ଫୋନ୍ ବ୍ୟବସାୟରୁ ଓହରିବା ଭୁଲ ଥିଲା: ନାଡେଲା – Utkal Mail
‘କ୍ରିକେଟ୍ ମୋତେ ନେତୃତ୍ବ ଶିଖାଇଛି’
ନୂଆଦିଲ୍ଲୀ: ଫୋନ୍ ବ୍ୟବସାୟରୁ ମାଇକ୍ରୋସଫ୍ଟ ଓହରିବା ଏକ ଭୁଲ ଥିଲା। ଆମେ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତୁ ବୋଲି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି। ସେ କହିଛନ୍ତି ଯେ ସିଇଓ ଭାବେ ସେ ନେଇଥିବା ଅନ୍ୟତମ କଠିନ ନିଷ୍ପତ୍ତି ହେଉଛି ମୋବାଇଲ୍ ଫୋନ୍ ବ୍ୟବସାୟରୁ ଓହରିବା। ୨୦୧୦ରେ ମାଇକ୍ରୋସଫ୍ଟ ଏହାର ୱିଣ୍ଡୋ ଫୋନ୍ ବଜାରକୁ ଆଣିଥିଲା। ମାତ୍ର ଆଣ୍ଡ୍ରଏଡ୍ ଓ ଆଇଫୋନ୍ ସହ ଏହାକୁ କଡ଼ା ପ୍ରତିଦ୍ବନ୍ଦ୍ବିତା ସାମ୍ନା କରିବାକୁ ପଡ଼ିଥିଲା। ଲୋକପ୍ରିୟ ଆପ୍ଗୁଡ଼ିକୁ ଆକୃଷ୍ଟ କରିବାରେ କଂପାନି ସଫଳ ହୋଇନଥିଲା। କିଛି ବର୍ଷ ପରେ କଂପାନି ନୋକିଆର ଫୋନ୍ ବ୍ୟବସାୟକୁ କିଣିବା ଲୁମିଆ ଫୋନ୍ ଆଣିଥିଲା। ସେତେବେଳକୁ ଆଇଫୋନ୍ ଓ ଆଣ୍ଡ୍ରଏଡ୍ର ଆଧିପତ୍ୟ ବେଶ ଦୃଢ଼ ହୋଇଯାଇଥିଲା। କଂପାନି ସେମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିପାରିନଥିଲା। ୨୦୧୭ରେ କଂପାନି ଫୋନ୍ ବ୍ୟବସାୟକୁ ବନ୍ଦ କରିଦେଇଥିଲା। କ୍ରିକେଟ୍କୁ ଭଲ ପାଉଥିବା ନାଡେଲା କହିଛନ୍ତି ଯେ ଏହି ଖେଳ ମୋତେ ନେତୃତ୍ବ ଶିଖାଇଛି। ସ୍କୁଲରେ ଖେଳୁଥିବା ବେଳେ ଅଧିନାୟକଙ୍କଠାରୁ ମୁଁ ଜୀବନର ବହୁ କଳା ଶିଖିଛି। କ୍ରିକେଟ୍ କେବଳ ଖେଳ ନୁହେଁ, ଏହା ଏକ ଧର୍ମ ଭଳି ବୋଲି ସେ କହିଛନ୍ତି।



