ଓଡିଶା

ବିଜେପି କରିଥିବା ଦାବି କଲା ପୂରଣ, ଏହି ଦିନ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଜୁଲାଇ ୮ ତାରିଖରେ ଖୋଲିବ ରତ୍ନ ଭଣ୍ଡାର। ଏମିତି ସୂଚନା ଦେଇଛନ୍ତି ଏସଆଇ ସୁପରିଟେଣ୍ଡଣ୍ଟ ଡିବି ଗଡ଼ନାୟକ। ଏବେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିରର ରତ୍ନ ଭଣ୍ଡାର। ରତ୍ନ ଭଣ୍ଡାରର ସ୍ଥିତି ଏବେ ଜଣାପଡିବ। ସେବାୟତ ମାନେ କହୁଥିଲେ ରତ୍ନ ଭଣ୍ଡାର ଖୋଲିବା ପାଇଁ, କିନ୍ତୁ ତତକାଳୀନ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବାକୁ ନିର୍ଦ୍ଦେଶ ଦେଉନଥିଲେ। ଖୋଲା ଯାଉନଥିଲା ରତ୍ନ ଭଣ୍ଡାର କୁହାଯାଇଥିଲା ରତ୍ନ ଭଣ୍ଡାର ଚାବି ହଜିଯାଇଛି ବୋଲି।

ଆଉ ଏବେ ସେହି ଚାବି ମିଳିଯାଇଛି। କାରଣ ଏବେ ଖୋଲିବାକୁ ଯାଉଛି ରତ୍ନ ଭଣ୍ଡାର। ପ୍ରଭୁ ଜଗନ୍ନାଥଙ୍କ ସୁନା ଅଳଙ୍କାର ଏବେ କିଭଳି ସ୍ଥିତିରେ ରହିଛି। ତାହା ଏବେ ତଦନ୍ତ କରି ପଦେକ୍ଷପ ଗ୍ରହଣ କରାଯିବ। ଏବେ ରତ୍ନ ଭଣ୍ଡାରର ସ୍ଥିତି ବିଷୟରେ ସରକାରଙ୍କ ପାଖରେ ସବୁ ତଥ୍ୟର ଗୋଟେ ଗୋଟେ ହିସାବ ରହିବ।

ଏମିତି କିଛି ବଡ ସୂଚନା ଦେଇଛନ୍ତି ଏସଆଇ ସୁପରିଟେଣ୍ଡଣ୍ଟ ଡିବି ଗଡ଼ନାୟକ। ବିଜେପି ତା’ର ନିର୍ବାଚନ ଇସ୍ତାହାରରେ କହିଥିଲା ଯେ, ବିଜୟ ହାସଲ ପରେ ରତ୍ନ ଭଣ୍ଡାର ଖୋଲା ଯିବ ବୋଲି। ଆଉ ଏବେ ଧିରେ ଧିରେ ତାହା ସତ ହେବାକୁ ଯାଉଛି।

ଜୁଲାଇ ୭ ତାରିଖରେ ରହିଛି ରଥଯାତ୍ରା ଆଉ ଜୁଲାଇ ୮ ତାରିଖରେ ଖୋଲିବ ରତ୍ନ ଭଣ୍ଡାର। ଭକ୍ତ ମାନଙ୍କର ଯେଉଁ ଇଛା ଥିଲା ସେଇ ଇଛା ଏବେ ପୂର୍ଣ୍ଣ ହେବାକୁ ଯାଉଛି। ଲେଜରସ୍କାରିଂ ଜଣାପଡ଼ିଥିଲା ଯେ, ରତ୍ନ ଭଣ୍ଡାରରେ ଫାଟ ରହିଛି ବୋଲି। ଆଉ ସେହି ଫାଟ ଭିତରେ ପାଣି ପଶିଯିବାର ମଧ୍ୟ ଅଧିକ ସମ୍ଭାବନା ରହିଛି। ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅଭିଯୋଗ କରିଥିଲେ କି, ୨୦୧୮ ମସିହାରେ ୧୭ ଜଣିଆ କମିଟି ରିପୋର୍ଟ ଦେଇଥିଲେ ଯେ, ରତ୍ନ ଭଣ୍ଡାରର ଛାତ ଉପରୁ ପଥର ଖସିଛି। କିନ୍ତୁ ଏପର୍ଯ୍ୟନ୍ତ ତା’ଉପରେ କୌଣସି ବି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇ ନାହିଁ।

ଛଅ ବର୍ଷ ହେଲା ରତ୍ନ ଭଣ୍ଡାରର ରିପୋର୍ଟକୁ ଚାପି ଦିଆଗଲା। କଣ ପାଇଁ ଏମିତି କରାଗଲା ବୋଲି ପଚାରିଥିଲେ ସୁଦର୍ଶନ ପଟ୍ଟନାୟକ। ଯାହାପରେ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏମିତି ନିଷ୍ପତି ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସହିତ ସ୍ନାନପୂର୍ଣ୍ଣିମା ଯାତ୍ରା ଉପରେ ବୈଠକ ହେବା ସହ ଏହି ରତ୍ନ ଭଣ୍ଡାର ଖୋଲିବା ନେଇ ମଧ୍ୟ ନିଷ୍ପତି ନିଆଯାଇଛି। ଜୁଲାଇ ୮ ତାରିଖରେ ଖୋଲିବାକୁ ଯାଉଛି ରତ୍ନ ଭଣ୍ଡାର ଯାହା ପୁରା ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button