ଦେଶ ବିଦେଶ

ସଂସଦୀୟ କମିଟିର ଉଦ୍‌ବେଗ: ଜଳପଥରେ ତାଳଚେରକୁ ଧାମରା, ପାରାଦୀପ ବନ୍ଦର ସହିତ ଯୋଡ଼ିବା କାର୍ଯ୍ୟ ମନ୍ଥର – Utkal Mail


ନୂଆଦିଲ୍ଲୀ: ତାଳଚେର କୋଇଲା ବେଲ୍ଟକୁ ଧାମରା ଓ ପାରାଦୀପ ବନ୍ଦର ସହିତ ଜଳପଥରେ ଯୋଡ଼ିବାର ମନ୍ଥର ଗତିକୁ ନେଇ ଭି.ବିଜୟସାଇ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟରେ ଉଦବେଗ ପ୍ରକାଶ କରାଯାଇଛି। କମିଟି ଦ୍ବାରା ନିକଟରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଡେଭଲପ୍‌ମେଣ୍ଟ୍‌ ଆଣ୍ଡ ଏକ୍ସପାନସନ୍‌ ଅଫ୍‌ ଏଗଜିଷ୍ଟିଂ ଆଣ୍ଡ ନିୟୁ ନ୍ୟାସନାଲ ଇନଲାଣ୍ଡ ୱାଟରୱେଜ୍‌ ଶୀର୍ଷକ ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯାଇଛି।

ଏହି ରିପୋର୍ଟରେ କୁହାଯାଇଛି, ତାଳଚେର କୋଇଲା ବେଲ୍ଟକୁ ଧାମରା ଓ ପା‌ରାଦୀପ ବନ୍ଦର ସହିତ ଯୋଡ଼ିବାର ପ୍ରସ୍ତାବ ଗତ କିଛି ବର୍ଷ ତଳେ ଆରମ୍ଭ ହୋଇଥିଲା ଏବଂ ୨୦୨୧ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିଲା। ହେଲେ ଏ ଦିଗରେ ବିଶେଷ ପ୍ରଗତି ହୋଇପାରି ନାହିଁ। ଏଥି ସହିତ ଇନଲାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆ,ପ‌ାରଦୀପ ବନ୍ଦର, ଧାମରା ବନ୍ଦର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ବୁଝାମଣାପତ୍ରର ଅବଧି ୨୦୧୮ରେ ସମାପ୍ତ ହୋଇଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।

ଇନ୍‌ଲାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟ ପରେ ଦ୍ବିତୀୟ ପର୍ଯ୍ୟାୟ ଓ ତାପରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ। ପ୍ରକଳ୍ପର କାର୍ଯ୍ୟ ଧିମେଇ ଯାଇଥିବା ତଥା କ୍ରିୟାନ୍ବୟନରେ ହେଉଥିବା ବିଳମ୍ବକୁ ନେଇ କମିଟି ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି, କଳ୍ପ କାର୍ଯ୍ୟ ଶୀଘ୍ର କାର୍ଯ୍ୟକାରୀ ହୋଇଥିଲେ ବନ୍ଦରଗୁଡ଼ିକୁ କମ୍‌ ମୂଲ୍ୟରେ ପ୍ରଚୁର ପରିମାଣରେ ମାଲ୍ ପରିବହନ ହୋଇପାରନ୍ତା। ଏଥି ସହିତ କମିଟି ଆହୁରି ମଧ୍ୟ ଜାଣିବା ପାଇଁ ଚାହିଁଛି ଯେ କାହିଁକି ଆରମ୍ଭରୁ ଏହି ପ୍ରକଳ୍ପର କାର୍ଯ୍ୟ ବିଳମ୍ବ ହେଲା। ଏହାବାଦ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ‌ଶେଷ ହେବାର ଧାର୍ଯ୍ୟ ସମୟ କ’ଣ? ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିବା ସଂପର୍କିତ ତାରିଖକୁ ଚୂଡ଼ାନ୍ତ କରିବାକୁ କମିଟି ଇନଲାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆକୁ ସୁପାରିସ କରିଛି। ଏଥିସହିତ ବିଳମ୍ବିତ ୬୪ଟି ଜାତୀୟ ୱାଟରୱେଜ୍‌ ପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ କମିଟି ସୁପାରିସରେ କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button