ଦେଶ ବିଦେଶ

ଏମପିରେ ଜିତିବ ବୋଲି ଆଗୁଆ ଆକ୍ସନ ନେଲାଣି କଂଗ୍ରେସ ! – Utkal Mail


ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମତଦାନ ଶେଷ ହେବା ପରେ ଆକ୍ସନ ମୋଡ଼କୁ ଆସିଛି କଂଗ୍ରେସ। ଦଳ ବିରୋଧି କାମ କରିଥିବା ନେତାଙ୍କ ସମେତ ଯେଉଁ କର୍ମଚାରୀ ମାନେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ କାମ କରିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରୁଛି ଦଳ।

ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଦଳୀୟ ନେତୃତ୍ୱଙ୍କୁ ଏସବୁ ତଥ୍ୟ ଦେବାକୁ କୁହାଯାଇଛି। ପିସିସି ସଭାପତି କମଳନାଥଙ୍କ ନିର୍ଦେଶ ଅନୁଯାୟୀ ସଂଗଠନ ପ୍ରଭାରୀ ରାଜୀବ ସିଂ ସମସ୍ତ ପ୍ରାର୍ଥୀଙ୍କୁ ପତ୍ର ଲେଖିଛନ୍ତି।

ସେଥିରେ କଂଗ୍ରେସ ବିରୋଧରେ କାର୍ଯ୍ୟ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ତଥ୍ୟ ୩୦ ତାରିଖ ମଧ୍ୟରେ ଦେବାକୁ କୁହାଯାଇଛି। ମତଦାନ ଦିନ ବହୁ ସ୍ଥାନରେ ଅଧିକାରୀ ମାନେ ବିଜେପିକୁ ଲାଭ ପହଞ୍ଚାଇବା ପାଇଁ କାମ କରିଥିବା ଅଭିଯୋଗ ହୋଇଥିଲା।

ସେଭଳି ଅଧିକାରୀଙ୍କ ନାମ, ପଦ ଓ ସ୍ଥାନର ତଥ୍ୟ ଦେବାକୁ କୁହାଯାଇଛି। ସେହିପରି ଦଳ ବିରୋଧରେ କାର୍ଯ୍ୟ କରିଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ।

ସାଜାପୁର ଜିଲ୍ଲା ସଭାପତି ଯୋଗେନ୍ଦ୍ର ସିଂ ବଣ୍ଟିଙ୍କୁ ପଦରୁ ବିଦା କରାଯାଇଛି। ତାଙ୍କ ବିରୋଧରେ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ରହିଥିଲା। ତାଙ୍କୁ ସାତ ଦିନ ମଧ୍ୟରେ ଏ ସମ୍ପର୍କରେ ଜବାଵ ଦେବାକୁ କୁହାଯାଇଛି।

ବଣ୍ଟି ବିଜେପି ପାଇଁ କାମ କରିବା ଅଭିଯୋଗ ହେବା ସହ ନିଜ ସମର୍ଥକ ମାନଙ୍କୁ ବିଜେପିରେ ସାମିଲ କରାଇବା ଅଭିଯୋଗ ହୋଇଥିଲା। ତେଣୁ ଏମପିରେ କଂଗ୍ରେସ ବିଜେପି ମଧ୍ୟରେ କଡା ଟକ୍କର ହେବା ନେଇ ପୂର୍ବରୁ ବହୁ ଓପିନିଅନ ପୋଲ ପୂର୍ବାନୁମାନ କରିଥିବା ବେଳେ ମତଦାନ ପରେ କଂଗ୍ରେସ ଆକ୍ସନ ମୋଡ଼କୁ ଆସିବା ରାଜନୈତିକ ଚର୍ଚ୍ଚାକୁ ବଢାଇଦେଇଛି।

ଫଳାଫଳ ଆସିବାକୁ ଆହୁରି କିଛି ଦିନ ଥିଲେ ମଧ୍ୟ କଂଗ୍ରେସ ବିରୋଧରେ କାର୍ଯ୍ୟ ପାଇଁ ଉଭୟ ଦଳୀୟ ନେତା ଓ ଅଧିକାରୀଙ୍କ ବିରୋଧରେ ଆକ୍ସନ ପାଇଁ ପ୍ରସ୍ତୁତ ହେବା ଚର୍ଚ୍ଚାକୁ ରୋଚକ କରିଛି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button