ଜୀବନଶୈଳୀ

ଯେଉଁ ସ୍ତ୍ରୀ ସପ୍ତାହର ଏହି ଦିନ କେଶ ଧୋଇଥାଏ । ସେହି ଘରକୁ କେବେ ଆସି ନଥାଏ ଦାରିଦ୍ର୍ୟତା । ଜାଣି ରଖନ୍ତୁ ।

ଏମିତିରେ ତ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବାଦେବୀଙ୍କର ପୂଜା ଆରାଧନାର ଦିନ ମାନା ଯାଏ । କିନ୍ତୁ ମଙ୍ଗଳବାର ସାବିତ୍ରୀ ଦିନଟି ଶ୍ରୀ ହନୁମାନଙ୍କ ଦିନ ମାନା ଯାଏ । ଯେଉଁଦିନ ଚମେଲି ତେଲରେ ସିନ୍ଦୁର ମିଶାଇ ସଙ୍କଟମୋଚକଙ୍କୁ ଅର୍ପିତ କରାଯିବା ସହିତ ଚୋଲା ମଧ୍ୟ ଅର୍ପିତ କରାଯାଏ । ଏହି ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କ ପୂଜା ବିଧି ସହିତ ଏକ ସହଜ ଉପାୟ ମଧ୍ୟ କରି ପାରିବେ । ଏକ ଅଶ୍ୱତ୍ଥ ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ସେଥିରେ କେଶରରେ ଶ୍ରୀହନୁମାନଙ୍କ ନାମ ଲେଖି ନିଜ ପର୍ସରେ ରଖି ଦିଅନ୍ତୁ ଏବଂ ତାହା ଯେଉଁଦିନ ଶୁଖିଯିବ ତାହାକୁ କୌଣସି ଜଳାଶୟରେ ଭସାଇ ଦିଅନ୍ତୁ । ଏହାଦ୍ବାରା ପର୍ସରେ ଉନ୍ନତି ହେବାରେ ଲାଗିବ ।

ଯଦି କୌଣସି ବ୍ୟକ୍ତିର ମଙ୍ଗଳ ଦୋଷ ଥାଏ ସେହି ବ୍ୟକ୍ତି ନାଲି ମସୁର ଡାଲି ନିଜ ସାମ୍ୟର୍ଥ ଅନୁଯାୟୀ କୌଣସି ଗରୀବ ଲୋକଙ୍କୁ ଦାନ କରି ପାରିବେ । କିନ୍ତୁ ଏହିଦିନ ମହିଳା ମାନେ ନିଜର ସୌନ୍ଦର୍ଯ୍ୟ ପ୍ରସାଧ ସାମଗ୍ରୀ କିଣିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ମନମାଳିନ୍ୟ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କ ନଷ୍ଟ ହୋଇପାରେ । ମହିଳା ମାନେ ସୌନ୍ଦର୍ଯ୍ୟ ପ୍ରସାଧ ସାମଗ୍ରୀ କିଣିବାକୁ ଚାହୁଁଥିଲେ ଶୁକ୍ରବାର ଦିନ କିଣି ପାରିବେ । ମଙ୍ଗଳବାର ଦିନ କ୍ଷୀରରେ ତିଆରି ମିଠା ଜିନିଷ ଶ୍ରୀହନୁମାନ କିମ୍ବା କୌଣସି ଦେବଦେବୀଙ୍କୁ ଅର୍ପିତ କରନ୍ତୁ ନାହିଁ । ଆପଣ ଚାହିଁଲେ ବେସନ ଲଡୁ କିମ୍ବା କୌଣସି ମୋତିଚର ଲଡୁ ବନାଇ ଅର୍ପିତ କରି ପାରିବେ । କାରଣ କ୍ଷୀରର କାରକ ଚନ୍ଦ୍ର ମଙ୍ଗଳ ସହିତ ଭଲ ପଡ଼ି ନଥାଏ ।

