ଓଡିଶାକ୍ରୀଡା

ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଚାମ୍ପିଅନ, ଖୋର୍ଦ୍ଧା ଉପବିଜେତା

ବ୍ରହ୍ମପୁର – ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଦଳଗତ ଚାମ୍ପିଅନ ହୋଇଛି । ବ୍ରହ୍ମପୁରରେ ଆୟୋଜିତ ପ୍ରତିଯୋଗିତାରେ ଗଞ୍ଜାମ ଦଳ ସର୍ବାଧିକ ୫୫ ପଦକ ଜିତିଛି । ଏଥିମଧ୍ୟରେ ରହିଛି ୨୩ଟି ସ୍ୱର୍ଣ୍ଣ,୨୨ଟି ରୈ।ପ୍ୟ ଓ ୧୦ଟି କାଂସ୍ୟ। ଖୋର୍ଦ୍ଧା ଜିଲ୍ଲା ୪୩ ପଦକ ସହ ଉପବିଜେତା ହୋଇଛି । ପୁରୁଷ ସିନିୟର ବର୍ଗରେ ଗଞ୍ଜାମ ଜିଲ୍ଲାର କାହ୍ନୁଚରଣ ସାହୁ ଶ୍ରେଷ୍ଠ ଭାରୋତ୍ତୋଳକ ବିବେଚିତ ହୋଇଥିବା ବେଳେ ସିନିୟର ମହିଳା ବର୍ଗରେ ଗଞ୍ଜାମର ହିଁ ପ୍ରମିଳା କିର୍ସାନି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ବ୍ରହ୍ମପୁର ଜଟେଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ ପ୍ରତିଯୋଗିତାରେ ୯ଟି ଜିଲ୍ଲାର ୧୪୦ ପ୍ରତିଯୋଗୀ ଭାଗ ନେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button