ଜୀବନଶୈଳୀ

ବିବାହିତ ମହିଳା ମାନେ ଭୁଲରେବି ନୀୟନ୍ତୁ ନାହିଁ ଅନ୍ୟ ମହିଳାଙ୍କ ଠାରୁ ଏହି ସବୁ ଜିନିଷ, ପଡ଼ିପାରନ୍ତି ବଡ ସଙ୍କଟରେ

ସବୁ ମନୁଷ୍ୟର ନିଜର ଗୋଟେ ଶକ୍ତି ଥାଏ, ଏହି ଶକ୍ତି ଆମର ଆଖ ପାଖରେ ରହିଥିବା ଆମ ଦ୍ଵାରା ଉପଯୁକ୍ତ କରା ଯାଉଥିବା ବସ୍ତୁରେ ପ୍ରବାହିତ ହୋଇଥାଏ । ବାସ୍ତୁ ଅନୁସାରେ ସବୁ କିଛି ଜିନିଷରେ ସକାରାତ୍ମକ ଓ ନକରାତ୍ମକ ଊର୍ଜା ରହିଥାଏ । ଆମ ଆଖପାଖ ବାଲା ଲୋକଙ୍କ ଉପରେ ଏହା ମଧ୍ୟରୁ କୌଣସି ବି ଊର୍ଜାର ପ୍ରଭାବ ପଡ଼ିପାରେ । ଏଥିପାଇଁ ବାସ୍ତୁରେ କୁହାଯାଇଛି କି ଅନ୍ୟ କାହାରି ଜିନିଷର ବ୍ୟବହାର କେବେ ବି କରିବା କଥା ନୁହେଁ । ଏହା କରିବା ଦ୍ୱାରା ତାଙ୍କର ସକାରାତ୍ମକ ଓ ନକରାତ୍ମକ ଊର୍ଜା ତାଙ୍କର ସେହି ଜିନିଷ ଜରିଆରେ କହାକୁ ବି ପ୍ରଭାବିତ ହୋଇପାରେ ।

ଏହି ବସ୍ତୁର ବ୍ୟବହାର କରିବା ଆମ ପାଇଁ ଦୁର୍ଭାଗ୍ୟ ଓ ଆର୍ଥିକ ଅସୁବିଧାର କାରଣ ହୋଇପାରେ । ସେଥିପାଇଁ ବାସ୍ତୁ ଅନୁସାରେ କିଛି ଜିନିଷ ଅନ୍ୟମାନଙ୍କଠୁ ନେବା କଥା ନୁହେଁ, ଖାସକରି ବିବାହିତା ମହିଳାଙ୍କୁ କିଛି ଜିନିଷ କେବେ ବି କୌଣସି ଅନ୍ୟ ମହିଳାଙ୍କଠୁ ନେବା କଥା ନୁହେଁ, ଯଦି ସେ ଏମିତି କରନ୍ତି ତେବେ ଏହା ତାଙ୍କ ସ୍ଵାମୀଙ୍କୁ ବଡ଼ ସଙ୍କଟରେ ପକାଇ ପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୈବାହିତ ଜୀବନକୁ ଖୁସିମୟ କରିବା ପାଇଁ ସଧବା ନାରୀଙ୍କୁ କିଛି କଥାର ଧ୍ୟାନ ରଖିବା ଦରକାର । କଣ ଅଟେ ଏହି କଥା ଆସନ୍ତୁ ଜାଣିବା ।

ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରର ବହୁତ ବଡ଼ ମହତ୍ୱ ରହିଛି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବିବାହିତ ସ୍ତ୍ରୀକୁ ତାଙ୍କର ମଙ୍ଗଳସୂତ୍ରକୁ କାହାକୁ ଦେବା କଥା ନୁହେଁ ନା କାହାଠୁ ଆଣିବା କଥା । ଏହା କରିଲେ ସ୍ଵାମୀଙ୍କ ସହ ପୁରା ପରିବାର ମଧ୍ୟ ସଙ୍କଟରେ ପଡିପାରେ । ଶାସ୍ତ୍ର ଅନୁଯାୟୀ ବିବାହ ପରେ ମଙ୍ଗଳସୂତ୍ରକୁ ବେକରୁ କାଢ଼ିବା କଥା ନୁହେଁ । ଯଦି କେବେ କିଛି କାରଣ ପାଇଁ କାଢ଼ିବାକୁ ପଡ଼ିଥାଏ ତେବେ କଳା ସୂତା ଅବଶ୍ୟ ବାନ୍ଧିବା ଦରକାର । ଏହା ସମ୍ପର୍କରେ ମଧୁରତା ଆଣିଥାଏ ଓ ଏଥିରୁ ସ୍ଵାମୀଙ୍କ ଆୟୁଷ ମଧ୍ୟ ବଢ଼ିଥାଏ ।

