ବିଚାର

ଘରର ପ୍ରତ୍ୟେକ ଜିନିଷ ଉପରେ ଆପଣଙ୍କ ଭାଗ୍ୟ ଯୋଡ଼ି ହୋଇଥାଏ। ଜାଣନ୍ତୁ ଟିଭି, ଫ୍ରିଜ, ଫର୍ଣିଚର ରଖିବାର ସଠିକ ଦିଗ କଣ

କଣ ଆପଣ ଜାଣିଛନ୍ତି କି, ଘରର ଟିଭି, ଫ୍ରିଜ, ଫର୍ଣିଚର ସହିତ ଆପଣଙ୍କ ଭାଗ୍ୟ ଯୋଡ଼ି ହୋଇଛି। ଏଗୁଡ଼ିକୁ ସଠିକ ଦିଗରେ ରଖିବା ପାଇଁ ଆଜି ଆମେ ବିସ୍ତାର ରୂପରେ ଆପଣଙ୍କୁ କହିବାକୁ ଯାଉଛୁ।

ଜୀବନରେ ଆପଣ କେତେ ଉପରକୁ ଯିବେ, କେବେ ସଫଳତାର ଶୀର୍ଷରେ ପହଞ୍ଚିବେ, ଏହା ଆପଣଙ୍କ କଠିନ ପରିସ୍ରମ ଉପରେ ନିର୍ଭର କରିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି, ଯାହା ସହିତ ବ୍ୟକ୍ତିର ଭାଗ୍ୟ ଯୋଡ଼ି ରହିଥାଏ। ବାସ୍ତୁ ଅନୁସାରେ ଘରେ ଜିନିଷପତ୍ର ସଠିକ ସ୍ଥାନରେ ରହିଲେ ଦେବୀ ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି। ଏହାସହିତ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ଘରେ ଔଷଧପତ୍ର କେଉଁଠାରେ ରଖିବେ –

ପରିବାରରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ, ଯାହାଫଳରେ ଔଷଧ ସେବନ କରିବାକୁ ପଡ଼ିଥାଏ। କିଛି ଲୋକେ ଔଷଧ ଗୁଡ଼ିକୁ ଟେବୁଲ, ଚେୟାର, ରୋଷେଇଶାଳାରେ ରଖି ଦେଇଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କରିବା ଭୁଲ ଅଟେ। ରୋଷେଇ ଘରେ ବା ଦକ୍ଷିଣ ଦିଗ ଆଡ଼କୁ ଏବଂ ଶୋଇବା ସମୟରେ ମୁଣ୍ଡ ପାଖରେ ଔଷଧ ରଖିବା ଉଚିତ ନୁହେଁ। ଏଭଳି କରିବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ। ଔଷଧକୁ ସର୍ବଦା ଘରର ଉତ୍ତର ପୂର୍ବ ଦିଗରେ ରଖନ୍ତୁ।

ଆଇନା ରଖିବାର ସଠିକ ଦିଗ :-

ପ୍ରାୟତଃ ସମସ୍ତେ ନିଜ ଘରର କାନ୍ଥରେ ଆଇନା ଲଗାଇ ଥାଆନ୍ତି। ଆଇନା ଲଗାଇବା ଦ୍ଵାରା ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। କିନ୍ତୁ ଆପଣ ଏହି କଥାର ଧ୍ୟାନ ରଖିବେ କି, ଶୋଇବା କଠୋରିରେ ଆଇନା ରଖନ୍ତୁ ନାହିଁ। ନଚେତ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଘରର ଉତ୍ତର ପୂର୍ବ ଦିଗ ଆଡ଼କୁ ଆଇନା ଲଗାନ୍ତୁ।

ଟିଭି, ଫ୍ରିଜ କେଉଁ ଦିଗରେ ରଖିବା ଉଚିତ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଟିଭି, ଫ୍ରିଜ ବା କୌଣସି ଇଲେକ୍ଟ୍ରୋନିକ ଜିନିଷ ଐଶାନ୍ୟ କୋଣରେ ରଖିବା ଉଚିତ ନୁହେ। ଏଗୁଡ଼ିକୁ ଆଗ୍ନେୟ କୋଣରେ ରଖିବା ଶୁଭ ହୋଇଥାଏ। ଟିଭି, ଫ୍ରିଜ ବା ଅନ୍ୟ ଇଲେକ୍ଟ୍ରୋନିକ ଜିନିଷ ଉତ୍ତର ପଶ୍ଚିମ ଦିଗରେ ରଖିବା ଶୁଭ ମାନା ଯାଇଥାଏ।

ଏହି ଦିଗରେ ଫର୍ଣିଚର ରଖନ୍ତୁ :-

ଘରେ ସୋଫା ବା ଫର୍ଣିଚର ଆଦି ପଶ୍ଚିମ ବା ଦକ୍ଷିଣ ଦିଗରେ ରଖିବା ଶୁଭ ମାନା ଯାଇଥାଏ। ଯଦି ଆପଣ ଏହିସବୁ ଜିନିଷ ସଠିକ ଦିଗରେ ରଖିବେ, ତାହେଲେ ଏହାର ଶୁଭ ପ୍ରଭାବ ଯୋଗୁଁ ଆପଣଙ୍କ ଭାଗ୍ୟ ବୃଦ୍ଧି ହେବ। ଏହାସହିତ ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button