ଦେଶ ବିଦେଶ

ପଶ୍ଚିମମୁଖା ହେଉଛି ଭାରତୀୟ ମୌସୁମି

ମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ ଜଳପ୍ରଳୟ ସ୍ଥିତି ଦେଖାଦେଇଛି। ଗତ କିଛି ବର୍ଷ ଭିତରେ ଅଗଷ୍ଟ ସେପ୍ଟେମ୍ବରରେ ଗୁଜରାଟ, ମହାରାଷ୍ଟ୍ର ଓ ରାଜସ୍ଥାନରେ ଦେଖାଯାଇଥିବା ବୃଷ୍ଟିପାତର ଅପ୍ରତ୍ୟାଶିତ ବୃଦ୍ଧି ଆଞ୍ଚଳିକ ବର୍ଷା ବଣ୍ଟନ ନେଇ ରହିଥିବା ବହୁ ଦିନର ଧାରଣାକୁ ଚ୍ୟାଲେଞ୍ଜ କରିଛି ଏବଂ ମୌସୁମିର ଗତିପଥରେ ଏକ ସମ୍ଭାବ୍ୟ ଦିଗ ପରିବର୍ତ୍ତନର ସୂଚନା ଦେଇଛି।

ଦେଶର ପଶ୍ଚିମାଞ୍ଚଳର ଏହି ରାଜ୍ୟଗୁଡ଼ିକ ସାଧାରଣତଃ ମଧ୍ୟମ ଧରଣ ବୃଷ୍ଟିପାତର ସମ୍ମୁଖୀନ ହେଉଥିବା ବେଳେ ସମ୍ପ୍ରତି ମୌସୁମିର ଏହି ପରିବର୍ତ୍ତିତ ପ୍ରକୃତି ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିବା ପାଣିପାଗ ବିଶେଷଜ୍ଞ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଚିନ୍ତିତ କଲାଣି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତୀୟ ମୌସୁମିର ପାରମ୍ପରିକ ଢାଞ୍ଚାରେ ଏକ ଗୁରୁତ୍ବପୂର୍ଣ୍ଣ ରୂପାନ୍ତର ହୋଇଥିବା ଜଣାପଡ଼ିଛି। ଏଭଳି ଅସ୍ବାଭାବିକ ପାଣିପାଗ ଢାଞ୍ଚା ଯୋଗୁଁ ବିଶେଷ କରି ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଠି ଅନେକ ତଳୁଆ ଅଞ୍ଚଳ ଜଳମଗ୍ନ ହୋଇଛି ଏବଂ ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଛି। ମହାରାଷ୍ଟ୍ର, ରାଜସ୍ଥାନରେ ମଧ୍ୟ ଦୈନନ୍ଦିନ ଜୀବନ ବ୍ୟାହତ ହୋଇଛି ଏବଂ ମୌସୁମି ଆଚରଣରେ ଏହି ସ୍ପଷ୍ଟ ପରିବର୍ତ୍ତନ ହେବାର ଦୀର୍ଘମିଆଦୀ ପ୍ରଭାବ ବାବଦରେ ଚିନ୍ତା ବଢ଼ାଇଛି।

ଚଳିତ ଦଶନ୍ଧିରେ ଜଳବାୟୁ ପରିବର୍ତ୍ତନ ହେତୁ ବିଭିନ୍ନ ସ୍ଥାନୀୟ ତଥା ସାମୟିକ ମାପରେ ଗ୍ରୀଷ୍ମକାଳୀନ ଢାଞ୍ଚାର ଭୀଷଣ ପରିବର୍ତ୍ତନ ଘଟିଛି। ଏହା କୃଷକମାନଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି, କାରଣ ଜୁନ୍ ଓ ଜୁଲାଇର ବିହନବୁଣା ମାସରେ କେତେକ ଅଞ୍ଚଳରେ ବୃଷ୍ଟିପାତ ହ୍ରାସ ହୋଇଥିବା ବେଳେ ରବି ଫସଲ ବୁଣିବାର ମାସ ଅକ୍ଟୋବର ଅଧିକ ବୃଷ୍ଟିପାତର ସମ୍ମୁଖୀନ ହେଉଛି।