ଗୋଡ଼ର ମୁଦି

ବହାଘର ପରେ ମହିଳାମାନେ ନିଜ ଗୋଡ଼ର ଆଙ୍ଗୁଳିରେ ମୁଦି ପିନ୍ଧନ୍ତି, ଗୋଡର ମୁଦିକୁ ଚନ୍ଦ୍ରମାର ପ୍ରତୀକ ବୋଲି ଜଣାଯାଏ । ବିବାହ ପରେ ଗୋଡ଼ରେ ମୁଦି ପିନ୍ଧିବା ଜରୁରୀ ହୋଇଥାଏ, ମହିଳାଙ୍କୁ କେବେବି ଅନ୍ୟ ମହିଳାଙ୍କ ଠାରୁ ମାଗି କି ପିନ୍ଧିଥିବା ଗୋଡ଼ ମୁଦି ପିନ୍ଧିବା କଥା ନୁହେଁ ଓ ନା ହିଁ କାହାକୁ ପିନ୍ଧିଥିବା ମୁଦି ଦେବା କଥା । ଏହାକୁ ଅଶୁଭ ବୋଲି କୁହାଯାଏ ।

ସିନ୍ଦୂର

ମଙ୍ଗଳସୂତ୍ର ଓ ଗୋଦମୁଡି ଭଳି ସିନ୍ଦୂରର ବି ବହୁତ ମହତ୍ୱ ରହିଛି । ସିନ୍ଦୂରକୁ ମଙ୍ଗଳର କାମନା ବୋଲି ଜଣାଯାଏ । ମୁଣ୍ଡରେ ସିନ୍ଦୂର ଲଗେଇବା ବୈବାହିତ ଜୀବନର ଗୋଟେ ସଂସ୍କାର ଅଟେ । ଏହା ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କକୁ ମଧୁର କରିଥାଏ । କୁହାଯାଏ କି ସ୍ୱାମୀର ଲମ୍ବା ଆୟୁଷ ପାଇଁ ସଇନ୍ଦୁରକୁ ମୁଣ୍ଡରେ ଲଗାଯାଏ । ମହିଳାମାନଙ୍କୁ ଏହି କଥା ଉପରେ ଖାସ ଧ୍ୟାନ ରଖିବା ଦରକାର କି ଯେଉଁ ସିନ୍ଦୁରକୁ ନିଜ ମୁଣ୍ଡରେ ଲଗାଉଛନ୍ତି ସେହି ସିନ୍ଦୁରକୁ ଅନ୍ୟ କେଉଁ ମହିଳାଙ୍କୁ ଦେବେନାହିଁ ବା ଅନ୍ୟ କାହାର ସିନ୍ଦୂର ଯଦି ମାଗି କି ଲାଗେଇବେ ସ୍ୱାମୀର ଆୟୁଷ କମ ହୋଇଥାଏ ।

ଯଦି ଆପଣ ବିବାହିତ ଅଛନ୍ତି ତେବେ ଏବେଠୁ ଏହି ଜିନିଷକୁ ଭୁଲରେ କେବେ ଅନ୍ୟ ବିବାହିତ ମହିଳାଙ୍କୁ ସେୟାର କରିବେନି ଓ ଯଦି ଭୁଲରେ କରିଦେଇଛନ୍ତି ତେବେ ଠାକୁରଙ୍କୁ ଭୁଲ ମାଗି ଏମିତି ଭୁଲ ଆଉ କେବେ କରିବାରୁ ବଞ୍ଚନ୍ତୁ । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button