କ୍ରାଇମ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍‌ଆଇ – Utkal Mail


ଜଗତ୍‌ସିଂହପୁର: ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରେଭିନ୍ୟୁ ଇନ୍‌ସ୍ପେକ୍ଟର (ଆର୍‌ଆଇ) ରମାକାନ୍ତ ବେହେରା। ଜଗତ୍‌ସିଂହପୁର ଜିଲ୍ଲାର ବାହାରଣା ସର୍କଲ ଆର୍‌ଆଇ ଥିବା ରମାକାନ୍ତ ଲାଞ୍ଚ ଆକାରରେ ୪ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଏକ ବିଭାଜନ ମକଦମାର ଯାଞ୍ଚ୍‌ ରିପୋର୍ଟ ପ୍ରସ୍ତୁତି କରିବା ସହ ଅଲଗା ଅଲଗା ପଟା କରିବା ପାଇଁ ସେ ଏହି ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଆର୍‌ଆଇଙ୍କଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ତାହାକୁ ଜବତ କରାଯାଇଛି। ଏହାପରେ ପରେ ଭିଜିଲାନ୍ସ ରମାକାନ୍ତ ବେହେରାଙ୍କର ଦୁଇଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ତାଙ୍କ ବିରୋଧରେ ‌ଏବେ ତଦନ୍ତ ଆରମ୍ଭ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button