ଓଡିଶା

ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ସମ୍ବଲପୁର: ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଟଗାଁ ପଂଚାୟତ ଭାଲୁଗୁଡିଆ ଗାଁରେ ଅଘଟଣ ଘଟିଛି ।  ମୃତକଙ୍କ ନାଁ ଅନିତା ପୁରୋହିତ ।  ସେ ବାଟଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ।  ଘର ବାଡିରେ କୂଅରୁ ପାଣି ଉଠାଇବା ପାଇଁ ମୋଟର ପମ୍ପ ଲଗାଇବାବେଳେ ବିଦ୍ୟୁତ ଆଘାତ ଲାଗିଥିଲା ।  ତାଙ୍କୁ ବଂଚାଇବାକୁ ଯାଇ ସ୍ବାମୀ ସନ୍ତୋଷ ଆହତ ହୋଇଛନ୍ତି । ଉଭୟଙ୍କୁ ନାକଟିଦେଉଳ ହସ୍ପିଟାଲ ନିଆଯାଇଥିଲା ।  ସେଠାରେ ଅନିତାଙ୍କ ମୃତ୍ୟୁ ହୋଇଛି ।  ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button