ସାଧାରଣତଃ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଣାଳୀ ଉତ୍ତର-ପୂର୍ବ ଦିଗକୁ ଗତି କରି ବିହାର, ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବ ଆଦି ଉତ୍ତର ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା କରାଇବା କଥା। ମାତ୍ର ଚଳିତବର୍ଷ ଏହି ଢାଞ୍ଚାରେ ଏକ ଉଲ୍ଲେଖନୀୟ ବିଚ୍ୟୁତି ଘଟି ମୌସୁମି ପଶ୍ଚିମ ଦିଗକୁ ଗତି କରିଛି। ଏଥିଯୋଗୁଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ବିଶେଷ କରି ଗୁଜରାଟ ଭଳି ଶୁଖିଲା ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ମୌସୁମି ପ୍ରଣାଳୀର ଏଭଳି ପଶ୍ଚିମମୁହାଁ ଗତି ଗତ ଚାରିରୁ ପାଞ୍ଚ ବର୍ଷ ହେଲା ଦେଖାଦେଉଛି। କେବଳ ଚଳିତବର୍ଷ ବଙ୍ଗୋପସାଗରରେ ଚାରିଟି ଲଘୁଚାପ ଓ ଦୁଇଟି ଅବପାତ ଉତ୍ପନ୍ନ ହୋଇ ପ୍ରାୟ ସବୁଗୁଡ଼ିକ ପଶ୍ଚିମ ଦିଗକୁ ଗତି କରିଥିଲେ। ଫଳରେ ଦେଶର ଉତ୍ତର-ପଶ୍ଚିମ ଭାଗରେ ବୃଷ୍ଟିପାତ ହ୍ରାସ ହେବା ସହ ଦକ୍ଷିଣ-ପଶ୍ଚିମ ଭାଗ ଅଧିକ ବର୍ଷା ପାଇଥିଲା। ଏହି ପରିବର୍ତ୍ତନ ପାଇଁ ଉତ୍ତର-ପଶ୍ଚିମ ଅଞ୍ଚଳର ବ୍ୟାପକ କୃଷି ଅଭ୍ୟାସ ଆଂଶିକ ଭାବରେ ଦାୟୀ, ଯାହା ସ୍ଥାନୀୟ ବାୟୁମଣ୍ଡଳ ସ୍ଥିତିକୁ ବଦଳାଇଦେଇଛି। କେନ୍ଦ୍ରୀୟ ଅଞ୍ଚଳ ଅପେକ୍ଷା ସେଠାରେ ମାତ୍ରାଧିକ ଜଳସେଚନ ଓ ଅଧିକ ବାୟୁକଣିକା ଉପସ୍ଥିତି ହିଁ ବାୟୁମଣ୍ଡଳୀୟ ସଂଚାଳନକୁ ପରିବର୍ତ୍ତନ କରିଦେଇଛି।

ଏଥି ସହିତ ପଶ୍ଚିମ ଭାରତର ସ୍ଥଳଭାଗରେ ଉଚ୍ଚ ତାପମାତ୍ରା ଆର୍ଦ୍ରତା ପ୍ରବାହକୁ ସହାୟକ ହୋଇ ମୌସୁମି ପ୍ରଣାଳୀ ପୂର୍ବ ଆଡ଼କୁ ଗତି କରିବା ଆଗରୁ ସେଠାରେ ମେଘ ସୃଷ୍ଟି କରିବା ସହ ଘନୀଭୂତ ହୋଇ ବର୍ଷା କରୁଛି। ଏହି ପରିବର୍ତ୍ତିତ ମୌସୁମି ସମଗ୍ର ଭାରତରେ କୃଷି ଓ ଜଳ ପରିଚାଳନା ଉପରେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇଛି। ଦେଶର ମୋଟ ବୃଷ୍ଟିପାତର ୭୦ରୁ ୮୦ ପ୍ରତିଶତ ଯୋଗାଉଥିବା ଗ୍ରୀଷ୍ମକାଳୀନ ମୌସୁମି ଆମର ଖାଦ୍ୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସୁତରାଂ ଚଳିତ ଦଶନ୍ଧିରେ ଜଳବାୟୁ ପରିବର୍ତ୍ତନ ହେତୁ ବିଭିନ୍ନ ସ୍ଥାନୀୟ ତଥା ସାମୟିକ ମାପରେ ଗ୍ରୀଷ୍ମକାଳୀନ ଢାଞ୍ଚାର ଭୀଷଣ ପରିବର୍ତ୍ତନ ଘଟିଛି। ଏହା କୃଷକମାନଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି, କାରଣ ଜୁନ୍ ଓ ଜୁଲାଇର ବିହନବୁଣା ମାସରେ କେତେକ ଅଞ୍ଚଳରେ ବୃଷ୍ଟିପାତ ହ୍ରାସ ହୋଇଥିବା ବେଳେ ରବି ଫସଲ ବୁଣିବାର ମାସ ଅକ୍ଟୋବର ଅଧିକ ବୃଷ୍ଟିପାତର ସମ୍ମୁଖୀନ ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button