ଏହିଦିନ ଆଦୋୖ ମାଂସ ମଦ ସେବନ କରନ୍ତୁ ନାହିଁ ଏବଂ ଶୁଦ୍ଧ ସାତ୍ଵିକ ଭୋଜନ କରନ୍ତୁ । ଯଦି ଏହି ବିଷୟରେ କେହି ନମାନନ୍ତି ତେବେ ରୋଗ ଉତ୍ପନ୍ନ ହୋଇପାରେ । ମଙ୍ଗଳବାର ଦିନ ଆପଣ ନାଲି ରଙ୍ଗର ବସ୍ତ୍ର କିଣି ପାରିବେ କିନ୍ତୁ କଳା ରଙ୍ଗର ବସ୍ତ୍ର କିଣିବା ବର୍ଜିତ ଅଟେ ଏବଂ ଏହାସହିତ ଏହିଦିନ ଘରକୁ ଲୁହା ନିର୍ମିତ କୌଣସି ଜିନିଷ ଘରକୁ ଆଣନ୍ତୁ ନାହିଁ । ଏହିଦିନ କୌଣସି ଧାରୁଆ ଜିନିଷ ଘରକୁ ଆଣନ୍ତୁ ନାହିଁ ଏବଂ କୌଣସି ଏପରି ବାସନ ଯେଉଁଥିରେ କଳଙ୍କି ଲାଗିଥିବ ତାହାକୁ ଘରର ଐଶ୍ୱନ୍ୟ କୋଣରେ ରଖନ୍ତୁ ନାହିଁ । ନଚେତ ଏହାଦ୍ବାରା ଭାରି ମଙ୍ଗଳ ଦୋଷ ଉତ୍ପନ୍ନ ହୋଇଥାଏ । ମଙ୍ଗଳବାର ଦିନ କୌଣସି ମହିଳା କେଶ ଧୋଇବା ବର୍ଜିତ ଅଟେ । ଏହାଦ୍ବାରା ମଙ୍ଗଳ ଦୋଷ ଲାଗିଥାଏ ।

ଏହିଦିନ ମହିଳା ମାନେ କେଶ କିମ୍ବା ନଖ କାଟିବା ଏବଂ ପୁରୁଷ ମାନେ ନଖ କେଶ ଏବଂ ଦାଢ଼ି କାଟିବା ବର୍ଜିତ ଅଟେ । ମଙ୍ଗଳବାର ଦିନ କରଜ ନେବା ଉଚିତ ନୁହେଁ । କାରଣ ଏହିଦିନ କରଜ ଦେଲେ କିମ୍ବା ନେଲେ ତାହାକୁ ସୁଝିବା ସମ୍ଭବ ହୋଇ ନଥାଏ । ମଙ୍ଗଳବାର ଦିନ ଘରେ ହୋମ କିମ୍ବା ଯଜ୍ଞ କରିବା ଠିକ ହୋଇ ନଥାଏ । ନଚେତ ଅଗ୍ନି ଦେବତା କ୍ରୋଧିତ ହୁଅନ୍ତି । ଏହିଦିନ ଘରକୁ ଝାଡୁ ନେଇ ଆସନ୍ତୁ ନାହିଁ । ଏହିଦିନ ଆପଣ ଭଗବାନ ଗଣେଶଙ୍କୁ ମଧ୍ୟ ନାଲି ଫୁଲ ଅର୍ପିତ କରି ପୂଜା କରି ପାରିବେ । ଯେଉଁ ମହିଳା ଡିପ୍ରେସନ ଦେଇ ଗତି କରୁଛନ୍ତି ସେ ପାଞ୍ଚଟି ନାଲି ଫୁଲ ଏବଂ ଗୋଟିଏ ମାଟିର ପାତ୍ର ସେଥିରେ ଗହମ ସହିତ ଫୁଲ ରଖି ଘରର ଛାତର ପୂର୍ବ କୋଣରେ ରଖି ଢାଙ୍କି ଦିଅନ୍ତୁ ଏବଂ ଆଗାମୀ ମଙ୍ଗଳବାର ପର୍ଯ୍ୟନ୍ତ ତାହାକୁ ଛୁଇଁବେ ନାହିଁ । ଆଗାମୀ ମଙ୍ଗଳବାର ଛାତରେ ସବୁ ଗହମକୁ ବିଛାଇ ଦିଅନ୍ତୁ ଏବଂ ଫୁଲକୁ ମନ୍ଦିରରେ ରଖି ଦିଅନ୍ତୁ । ଏହାଦ୍ବାରା ଜୀବନରେ ଯାହାବି ଚିନ୍ତା ଥିବ ତାହା ଦୂର ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button