ରଥଯାତ୍ରା ସମ୍ବଧିତ 10ଟି ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ଚଳିତ ବର୍ଷ ଜୁନ 20 ତାରିଖ ମଙ୍ଗଳବାର ଦିନ ପଡୁଛି ଘୋଷ ଯାତ୍ରା ବା ଶ୍ରୀ ଗୁଣ୍ଡିଚା ଯାତ୍ରା । ହିନ୍ଦୁ ଧର୍ମରେ ରଥଯାତ୍ରା ର ଅନେକ ମହତ୍ଵ ରହିଛି । କାରଣ ରଥଯାତ୍ରା ଆମ ହିନ୍ଦୁ ଧର୍ମ ର ସବୁଠାରୁ ବଡ ଓ ମୁଖ୍ୟ ପର୍ବ ଅଟେ । ଏହା ପ୍ରତି ବର୍ଷ ଆଷାଢ ମାସ ଶୁକ୍ଳ ପାଖ ଦ୍ଵିତୀୟା ତିଥି ରେ ପାଳନ କରା ଯାଇଥାଏ । ପ୍ରତି ବର୍ଷ ରଥଯାତ୍ରା ପୁରୀ ଶ୍ରୀ କ୍ଷେତ୍ର ରେ ଖୁବ ଧୂମ ଧାମ ରେ ପାଳନ କରା ଯାଇଥାଏ ।
ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ଦେଖିବା କାହିଁ କେତେ ଦୂର ରୁ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥାଏ । ରଥଯାତ୍ରା ରେ ତିନି ଠାକୁର ତିନି ରଥ ରେ ବିରାଜମାନ କରିଥାନ୍ତି । ଆଉ ସେହି ମନୋଲୋଭା ଦୃଶ୍ୟ କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ପୁରୀ ରେ ଗହଳି ଦେଖିବାକୁ ମିଳିଥାଏ । ମାନ୍ୟତା ଅଛି କି ରଥ ଦଉଡି ଯେଉଁ ବ୍ୟକ୍ତି ଛୁଇଁ ଥାଏ ବା ଟାଣି ଥାଏ ତାର ଜୀବନର ସବୁ ପାପ କ୍ଷୟ ହୋଇଥାଏ ।
ରଥଯାତ୍ରା ସମ୍ବଧିତ କିଛି ପ୍ରଶ୍ନ ଓ ଉତ୍ତର ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ଯାହାର ଅଧ୍ୟୟନ କରିଲେ ଛୋଟ ପିଲା ମାନେ ନିଶ୍ଚୟ ଉପକୃତ ହେବେ । ଏହା ଏକ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର । ଯାହାକୁ ପାଠ ପଢୁଥିବା ପିଲା ମାନେ ନିଶ୍ଚୟ ଜଣାଇ ନେବା ଉଚିତ । ତେବେ ଆସନ୍ତୁ ଜାଣି ନେବା ରଥଯାତ୍ରା ସମ୍ବଧିତ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ।
୧- ରଥଯାତ୍ରା କେବେ ପାଳନ କରାଯାଏ ?
ଉତ୍ତର- ଆଷାଢ ମାସ ଶୁକ୍ଲ ପକ୍ଷ ଦ୍ଵିତୀୟା ତିଥି ରେ ।
୨- ରଥଯାତ୍ରା ରେ କାହାର ରଥ ପ୍ରଥମେ ଗଢା ଯାଇଥାଏ ?
ଉତ୍ତର- ବଳଭଦ୍ର ।
୩- ରଥଯାତ୍ରା ର ଅନ୍ୟ ନାମ କଣ ?
ଉତ୍ତର- ଘୋଷ ଯାତ୍ରା ।
୪- ରଥ ନିର୍ମାଣ ପରେ ତିନି ରଥ ର ପ୍ରତିଷ୍ଠା କିଏ କରିଥିଲେ ?
ଉତ୍ତର- ନାରଦ ।
୫- ମହାପ୍ରଭୁ ଜଗନ୍ନାଥ ଙ୍କ ରଥର ସାରଥି ଙ୍କ ନାମ କଣ ?
ଉତ୍ତର- ଦାରୁକ ।
୬- ଦେବୀ ସୁଭଦ୍ରା ଙ୍କ ରଥ ର ସାରଥି ଙ୍କ ନାମ କଣ ?
ଉତ୍ତର- ଅର୍ଜୁନ ।
୭- ବଳଭଦ୍ର ଙ୍କ ରଥ ର ସାରଥି ଙ୍କ ନାମ କଣ ?
ଉତ୍ତର- ମାତାଳି ।
୮- ଜଗନ୍ନାଥ ଙ୍କ ରଥ ର ନାମ କଣ ?
ଉତ୍ତର- ନନ୍ଦୀଘୋଷ ।
୯- ବଳଭଦ୍ର ଙ୍କ ରଥ ର ନାମ କଣ ?
ଉତ୍ତର- ତାଳଧ୍ବଜ ।
୧୦- ସୁଭଦ୍ରା ଙ୍କ ରଥ ର ନାମ କଣ ?
ଉତ୍ତର- ଦର୍ପଦଳନ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।