ, ଐଶ୍ୱର୍ଯ୍ୟ, ଇତ୍ୟାଦି ପାଇକରି କେବେବି ଅହଂକାର କରିଥାଏ। ଅନ୍ୟମାନଙ୍କ ସହିତ ବିନମ୍ରତାର ସହିତ ଚଳିଥାଏ ଏହିପରି ବ୍ୟକ୍ତିଙ୍କ ଉପରେ ଭଗବାନ ମହାଦେବଙ୍କର କୃପା ସର୍ବଦା ରହିଥାଏ। ଯେଉଁ ପ୍ରକାରରେ ନଦୀ ନିଜର ଜଳ ନିଜେ ପିଇ ନଥାଏ, ବୃକ୍ଷ ନିଜେ ଫଳ ନିଜେ ଖାଇ ନଥାଏ ଠିକ ସେହିପରି ଭଗବାନ ମହାଦେବଙ୍କର କୃପା ପ୍ରାପ୍ତି ବ୍ୟକ୍ତି ନିଜର ଜୀବନକୁ ପରପକାରରେ ଲଗାଇ ଥାଏ। ଏହିପରି ବ୍ୟକ୍ତି ସର୍ବଦା ଅନ୍ୟ ମାନଙ୍କୁ ସହାୟତା କରିବାରେ ଲାଗିଥାନ୍ତି।

Google

କେବଳ ଅନ୍ୟ ମାନଙ୍କୁ ଖୁସି ଦେବା ପାଇଁ ପରିଶ୍ରମ କରିଥାଏ। ସେହିପରି ବ୍ୟକ୍ତିଙ୍କ ଉପରେ ଭଗବାନ ମହାଦେବଙ୍କ କୃପା ସର୍ବଦା ରହିଥାଏ। ଯେଉଁ ବ୍ୟକ୍ତି ବହୁତ ବଳବାନ ହେଲେ ମଧ୍ୟ ନୀଚ ଲୋକମାନଙ୍କ ଉପରେ ଅତ୍ୟାଚାର କରି ନଥାନ୍ତି ଏବଂ କେବେବି ନିଜର ବଳତ୍ୱକୁ ନେଇ ଗର୍ବ କରି ନଥାନ୍ତି ଏହିପରି ବ୍ୟକ୍ତି ଭଗବାନ ମହାଦେବଙ୍କର ଅତି ପ୍ରିୟ ହୋଇଥାଆନ୍ତି। ତାହା ସହିତ ଯେଉଁ ବ୍ୟକ୍ତି ନିର୍ଧନ ବା ଗରିବ ହେଲେ ମଧ୍ୟ ଅନ୍ୟ ମାନଙ୍କୁ ଜ୍ଞାନ କରିବାରେ ସବୁବେଳେ ମନ ନିବେଶ କରିଥାଏ ଏହିପରି ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିଥାଏ। ଯେଉଁ ବ୍ୟକ୍ତି ଦୁର୍ଲ୍ଲଭ ଜିନିଷକୁ ପାଇବାକୁ ଇଛା ରଖି ନଥାଏ ତଥା ବିପଦ ଆସିଲେ ମଧ୍ୟ ବିଚଳିତ ହୋଇ ନଥାଏ ବରଂ ବିପଦର ସାମ୍ନା କରିଥାଏ ଏହିପରି ବ୍ୟକ୍ତିମାନଙ୍କ ମୁଣ୍ତ ଉପରେ ଭଗବାନ ମହାଦେବଙ୍କର ହାତ ଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button