ଓଡିଶା

ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର କାଠ ନିକଟରେ ହେବ ଡିଟାଚେବୁଲ୍ ରାମ୍ପ୍

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କିଭଳି ସୁଖଦ ହେବ ସେଥିପାଇଁ ସରକାର ଏକାଧିକ ପଦକ୍ଷେପ ନେଉଛନ୍ତି। ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ। ଏଥିରେ ବାଦ ପଡିବେନି କୌଣସି ଭକ୍ତ। ତେଣୁ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଭିତର କାଠ ନିକଟରେ ଡିଟାଚେବୁଲ୍ ରାମ୍ପ୍ ବା ଅଲଗା ହୋଇପାରୁଥିବା ରାମ୍ପ ବ୍ୟବସ୍ଥା କରାଯିବ।

ଓଡିଶା ସେତୁ ନିର୍ମାଣ ନିଗମ ବା ଓବିସିସି ପକ୍ଷରୁ ଏହି ଡିଟାଚେବୁଲ ରାମ୍ପ ନମୁନା ପ୍ରଦର୍ଶନ କରାଯାଇଛି। ସେହିପରି ଦିନରେ କିଛି ସମୟ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବା ନେଇ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଅନ୍ୟପଟେ ନାଟମଣ୍ଡପରେ ସମସ୍ତ ଭକ୍ତ ଏଥର ମହାପ୍ରଭୁଙ୍କ ଆଖି ସହ ଆଖି ମିଶାଇ ନିଜର ଚର୍ମଚକ୍ଷୁ ପବିତ୍ର କରିବେ।ଭକ୍ତଙ୍କ ପାଇଁ ଧାଡି ବ୍ୟବସ୍ଥା ହେବ।

ଗତ ମାସ ୩୦ ତାରିଖରେ ବସିଥିବା ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ପରମ୍ପରା ଓ ସେବା ପୂଜାକୁ ବ୍ୟାଘାତ ନକରି ଏହି ଶୃଙ୍ଖଳା ଅଣାଯିବ। ନାଟମଣ୍ଡପରେ ସିନ୍ଦୁକ ଓ ଆଲମିରା କଢ଼ାଯିବ ସହ ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯିବ । ମହିଳା, ଛୋଟ ଶିଶୁ, ବୃଦ୍ଧ-ବୃଦ୍ଧା ପାଇଁ ସ୍ୱତନ୍ତ୍ର ସ୍ୱତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button