ଓଡିଶା

କଣ୍ଟିଲୋ ନୀଳମାଧଵଙ୍କ ପାର୍ଶ୍ଵ ଦେବତା ଭାବେ ପୂଜା ପାଉଛନ୍ତି ବାବା ସିଦ୍ଧେଶ୍ବର

ନୟାଗଡ ଜିଲ୍ଲା କଣ୍ଟିଲୋ ନୀଳମାଧଵଙ୍କ ପାର୍ଶ୍ଵ ଦେବତା ଭାବେ ବାବା ସିଦ୍ଧେଶ୍ବର ପୂଜା ପାଉଛନ୍ତି। ସିଦ୍ଧେଶ୍ୱର ମହାଦେବଙ୍କ ଶକ୍ତି ଗତିଶୀଳ। ସୂର୍ଯ୍ୟ ଉତ୍ତରାୟଣ ଗତି କଲେ ଶକ୍ତି ଦକ୍ଷିଣ ଦିଗକୁ ଢଳି ରହେ। ସୂର୍ଯ୍ୟ ଦକ୍ଷିଣୟାନ ଗତି କଲେ, ଶକ୍ତି ଉତ୍ତରକୁ ଢଳି ରହିଥାଏ। ଏଭଳି ଶିବ ମନ୍ଦିର ଦେଶରେରେ ବିରଳ।

ନୟାଗଡ ଜ଼ିଲ୍ଲା କଣ୍ଟିଲୋରେ ବିଦ୍ୟମାନ ଶ୍ରୀ ନୀଳମାଧଵଙ୍କୁ ଶ୍ରୀଜଗନ୍ନାଥଙ୍କ ଆଦିକ୍ଷେତ୍ର ନାମରେ ନାମିତ କରାଯାଇଛି । ବ୍ରହ୍ମାଦି ପାହାଡ଼ ଉପରେ ପ୍ରଭୁ ନୀଳମାଧଵ ପୂଜା ପାଉଥିବା ବେଳେ ପାହାଡ଼ ତଳେ ପାର୍ଶ୍ଵଦେବତା ରୂପେ ବାବା ସିଦ୍ଧେଶ୍ବର ବିଦ୍ୟମାନ । ସିଦ୍ଧେଶ୍ୱର ମହାଦେବଙ୍କ ଶକ୍ତି ଗତିଶୀଳ। ସୂର୍ଯ୍ୟ ଉତ୍ତରାୟନ ଗତିକଲେ ଶକ୍ତି ଦକ୍ଷିଣ ଦିଗକୁ ଢଳି ରହେ । ସୂର୍ଯ୍ୟ ଦକ୍ଷିଣୟାନ ଗତି କଲେ, ଶକ୍ତି ଉତ୍ତରକୁ ଢଳି ରହିଥାଏ । ଏଭଳି ଶିବ ମନ୍ଦିର ଦେଶରେରେ ବିରଳ।

କିମ୍ବଦନ୍ତୀ କହେ କଣ୍ଟିଲୋ ଅଂଚଳ କଣ୍ଟେଇକୋଳି ଜଙ୍ଗଲରେ ଭର୍ତ୍ତି ହୋଇଥିଲା। ବେଦପତି ବ୍ରହ୍ମା ବ୍ରହ୍ମାଦି ପାହାଡ଼ର ବ୍ୟାଘ୍ର ଗୁମ୍ଫାରେ ସ୍ବୟଂ ବିଷ୍ଣୁଙ୍କୁ ପୂଜା ଆରଧନା କରୁଥିଲେ । ଶିବ -ପାର୍ବତୀ ନାରାୟଣଙ୍କୁ ପରୀକ୍ଷା କରିବା ପାଇଁ ଚିନ୍ତାକଲେ। କଣ୍ଟିଲୋର କିଛି ଦୂରରେ ଥିବା ପାଟଣା ଗାଁର ଦକ୍ଷିଣଚଣ୍ଡୀଙ୍କ ନିକଟରେ ଶିବ ପାର୍ବତୀଙ୍କୁ ଛାଡି ବ୍ରହ୍ମାଦି ପାହାଡ଼କୁ ରୂପ ପରିବର୍ତ୍ତନ କରି ଆସିଲେ। ନୀଳମାଧଵଙ୍କୁ ଦର୍ଶନ କଲାବେଳେ ପ୍ରଭୁ ଶିବଙ୍କୁ ଚିହ୍ନି ପାରିଥିଲେ। ସେଠାରେ ଶିବଙ୍କୁ ରହିଯିବା ପାଇଁ ନୀଳମାଧଵ କହିଥିଲେ। ସେହି ଦିନଠାରୁ ବ୍ରହ୍ମାଦି ପାହାଡ଼ରେ ଭଗବାନ ଶିବ ସୁବର୍ଣ୍ଣେଶ୍ବର ନାମରେ ପୂଜା ପାଉଥିଲେ। ମହାଦେବ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିବାରୁ ସିଦ୍ଧେଶ୍ବର ମହାଦେବ ନାମରେ ନାମିତ ହେଲେ।

ବ୍ରହ୍ମାଦି ପାହାଡ଼ ନିକଟସ୍ଥ ମହାନଦୀର ଅପର ପାର୍ଶ୍ୱରୁ ଏକ କାଳିଗାଈ ବ୍ରହ୍ମାଦି ପାହାଡ଼କୁ ଆସେ। କାଳିଗାଈ ଗଉଡ଼ ଘରେ କ୍ଷୀର ଦିଏ ନାହିଁ। ଗଉଡ଼ ସନ୍ଦେହ କରି ଦିନେ ଗାଈ ପିଛା କରିଥିଲା। ମହାନଦୀରେ ବଢ଼ି ପାଣି ଆସିଥାଏ। ଗାଈର ଲାଞ୍ଜ ଧରି ଗଉଡ଼ ନଦୀପାର ହୋଇଥିଲା। ଗାଈ ଆସି ସିଦ୍ଧେଶ୍ୱରଙ୍କ ଲିଙ୍ଗରେ ଠିଆହୋଇ କ୍ଷୀର ଦେଇଥିଲା। ଗଉଡ଼ ଦେଖି ଗାଈକୁ ବାଉଁଶଠେଙ୍ଗାରେ ମାଡ଼ ମାରିଥିଲା। ଗାଈ ଦୌଡ଼ି ପଳାଇବା ବେଳେ ଶିବଲିଙ୍ଗ ଉପରେ ଖୁରାପଡିଗଲା। ସେହି ଦିନଠାରୁ ଶିବଲିଙ୍ଗ ଉପରେ ଖୁରାଚିହ୍ନ ରହିଛି। ତେବେ ଏଠାରେ କିଏ ମନ୍ଦିର ନିର୍ମାଣ କରିଥିଲେ ଇତିହାସ ନିରବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button