ଓଡିଶା
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବେଳେ ହାଇଡ୍ରାମା, ଗୃହ ଭିତରକୁ ନଯାଇ ବାରଣ୍ଡାରେ ବସିଲେ ବିଧାୟକ

ବଲାଙ୍ଗିର: ବାରଣ୍ଡାରେ ବସିଲେ ବିଧାୟକ । ଭିତରେ ସମୀକ୍ଷା, ବାହାରେ ବିଧାୟକଙ୍କ ହାଇଡ୍ରାମା । ବଲାଙ୍ଗିରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ଚାଲିଥିବାବେଳେ ଗୃହ ଭିତରକୁ ନଯାଇ ବାହାରେ ବସିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ । ଜିଲ୍ଲା ପ୍ରଶାସନ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ଏପରି କି ଜିଲ୍ଲାର ସମସ୍ତେ ବିଧାୟକ ଓ ସାଂସଦଙ୍କୁ ବୈଠକକୁ ଡାକିଛନ୍ତି କିନ୍ତୁ ତାଙ୍କୁ ଡକାଯାଇ ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କଣ ଜିଲ୍ଲାର ବିଧାୟକ ନୁହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ସାଂସଦ, ଅନ୍ୟ ବିଧାୟକ ଓ ଜିଲ୍ଲା ପରିଷଦ ସଭାପତିଙ୍କୁ ଚିଠି ଦେଇଛି । କିନ୍ତୁ ଏକାଟିଟିଲାଗଡ଼ ବିଧାୟକଙ୍କୁ ଚିଠି ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି । କିଛି ସମୟ ଏପରି ସ୍ଥିତି ଉପୁଜିବା ପରେ ପ୍ରଥମେ ଜିଲ୍ଲା ପ୍ରଶାସନ ଅଧିକରୀ ଓ ପରେ ମନ୍ତ୍ରୀ ଅନୁରୋଧ କରିବା ପରେ ବୈଠକ ସ୍ୱାଭାବିକ ହୋଇଥିଲା ।


