ବ୍ୟବସାୟ

ପଶ୍ଚିମବଙ୍ଗରେ ଇସ୍ପାତ କାରଖାନା କରିବେ ସୌରଭ ଗାଙ୍ଗୁଲୀ – Utkal Mail


କୋଲ୍‌କାତା: ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସାଳବନୀରେ ଇସ୍ପାତ କାରଖାନା ସ୍ଥାପନ କରିବେ ବୋଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ କହିଛନ୍ତି।

୧୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସହିତ ସ୍ପେନ୍‌ ଓ ଦୁବାଇ ଯାଇଥିବା ଗାଙ୍ଗୁଲୀ କହିଛନ୍ତି ଯେ, ୫/୬ ମାସ ଭିତରେ କାରଖାନା ନିର୍ମାଣ ଶେଷ ହେବ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଥିବାରୁ ନୁହେଁ ବାସ୍ତବ ଅଭିଜ୍ଞତାରୁ ମୁଁ ଏ କଥା କହୁଛି। କାରଖାନା ନିର୍ମାଣ ପାଇଁ ସମଗ୍ର ପ୍ରକ୍ରିୟା ଶେଷ ହେବାକୁ ମାତ୍ର ୪ରୁ ୫ ମାସ ଲାଗିବ।

Image Courtesy of ETV Bharat

ଆମେ ପଶ୍ଚିମବଙ୍ଗରେ ତୃତୀୟ ଇସ୍ପାତ କାରଖାନା କାରଖାନା ନିର୍ମାଣ ଆରମ୍ଭ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଅନେକେ ଭାବନ୍ତି ମୁଁ କେବଳ ଖେଳେ। କିନ୍ତୁ, ୨୦୦୭ରେ ଆମେ ଛୋଟ ଇସ୍ପାତ କାରଖାନାଟିଏ ଆରମ୍ଭ କରିଥିଲୁ। ୫/୬ ମାସ ଭିତରେ ଆମେ ମେଦିନୀପୁରରେ ନୂଆ ଇସ୍ପାତ କାରଖାନା ନିର୍ମାଣ କରିବୁ।

୫୦/୫୫ ବର୍ଷ ପୂର୍ବେ ତାଙ୍କ ଜେଜେ ଆରମ୍ଭ କରିଥିବା ପାରିବାରିକ ବ୍ୟବସାୟରେ ସେତେବେଳକାର ରାଜ୍ୟ ସରକାର ଖୁବ୍‌ ସ‌ହଯୋଗ କରିଥିଲେ ବୋଲି ସୌରଭ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବ୍ୟବସାୟ ପାଇଁ ଏ ରାଜ୍ୟ ସବୁବେଳେ ସମଗ୍ର ବିଶ୍ବକୁ ଆମନ୍ତ୍ରଣ କରିଛି। ସେହି କାରଣରୁ ମୁଖ୍ୟମନ୍ତ୍ରୀ ଆଜି ଏ ଦେଶକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି। ରାଜ୍ୟ ଓ ଯୁବବର୍ଗଙ୍କ ବିକାଶ ପାଇଁ ସରକାର କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ସ୍ପଷ୍ଟ ଜଣାପଡୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button