ଧର୍ମ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମୃତ ବ୍ୟକ୍ତି ଏହି ତିନୋଟି ଜିନିଷ ଆଦୋୖ ଉପଯୋଗ କରିବା ଉଚିତ ନୁହେଁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ପୃଥିବୀରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । ମଣିଷକୁ ଦିନେ ନା ଦିନେ ନିଜର ଶରୀର ନିଶ୍ଚୟ ଛାଡ଼ିବାକୁ ପଡ଼ିବ । ଆତ୍ମା ଅମର ହୋଇଥାଏ ମାତ୍ର ଶରୀର ଅମର ନୁହେଁ । ତେଣୁ ମୃତ୍ୟୁ ପରେ ଆତ୍ମା ଶରୀରକୁ ଛାଡ଼ିଥାଏ । ମୃତ୍ୟୁ ପରେ ଜଡ଼ ଶରୀରର ଆଉ କୌଣସି କାମ ନଥାଏ ଏବଂ ତାହା ମୂଲ୍ୟହୀନ ହୋଇଯାଏ ।ମନୁଷ୍ୟର ଶରୀର ମଧ୍ୟ ତାର ନିଜର ନୁହେଁ । ତଥାପି ମଣିଷ ସାଂସାରିକ ବସ୍ତୁ ମୋହ ମାୟାରେ ପଡ଼ିଯାଏ । ମୃତ୍ୟୁ ପରେବି ସେ ତାହାକୁ ଛାଡ଼ି ପାରେ ନାହିଁ । ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ମଣିଷ ଯେତେ ପର୍ଯ୍ୟନ୍ତ ସାଂସାରିକ ମୋହ ମାୟାକୁ ଦୂରେଇ ଦେଇ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କୁ ଗ୍ରହଣ ନକରିଛି ସେତେ ପର୍ଯ୍ୟନ୍ତ ସେ ଭିନ୍ନ ଭିନ୍ନ ୟୁନିରେ ଜନ୍ମ ନେଉଥିବ ।

ଅନେକ ସମୟରେ ସେହି ବ୍ୟକ୍ତିର ଆତ୍ମା ମୃତ୍ୟୁ ପରେ ବି ପୃଥିବୀରେ ଘୁରି ବୁଲିଥାଏ । ମୃତ୍ୟୁ ପରେ ଆତ୍ମୀୟ ସ୍ଵଜନ ମୃତ ବ୍ୟକ୍ତିଙ୍କର ଅନେକ ଜିନିଷ ତାଙ୍କର ସ୍ମୃତି ସ୍ୱରୂପ ରଖି ନିଅନ୍ତି ।ମାତ୍ର ତାହା କରିବା ଆଦୌ ଉଚିତ ନୁହେଁ ।ଯେଉଁ କାରଣରୁ ମୃତ ବ୍ୟକ୍ତି ସେହି ବ୍ୟକ୍ତିକୁ ଅନେକ ସମସ୍ୟାରେ ପକାଇଥାଏ ଏବଂ କଷ୍ଟ ଦେଇଥାଏ । ଗରୁଡ଼ ପୁରାଣ ଅନୁସାରେ ମୃତ ବ୍ୟକ୍ତିର ତିନୋଟି ଜିନିଷ ଆଦୋୖ ବ୍ୟବହାର କରିବା ଉଚିତ ନୁହେଁ । କାରଣ ତାହାକୁ ପାଖରେ ରଖିବା ଦ୍ୱାରା ଏବଂ ବ୍ୟବହାର କରିବା ଦ୍ୱାରା ଉକ୍ତ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୁଏ ନାହିଁ । ଆଜିକାର ଲେଖାରେ ଆମେ ସେହି ସବୁ ବସ୍ତୁ ବିଷୟରେ କହିବୁ ।

