ଜୀବନଶୈଳୀ

ପୂଜାଘରେ ଦୁଇଟି ମୂର୍ତ୍ତି ପାଖାପାଖି ରଖିବା ଦ୍ଵାରା ଉତ୍ପନ୍ନ ହୋଇଥାଏ ବାସ୍ତୁଦୋଷ

ବାସ୍ତୁ ଅନୁସାରେ ଘରେ ପୂଜାସ୍ଥଳର ନିର୍ମାଣ ହୋଇଥାଏ। ଏହା ଈଶ୍ବରଙ୍କ ସହିତ ସମ୍ପର୍କର ମାଧ୍ୟମ ହୋଇଥାଏ ଏବଂ ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଠାକୁର ଘର ରହିବା ଦ୍ୱାରା ଆମେ ନିଜ ଇଷ୍ଟଦେବଙ୍କ ପାଖରେ ନିଜର କାମନା କହିଥାଉ। ଅଧିକାଂଶ ଲୋକଙ୍କ ଘରେ କଳି ଝଗଡା ଆଦି ଲାଗି ରହିଥାଏ। ଏହାର କାରଣ ବାସ୍ତୁ ଦୋଷ ହୋଇପାରେ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସୃଷ୍ଟି ହେଉଥିବା ନକାରାତ୍ମକ ପରିବେଶର କାରଣ ଘରେ ରହିଥିବା ଠାକୁର ଘରେ ମୂର୍ତ୍ତି ମଧ୍ୟ ହୋଇଥାଏ ଅଥବା ଠାକୁର ଘର ବାସ୍ତୁ ଅନୁସାରେ ନିର୍ମାଣ ନକଲେ ମଧ୍ୟ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ବାସ୍ତୁ ଶାସ୍ତ୍ରର ସମସ୍ତ ନିୟମ ପାଳନ କରିବା ଆବଶ୍ୟକ।ବାସ୍ତୁ ଶାସ୍ତ୍ରରେ ରହିଥିବା ନିୟମ ଜ୍ୟୋତିଷ ଓ ବୈଜ୍ଞାନିକ ଆଧାରରେ କରାଯାଇଛି। ଏହି ନିୟମକୁ ପାଳନ କରୁଥିବା ବ୍ୟକ୍ତି ସର୍ବଦା ସୁଖଶାନ୍ତିରେ ରହିଥାଏ।

ଠାକୁର ଘରେ କେଉଁ ଦେବୀ ଦେବତାଙ୍କ ମୂର୍ତ୍ତି ଏକାସହିତ ରଖିବା ଉଚିତ ନୁହେଁ ଏବଂ କେଉଁ ଦେବୀ ଓ ଦେବତାଙ୍କ ମୂର୍ତ୍ତି ସେଥିରେ ରଖିବା ଶୁଭ ହୋଇଥାଏ, ଆସନ୍ତୁ ଜାଣିବା। ଏହି ନିୟମ ଗୁଡ଼ିକର ପାଳନ ସଠିକ ଢଙ୍ଗରେ ନକଲେ ଘରେ ସକାରାତ୍ମକ ପ୍ରଭାବ ନପଡ଼ି ନକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ।

ଠାକୁର ଘରେ ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ରଖିବା ନିହାତି ଆବଶ୍ୟକ ଅଟେ। କାରଣ ପ୍ରଭୁ ଗଣେଶ ବିଘ୍ନ ବିନାଶକ ଅଟନ୍ତି। ଦେବୀ ଲକ୍ଷ୍ମୀଙ୍କ ପ୍ରତିମାର ବାମ ପାର୍ଶ୍ଵରେ ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ରଖିଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଠାକୁର ଘରେ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଯୁଗଳ ମୂର୍ତ୍ତି ରଖିବା ଉଚିରମ୍ ଏହାଦ୍ବାରା ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ଠାକୁର ଘରେ ପ୍ରଭୁ ହନୁମାନ ଏବଂ ସୀତା, ଲକ୍ଷ୍ମଣ ଓ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ରଖନ୍ତୁ। କିନ୍ତୁ ଆପଣ କୌଣସି ମୂର୍ତ୍ତି ଗୋଟେରୁ ଅଧିକ ରଖନ୍ତୁ ନାହିଁ। ଏହା ନକାରାତ୍ମକ ପ୍ରଭାବ ପକାଇ ଥାଏ। ଦେବୀ ଓ ଦେବତାଙ୍କର ରୁଦ୍ର ରୂପ ଠାକୁର ଘରେ ରଖି ପୂଜା କରିବା ଅନୁଚିତ। ଯେପରି ଶିବଙ୍କର ରୁଦ୍ର ରୂପ, ମାଆ କାଳୀଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button