ଦେଶ ବିଦେଶ

ଅଚାନକ ଜଣଙ୍କ ଉପରେ ଜଣେ ପଡ଼ିବାକୁ ଲାଗିଲେ, କିଛି କ୍ଷଣ ମଧ୍ୟରେ ବଦଳିଗଲା ସଭିଙ୍କ ସିଟ୍‌ – Utkal Mail


ପାଟନା: ମଙ୍ଗଳବାର ରାତିରେ ବିହାର ରାଜ୍ୟର ବକ୍ସର୍‌ ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଷ୍ଟେସନ୍‌ ନିକଟରେ ‘ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌’ ଧାରଣାଚ୍ୟୁତ ହେବା ଯୋଗୁଁ ଅନ୍ୟୂନ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଦୁର୍ଘଟଣା ବିଷୟରେ ବଖାଣିଛନ୍ତି। ସେମାନେ କହିଛନ୍ତି କି ଟ୍ରେନ୍‌ ଭିତରେ ଶୋଇବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଝଟକା ଲାଗିଥିଲା। ତା’ପ‌ରେ ‘ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌’ ଧାରଣାଚ୍ୟୁତ ହେବା କଥା ଜଣାପଡ଼ିଥିଲା।

ଏହି ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କ ୮ ବର୍ଷର ଝିଅର ବି ଜୀବନ ଯାଇଛି। ସେମାନଙ୍କ ଛଡ଼ା ୨ ଜଣ ଯୁବକଙ୍କ ବି ମୃତ୍ୟୁ ଘଟିଛି। ମହିଳା ଜଣକ ନିଜ ସ୍ବାମୀ ଓ ୨ ଝିଅଙ୍କ ସହ ଦିଲ୍ଲୀ ଯାଉଥିବା ବେଳେ ଭାଗ୍ୟ ତାଙ୍କ ସହ ତାଙ୍କର ଜଣେ ଝିଅର ଜୀବନ ନେଇଯିବା ସହ ଅନ୍ୟ ଜଣେ ଝିଅ ସହ ବଞ୍ଚି ଯାଇଛନ୍ତି ସ୍ବାମୀ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଅଧିକାଂଶ ଯାତ୍ରୀ ଶୋଇ ସାରିଥିଲେ ଓ ଅଧିକାଂଶ ଯାତ୍ରୀ ଶୋଇବାକୁ ଗଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଟ୍ରେନ୍‌ରେ ଯାତ୍ରୀ ଏପଟ ସେପଟ ହୋଇ ପଡ଼ିବାକୁ ଲାଗିଲେ। ଜଣେ ଅନ୍ୟ ଜଣଙ୍କ ଉପରେ ପଡ଼ିବାକୁ ଲାଗିଲେ। କ’ଣ ଘଟିଲା ବୁଝିଲା ବେଳକୁ ଟ୍ରେନ୍‌ ଧାରଣାଚ୍ୟୁତ ହୋଇ ସାରିଥିଲା।

ରିପୋର୍ଟରେ ଉଲ୍ଲେଖ ଅଛି, ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍‌ରୁ ଆସାମର ଗୌହାଟୀ ଅନ୍ତର୍ଗତ କାମାଖ୍ୟା ଜଙ୍କ୍‌ସନ୍‌ ଅଭିମୁଖେ ଯାଉଥିବା ବ‌େଳେ ରାତି ୯.୫୩ରେ ‘ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌’ର ୬ଟି ବଗି ଧାରଣାଚ୍ୟୁ ହୋଇଥିଲା। ଟେଲିଭିଜନ୍‌ରେ ପ୍ରସାରିତ ଫଟୋରେ ଦେଖାଯାଉଛି, ଅନ୍ୟୂନ ୨ଟି ‘ଏସି ୩ ଟିୟର୍‌’ କୋଚ୍‌ ଓଲଟି ପଡ଼ିଥିବା ବ‌େଳେ ଆଉ ୪ଟି କୋଚ୍‌ ଟ୍ରାକ୍‌ରୁ ଛିଟିକି ପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button