୧ . ମୃତ ବ୍ୟକ୍ତିର ପୋଷାକ :-

ଅନେକ ଲୋକ ମୃତ ବ୍ୟକ୍ତିର ପୋଷାକକୁ ପାଖରେ ରଖନ୍ତି କିମ୍ବା ତାହାକୁ ଧାରଣ ମଧ୍ୟ କରନ୍ତି । ଏପରି କରିବା ଦ୍ୱାରା ସେହି ବ୍ୟକ୍ତିର ଆତ୍ମା ତାଙ୍କ ସହିତ ଜଡ଼ିତ ହୋଇଯାଏ ଏବଂ ସେହି ବ୍ୟକ୍ତିର କଥା ସବୁବେଳେ ମନରେ ଚାଲିଥାଏ । ସେହି ଆତ୍ମା ବ୍ୟକ୍ତିକୁ ଶାରୀରିକ ଏବଂ ମାନସିକ ଭାବରେ ଦୁର୍ବଳ କରିଦିଏ । ସେହି ମୃତ ବ୍ୟକ୍ତିର ଆତ୍ମା ସବୁବେଳେ ସ୍ୱପ୍ନରେ ଆସି ଉକ୍ତ ବ୍ୟକ୍ତକୁ କଷ୍ଟ ଦେଇଥାଏ ଏବଂ ଅନେକ ଯାତନା ଦେଇଥାଏ । ତେଣୁ ମୃତ ବ୍ୟକ୍ତିର ପୋଷାକକୁ ଆପଣ ସ୍ମୃତି ହିସାବରେ ଯଦି ଘରେ ରଖୁଛନ୍ତି ତେବେ ତାହାକୁ ଭୁଲରେ ଧାରଣ କରନ୍ତୁ ନାହିଁ ।

୨ . ମୃତ ବ୍ୟକ୍ତିଙ୍କ ଗହଣା :-

ସାଧରଣତଃ ମହିଳାଙ୍କୁ ନିଜର ଗହଣା ପ୍ରତି ଖୁବ ଭଲ ପାଇବା ଥାଏ ଏବଂ ଖୁବ ପସନ୍ଦ ଥାଏ ମଧ୍ୟ । ସାଧରଣତଃ ମହିଳା ମାନେ ଅନ୍ୟ ମହିଳାର ମୃତ୍ୟୁ ପରେ ତାର ଗହଣାକୁ ଧାରଣ କରିଥାନ୍ତି । ଯାହାକି ଆଦୌ ଉଚିତ ନୁହେଁ । ଏହାଦ୍ବାରା ମୃତ ମହିଳାଙ୍କ ଆତ୍ମା ତାଙ୍କ ଉପରେ ଖରାପ ପ୍ରଭାବ ପକାଇ ପାରେ । ମୃତ ବ୍ୟକ୍ତି ମାନଙ୍କର ନିଜ ବସ୍ତ୍ର ଅପେକ୍ଷା ଗହଣା ପ୍ରତି ଅଧିକ ମୋହ ଥାଏ । ତେଣୁ ଯଦି କେହି ବ୍ୟକ୍ତି ମୃତ ବ୍ୟକ୍ତିର ଗହଣା ତାଙ୍କ ବିନା ଇଚ୍ଛାରେ ଧାରଣ କରେ ତେବେ ସେହି ମୃତ ବ୍ୟକ୍ତିର ଆତ୍ମା ସେହି ବ୍ୟକ୍ତି ସହିତ ଜଡ଼ିତ ହୋଇଯାଇ ଅନେକ ମାନସିକ କଷ୍ଟ ଦେଇଥାଏ । ଆପଣ ତାହାକୁ ଘରେ ରଖି ପାରିବେ ନଚେତ ସେଥିରୁ ନୂଆ ଗହଣା ବନାଇ ଧାରଣ କରି ପାରିବେ । ନଚେତ ଯଦି ସେହି ବ୍ୟକ୍ତି ଆପଣଙ୍କୁ ଭେଟି ଆକାରରେ ଦେଇ ଥାଆନ୍ତି କିମ୍ବା ମୃତ୍ୟୁ ପୂର୍ବରୁ ଆପଣ ତାହାକୁ ଧାରଣ କରି ପାରିବେ ବୋଲି ଅନୁମତି ଦେଇଥାନ୍ତି ତେବେ ତାହାକୁ ଆପଣ ଧାରଣ କରି ପାରିବେ । ନଚେତ କୌଣସି ମୃତ ବ୍ୟକ୍ତିର ଗହଣା ଭୁଲରେ ବି ଧାରଣ କରିବା ଉଚିତ ନୁହେଁ ।

