ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଶୁଭମନ ଗିଲ୍ – Utkal Mail
ନୂଆଦିଲ୍ଲୀ: ଭାରତର ଷ୍ଟାର ଓପନର୍ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟକୁ ନେଇ ନୂତନ ଅପଡେଟ୍ ଟିମ୍ ଇଣ୍ଡିଆ ଏବଂ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଡେଙ୍ଗୁରେ ପୀଡିତ ଶୁଭମନ ଗିଲଙ୍କ ପ୍ଲେଟଲେଟ କମ୍ ହେବା ଯୋଗୁଁ ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଗତକାଲି ରାତିରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଖରାପ ହେଉଥିବା ଦେଖି ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ଶୁଭମନ ଗିଲଙ୍କୁ ବାଦ ଦିଆଯାଇଥିବା ବେଳେ ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଗିଲ୍। ତେବେ ସେ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ କେଉଁ ମ୍ୟାଚ୍ ଖେଳିବେ? ସେ ସୂଚନା ବିସିସିଆଇ ପକ୍ଷରୁ ଦିଆଯାଇ ନାହିଁ।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଶୁଭମନ ଗିଲଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରୁ ଗିଲଙ୍କୁ ବାଦ ଦିଆଯାଇଥିଲା। ଏବେ ସେ ଡିସଚାର୍ଜ ହେବା ପରେ ଶନିବାର ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ତାଙ୍କୁ ଟିମରେ ସାମିଲ କରାଯିବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଦିନିକିଆରେ ଗିଲ୍ ଭାରତର ସର୍ବାଧିକ ରନ୍ ସ୍କୋରର ହୋଇଥିବାବେଳେ ଥରେ ସମ୍ପୂର୍ଣ୍ଣ ଫିଟ୍ ହୋଇଗଲେ, ଗିଲ୍ ବିଶ୍ୱକପରେ ଭାରତ ପାଇଁ ସବୁଠୁ ବଡ ଗେମଚେଞ୍ଜର ହେବେ ବୋଲି ବିସିସିଆଇ ଆଶା ରଖିଛି।