୩ . ମୃତ ବ୍ୟକ୍ତିଙ୍କ ଘଡ଼ି :-

ହୁଏତ ଘଡ଼ି ସମ୍ବନ୍ଧରେ ଗରୁଡ଼ ପୁରାଣରେ କିଛି ବର୍ଣ୍ଣିତ ହୋଇନାହିଁ ।ମାତ୍ର ଶାସ୍ତ୍ର ଅନୁଯାୟୀ ମୃତ ବ୍ୟକ୍ତିର ଘଡ଼ିକୁ ମଧ୍ୟ ଧାରଣ କରିବା ଉଚିତ ନୁହେଁ । ନଚେତ ସେହି ବ୍ୟକ୍ତିର ଖରାପ ଏବଂ ଭଲ ସମୟ ଅନୁଯାୟୀ ହିଁ ଆପଣଙ୍କ ସମୟ ପରିଚାଳିତ ହେବ । ଯାହାଦ୍ୱାରା ନକରାତ୍ମକ ପ୍ରଭାବ ଉକ୍ତ ବ୍ୟକ୍ତି ଉପରେ ପଡ଼ିଥାଏ । ଯଦି ମୃତ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ନିଜର ଘଡ଼ି ଆପଣଙ୍କୁ ଭେଟି ଆକାରରେ ଦେଇଛନ୍ତି ତେବେ ତାହାକୁ ଆପଣ ବ୍ୟବହାର କରି ପାରିବେ । ନଚେତ ତାହା ବ୍ୟବହାର କରିବା ଉଚିତ ନୁହେଁ ।

ମନୁଷ୍ୟ ଜାଣିଶୁଣି ଅନେକ କିଛି ଭୁଲ କରିଥାଏ ଯାହା ସେ ଛୋଟ ଭାବିଲେ ବି ତାହା ଖୁବ ବଡ଼ ଭୁଲ ହୋଇଥାଏ । ଯେଉଁ କାରଣରୁ ଅନେକ ଖରାପ ପ୍ରଭାବ ନିଜର ବ୍ୟକ୍ତିଗତ ଜୀବନ ଉପରେ ପଡ଼ିଥାଏ । ତେଣୁ ଚାଲନ୍ତୁ ସେହି ଭୁଲ ବିଷୟରେ ଜାଣିନେବା ।

୧ . କକ୍ଷର କବାଟ ସାମ୍ନାରେ ବିଛଣା :-

ଅନେକ ଲୋକ ନିଜ ଶୋଇବା କକ୍ଷର କବାଟ ପୁରା ସମ୍ମୁଖରେ ବେଡ଼ ରଖିଥାନ୍ତି ।ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହାଦ୍ବାରା ଆର୍ଥିକ ସମସ୍ୟା , ମାନସିକ ଚିନ୍ତା ଏବଂ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ ।

୨ . ଆଇନା :-

ଶୋଇବା ରୁମରେ ବେଡ଼ ସାମ୍ନାରେ ଆଇନା କିମ୍ବା ଡ୍ରେସିଂ ଟେବୁଲ ରଖିବା ଉଚିତ ନୁହେଁ । କାରଣ ଏପରି କୁହାଯାଏ ଯେ ଶୋଇବା ପୂର୍ବରୁ ପ୍ରତିଛବି ଦେଖି ଶୋଇବା ଅଶୁଭ ହୋଇଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ କ୍ଳେଶ ଦେଖା ଦେଇଥାଏ । ଯଦି ଆପଣଙ୍କ ରୁମରେ ଏପରି ରହିଛି ତେବେ ତାହା ଉପରେ କପଡ଼ା ପକାଇ ଦିଅନ୍ତୁ ।

୩ . କାଠ ପଲଙ୍କ :-

ଶୋଇବା କକ୍ଷରେ ସର୍ବଦା କାଠ ପଲଙ୍କ ଲଗାନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଠିକ ରହିଥାଏ । କେବେବି ଲୁହାର ପଲଙ୍କ ଲଗାନ୍ତୁ ନାହିଁ । ଏହାସହିତ ପଲଙ୍କର ଉଚ୍ଚତା ମଧ୍ୟ ଅଧିକ ରହିବା ଉଚିତ ନୁହେଁ ।

୪ . ପରିଷ୍କାର ବିଛଣା :-

ଶୋଇବାକୁ ଯିବା ସମୟରେ ନିଜର ବିଛଣାକୁ ସର୍ବଦା ପରିଷ୍କାର କରିବା ଉଚିତ । ନଚେତ ଅପରିଷ୍କାର ବିଛଣାରେ ନକରାତ୍ମକତା ସୃଷ୍ଟି ହେବା ସହିତ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button